ETV Bharat / bharat

ଅଟଳ ବିହାରୀ ବାଜପେୟୀ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ରାଜନାଥ

author img

By

Published : May 11, 2021, 4:04 PM IST

ଆଜି(ମଙ୍ଗଳବାର) ଲକ୍ଷ୍ନୌରେ ପହଞ୍ଚି ଅଟଳ ବିହାରୀ ବାଜପେୟୀ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସାଧାରଣଙ୍କୁ କୋଭିଡ ନିର୍ଦ୍ଦେଶାବଳୀ ଏବଂ ପ୍ରୋଟୋକଲ ପାଳନ କରିବାକୁ ଅନୁରୋଧ କଲେ ରାଜନାଥ । ଅଧିକ ପଢନ୍ତୁ...

ଅଟଳ ବିହାରୀ ବାଜପେୟୀ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ରାଜନାଥ
ଅଟଳ ବିହାରୀ ବାଜପେୟୀ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ରାଜନାଥ

ଲକ୍ଷ୍ନୌ: ଆଜି(ମଙ୍ଗଳବାର) ଲକ୍ଷ୍ନୌରେ ପହଞ୍ଚି ଅଟଳ ବିହାରୀ ବାଜପେୟୀ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତେବେ ରାଜନାଥଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଟଳ ବିହାରୀ ବାଜପେୟୀ କୋଭିଡ ଡାକ୍ତରଖାନାରେ ପହଞ୍ଚି ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ଯୋଗାଯାଇଥିବା ସୁବିଧା ଗୁଡ଼ିକ ତଦାରଖ କରିଥିଲେ ।

ରାଜ୍ୟରେ ବୃଦ୍ଧି ପାଉଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌର ହଜ୍ ହାଉସକୁ ଏକ କୋଭିଡ ସେଣ୍ଟରରେ ପରିଣତ କରାଯାଇଛି । ତେବେ ଗତ ସପ୍ତାହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଅଟଳ ବିହାରୀ ବାଜପେୟୀ କୋଭିଡ ହସ୍ପିଟାଲକୁ ଉଦ୍ଘାଟନ କରିଥିଲେ ।

ଯୋଗୀ କହିଛନ୍ତି ଯେ "ଏହି ଡାକ୍ତରଖାନା ଡିଆରଡିଓ ଏବଂ ସେନା ଦ୍ବାରା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ 250 ଟି ଶଯ୍ୟା ଆରମ୍ଭ ହୋଇଛି ଯେଉଁଥିରୁ 150 ଟି ଶଯ୍ୟା ଆଇସିୟୁରେ ରହିବ ଏବଂ 100 ଟି ପୃଥକ ପୃଥକ ଆଇସୋଲେସନ ଶଯ୍ୟା ରହିବ। "ଡିଆରଡିଓର 500 ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନାକୁ ସଶସ୍ତ୍ର ବାହିନୀ ମେଡିକାଲ୍ ସର୍ଭିସର ମେଡିକାଲ୍ ଅଧିକାରୀ ଏବଂ ପାରାମେଡିକାଲ୍ କର୍ମଚାରୀମାନେ ପରିଚାଳନା କରିବେ । ଡାକ୍ତରଖାନାରେ ଉପଲବ୍ଧ ସୁବିଧା ପାଇଁ କୌଣସି ଦେୟ ଲାଗୁ ହେବ ନାହିଁ ।

ଅନ୍ୟପଟେ ରାଜନାଥ ସିଂ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ ଡାକ୍ତରଖାନା ଯୋଗାଉଥିବା ସୁବିଧା ବିଷୟରେ କହିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଜନସାଧାରଣଙ୍କୁ କୋଭିଡ ନିର୍ଦ୍ଦେଶାବଳୀ ଏବଂ ପ୍ରୋଟୋକଲ ପାଳନ କରିବାକୁ ଅନୁରୋଧ କରିଥିଲେ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.