ETV Bharat / bharat

ଲକ୍ଷ୍ନୌରେ ଘୁଷୁରୀ ମାଂସ ବିକିବା ମନା - ଘୁଷୁରୀ ମାଂସ ବିକ୍ରି ଉପରେ କଟକଣା

ଲକ୍ଷ୍ନୌରେ ଘୁଷୁରୀ ମାଂସ ବିକ୍ରି ଉପରେ କଟକଣା । ଘୁଷୁରୀଙ୍କ ଠାରେ ଆଫ୍ରିକୀୟ ସ୍ବାଇନ ଫ୍ଲୁ ଭୂତାଣୁ ଚିହ୍ନଟ ପରେ ଏପରି ପଦକ୍ଷେପ ନେଇଛି ପ୍ରଶାସନ । ଅଧିକ ପଢନ୍ତୁ

ଲକ୍ଷ୍ନୌରେ ଘୁଷୁରୀ ମାଂସ ବିକ୍ରି ନିଷେଧ
ଲକ୍ଷ୍ନୌରେ ଘୁଷୁରୀ ମାଂସ ବିକ୍ରି ନିଷେଧ
author img

By

Published : Jul 21, 2022, 12:57 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଘୁଷୁରୀଙ୍କ ଠାରେ ସ୍ବାଇନ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି । ଶତାଧିକ ଘୁଷୁରୀ ଆଫ୍ରିକୀୟ ସ୍ବାଇନ ଫ୍ଲୁ ଭୂତାଣୁରେ ସଂକ୍ରମିତ ହୋଇ ମରୁଥିବାର ରିପୋର୍ଟ ଆସିଛି । ଘୁଷୁରୀମାନଙ୍କ ଠାରେ ଏହି ଆଫ୍ରିକୀୟ ଭୂତାଣୁ ବ୍ୟାପୁଥିବାରୁ ଏବେ ଲକ୍ଷ୍ନୌରେ ଘୁଷୁରୀ ମାଂସ ବିକ୍ରି ବ୍ୟାନ କରାଯାଇଛି । ଘୁଷୁରୀ ମାସଂ ଏବଂ ଏହି ଜାତୀୟ ଉତ୍ପାଦର ବିକ୍ରିବଟା ଉପରେ କଟକଣା ଲାଗିଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆନିମଲ୍ ଡିଜିଜ୍(National Institute of High-Security Animal Diseases) ଭୂତାଣୁ ଜନିତ ମୃତ୍ୟୁ ଘଟଣା ସ୍ପଷ୍ଟ କରିବା ପରେ ଲକ୍ଷ୍ନୌ ଜିଲ୍ଲାପାଳ ଏହି କଟକଣା ଜାରି କରିଛନ୍ତି ।

ଏତଦ୍ ବ୍ୟତୀତ ଜିଲ୍ଲାପାଳ ଲକ୍ଷ୍ନୌ ମହାନଗର ନିଗମ(LMC) ଏବଂ ପଶୁପାଳନ ବିଭାଗକୁ ଘୁଷୁରୀଙ୍କ ମଧ୍ୟରେ ଏହି ଭୂତାଣୁ ପ୍ରସାର ରୋକିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ପ୍ରଭାବିତ ଅଞ୍ଚଳରେ ସଫେଇ, କୀଟାଣୁଶୋଧନ ଓ ବିଶୋଧନ କାର୍ଯ୍ୟ କରିବାକୁ କୁହାଯାଇଛି । ସ୍ବାଇନ ଫ୍ଲୁ ପ୍ରବଣ ଅଞ୍ଚଳରେ ଘୁଷୁରୀମାନଙ୍କ ଚଲାବୁଲା ଏବଂ ଘୁଷୁରୀ ମାଂସ ବିକ୍ରି ହେଉଥିବା ସହରର ବିଭିନ୍ନ ବଜାରରେ ପ୍ରତିବନ୍ଧକ ଲଗାଇଯାଇଛି । ସେହିପରି ସଚେତନତା ଅଭିଯାନ ଜରିଆରେ ଆଫ୍ରିକୀୟ ସ୍ବାଇନ ଫ୍ଲୁ ଭୂତାଣୁ ସମ୍ପର୍କରେ ଘୁଷୁରୀ ଚାଷୀଙ୍କୁ ସଚେତନ କରିବାକୁ ଏଲଏମସିକୁ ନିର୍ଦ୍ଦେଶ ମିଳିଛି । ଏଥିସହ ଚାଷୀଙ୍କୁ ଖୋଲାରେ ଘୁଷୁରୀ ନ ଛାଡିବାକୁ ଚେତାବନୀ ଦେଇଛି ଜିଲ୍ଲା ପ୍ରଶାସନ ।

ଏହାମଧ୍ୟ ପଢନ୍ତୁ:ଉତ୍ତର ପ୍ରଦେଶରେ ଆଫ୍ରିକୀୟ ସ୍ବାଇନ ଫ୍ଲ୍ୟୁ, 140 ଘୁଷୁରୀ ମୃତ

ଉଲ୍ଲେଖଯୋଗ୍ୟ, ସ୍ବାଇନ ଫ୍ଲୁ ଯୋଗୁଁ ଉତ୍ତର ପ୍ରଦେଶ ଫୈଜୁଲ୍ଲାଗଞ୍ଜରେ ପ୍ରାୟ 140 ରୁ ଅଧିକ ଘୁଷୁରୀଙ୍କ ମୃତ୍ୟୁ ଘଟିଛି । ସେଠାରେ ଘୁଷୁରୀଙ୍କ ସଂଖ୍ୟା ଅଧିକ ଥିବା ବେଳେ ହଠାତ୍‌ ଏପରି ମଡକ ଦେଖିବାକୁ ମିଳିବା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି । ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ଭୟରେ ଲୋକେ ଅନ୍ୟତ୍ର ସ୍ଥାନାନ୍ତରିତ ହେବା ଆରମ୍ଭ କରିଥିବା ମଧ୍ୟ ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ ଏବଂ ପୌର କର୍ତ୍ତୃପକ୍ଷ ମଧ୍ୟ ଏହି ଘଟଣା ନେଇ ଆକ୍ସନ ମୋଡକୁ ଆସିଛନ୍ତି । କହିରଖୁଛୁ କି, ଆଫ୍ରିକୀୟ ସ୍ବାଇନ ଫ୍ଲୁ ଏକ ଅତ୍ୟଧିକ ସଂକ୍ରାମକ ପ୍ରାଣୀ ରୋଗ । ଏହା ଗୃହପାଳିତ ଓ ଏବଂ ବଣୁଆ ଘୁଷୁରୀଙ୍କୁ ଅତି ସହଜରେ ସଂକ୍ରମିତ କରିବା ସହ ଦୃତଗତିରେ ବ୍ୟାପିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.