ETV Bharat / bharat

ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କଲେ ଏଲଜି

author img

By

Published : Feb 24, 2021, 11:54 AM IST

କଂଗ୍ରେସ ସରକାରର ପତନ ପରେ 3 ମାସ ପାଇଁ ବିରୋଧୀ ସରକାର ଗଠନ କରିବାକୁ ଚାହିଁଲେ ନାହିଁ । ଫଳରେ ଉପ-ରାଜ୍ୟପାଳ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଛନ୍ତି । ଅଧିକ ପଢନ୍ତୁ ...

Lt. Governor Tamilisai
Lt. Governor Tamilisai

ପୁଡୁଚେରୀ: ଦକ୍ଷିଣ ଭାରତୀୟ କେନ୍ଦ୍ର ଶାସିତ ରାଜ୍ୟ ପୁଡୁଚେରୀରେ କଂଗ୍ରେସ ସରକାରର ପତନ ପରେ ଏବେ ସେଠି ଅଚଳାବସ୍ଥା ସ୍ଥିତି ଉତ୍ପନ୍ନ ହୋଇଛି । ସରକାର କିଏ ଗଠନ କରିବ କିଏ ମୁ୍ଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ?

ତେବେ ନିର୍ବାଚନ ଆଉ କିଛି ମାସ ମଧ୍ୟରେ ହେବାକୁ ଥିବାରୁ ବିରୋଧୀ ସରକାର ଗଠନ କରିବାକୁ ଆଗ୍ରହ ପ୍ରକାଶ କରିନାହାଁନ୍ତି । ଫଳରେ ଉପ-ରାଜ୍ୟପାଳ ଟି ସୌନ୍ଦରାରାଜନ ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ଉପ-ରାଜ୍ୟପାଳଙ୍କ ସୁପାରିଶ ପରେ ଖୁବଶୀଘ୍ର ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଜାରି ହେବା ସ୍ପଷ୍ଟ ହୋଇଛି । କାରଣ ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା । କ୍ୟାବିନେଟରେ ଉପ-ରାଜ୍ୟପାଳଙ୍କ ସୁପାରିଶ ଆଗତ ହୋଇଥିବା ସୂଚନା ମିଳିଛି ।

ସୂଚନା ଯୋଗ୍ୟ ଯେ, 33 ଆସନ ବିଶିଷ୍ଟ ପଡୁଚେରୀ ବିଧାନସଭାରେ ଗତ ନିର୍ବାଚନରେ କଂଗ୍ରେସ 15 ଟି, ସହଯୋଗୀ ଡିଏମକେ 3 ଟି ଜଣେ ସ୍ବାଧିନ ବିଧାୟକଙ୍କ ସମର୍ଥନରେ କଂଗ୍ରସ ସରକାର ଗଠନ କରିବା ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି.ନାରାୟଣସ୍ବାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଗତ ଦେଢ ମାସ ମଧ୍ୟରେ ବିଭିନ୍ନ କାରଣ ଦର୍ଶାଇ କଂଗ୍ରେସରୁ 5 ଜଣ ଡିଏମକେରୁ ଜଣେ ବିଧାୟକଙ୍କ ଇସ୍ତଫା ପରେ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲା । ଗତ ସୋମବାର ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇପାରିନଥିଲେ ନାରାୟଣସ୍ବାମୀ । ଫଳରେ ପାଞ୍ଚ ବର୍ଷର ଅବଧି ପୂରଣ କରିବା ପୂର୍ବରୁ ଭାଙ୍ଗିଗଲା ନିର୍ବାଚିତ ସରକାର ।

ଆସନ୍ତା ମେ’ ମାସରେ କେନ୍ଦ୍ର ଶାସିତ ରାଜ୍ୟ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବ । ଏଥିପାଇଁ କଂଗ୍ରେସ, ବିଜେପି, ଡିଏମକେ ଓ ଅନ୍ୟ ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.