ETV Bharat / bharat

ପ୍ରବଳ ବର୍ଷାରେ ଉବଟୁବୁ ୟୁପି, ୧୨ରୁ ଅଧକ ମୃତ - Lucknow rainfall

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସମେତ ରାଜ୍ୟର ଅନେକ ଜିଲ୍ଲାରେ ଜଳପ୍ରଳୟ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ହେତୁ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ନେଇ ସାମ୍ନାକୁ ଆସିଛି ଖବର । ଅଧିକ ପଢନ୍ତୁ...

ପ୍ରବଳ ବର୍ଷାରେ ଉବଟୁବୁ ୟୁପି, ୧୨ରୁ ଅଧକ ମୃତ
ପ୍ରବଳ ବର୍ଷାରେ ଉବଟୁବୁ ୟୁପି, ୧୨ରୁ ଅଧକ ମୃତ
author img

By

Published : Sep 16, 2021, 10:31 PM IST

ଲକ୍ଷ୍ନୌ: ଲଗାଣ ବର୍ଷା ଯୋଗୁଁ ଉବୁଟୁବୁ ହେଉଛି ଉତ୍ତରପ୍ରଦେଶ । ରାଜଧାନୀ ଲକ୍ଷ୍ନୌ ସମେତ ରାଜ୍ୟର ଅନେକ ଜିଲ୍ଲାରେ ଜଳପ୍ରଳୟ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ହେତୁ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ନେଇ ସାମ୍ନାକୁ ଆସିଛି ଖବର । ଅନେକ ଘର ଭୁଷୁଥିବା ମଧ୍ୟ ସୂଚନା ମିଳିଛି ।

ସମସ୍ତ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ଅର୍ଥ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସକାଳୁ ପ୍ରବଳ ବର୍ଷା ଲାଗିରହିଛି । ରାଜଧାନୀର ଅନେକ ଅଞ୍ଚଳରେ ପାଣି ପଶିଯାଇଛି । ବିମାନ ବନ୍ଦରକୁ ଯାଉଥିବା ରାସ୍ତାରେ ଜଳାର୍ଣ୍ଣବ ରହିଛି । ଏହି କାରଣରୁ ତିନୋଟି ବିମାନର ଗତିପଥ ବଦଳାଇବାକୁ ପଡିଛି । ଆବଶ୍ୟକ ନଥିଲେ ଘରୁନବାହାରିବା ପାଇଁ ଆଲର୍ଟ ଜାରି କରିଛନ୍ତି ଜିଲ୍ଲାପାଳ ।

ମୂଷଳଧାରାରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲକ୍ଷ୍ନୌରେ ବିଏସପି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଘର ବାହାରେ ପାଣି ଭର୍ତ୍ତି ହୋଇଥିବାବେଳେ ବିଧାନସଭା ବାହାରେ ମଧ୍ୟ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି।

ଲକ୍ଷ୍ନୌରେ ଗୁରୁବାର ସକାଳ 8.30 ରୁ 5.30 ମଧ୍ୟରେ 115 ମିଲିମିଟର ବର୍ଷା ରେକର୍ଡ କରିଛି। ସୂଚନା ଅନୁଯାୟୀ, ଚଳିତ ବର୍ଷ ଜୁଲାଇ 28ରେ ସର୍ବାଧିକ ବର୍ଷା ହୋଇଥିଲା। ସେହି ସମୟ ମଧ୍ୟରେ, 24 ଘଣ୍ଟା ମଧ୍ୟରେ ସମୁଦାୟ 115 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ଏହାପୂର୍ବରୁ 2012ରେ 24 ଘଣ୍ଟା ମଧ୍ୟରେ ସମୁଦାୟ 138 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ।

ବର୍ଷାକୁ ନେଇ ରେଡ ଆଲର୍ଟ ଜାରି କରାଯାଇଛି । ଏହାସହିତ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.