ETV Bharat / bharat

Hooch Tragedy: ନୀତିଶଙ୍କୁ ଟାର୍ଗେଟ କଲେ ଚିରାଗ, କହିଲେ ଯିଏ ପିଆଇବ ସେ କଣ ମସ୍ତି କରିବ - ବିଷାକ୍ତ ମଦ ଜନିତ ମୃତ୍ୟୁ

ବିହାର ଛପରା ଜିଲ୍ଲାରେ ବିଷାକ୍ତ ମଦ ଜନିତ ମୃତ୍ୟୁ (Hooch Tragedy Death Toll) ଘଟଣାରେ ଯିଏ ମଦ ପିଇବ ସେ ମରିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶଙ୍କ ଏହି ମନ୍ତବ୍ୟକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ଏଲପିଜି ସାଂସଦ ଚିରାଗ ପାସୱାନ (LPG MP Chirag Paswan on statement of CM Nitish) । ଅଧିକ ପଢନ୍ତୁ

Chirag Paswan targets CM Nitish
ନୀତିଶଙ୍କୁ ଟାର୍ଗେଟ କଲେ ଚିରାଗ
author img

By

Published : Dec 17, 2022, 9:08 PM IST

ପାଟନା: ବିହାର ଛପରା ଜିଲ୍ଲାରେ ବିଷାକ୍ତ ମଦ ପିଇବା ଦ୍ବାରା ଏଯାବତ ୭୬ ଜଣଙ୍କ ମୃତ୍ୟୁ ଘଟିଲାଣି (Hooch Tragedy Death Toll)। ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଥିଲେ ଯେ 'ଯିଏ ମଦ ପିଇବ ସେ ମରିବ ।' ମଦ ନିଷେଧ ବିହାରରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ଟାର୍ଗେଟ କରି ଚିରାଗ ପାସୱାନ (Chirag Paswan targets CM Nitish ) କହିଛନ୍ତି ଯେ ଯଦି ମଦ ଯିଏ ପିଇବ ସେ ମରିବ, ତେବେ ମଦ ଯିଏ ପିଆଇବ ସେ କଣ ମସ୍ତି କରିବ ବୋଲି ପ୍ରଶ୍ନ କରିଛନ୍ତି ସେ ।

ଦିନକୁ ଦିନ ବିଷାକ୍ତ ମଦ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏହାରି ମଧ୍ୟରେ ଏଲପିଜି (ଲୋକ ଜନଶକ୍ତି ପାର୍ଟି) ରାମବିଳାସର ସାଂସଦ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ କହୁଛନ୍ତି ମଦ ପିଇ ମୃତ୍ୟୁବରଣ କରୁଥିବା ଲୋକଙ୍କୁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ । ସେ ମହିଳାଙ୍କ ଭଲ ଚିନ୍ତା କରି ରାଜ୍ୟରେ ମଦ ନିଷେଧ କରିଥିଲେ । ହେଲେ ଆଜି ସବୁ ମହିଳା କାନ୍ଦୁଛନ୍ତି । ବିଷାକ୍ତ ମଦ ପିଇବା ଦ୍ବାରା ପରିବାରରେ ରୋଜଗାର କରୁଥିବା ସଦସ୍ୟର ମୃତ୍ୟୁ ଘଟୁଛି ।

ଏହା ବି ପଢନ୍ତୁ- ଯିଏ ମଦ ପିଇବ ସିଏ ମରିବ: ବିହାର ମୁଖ୍ୟମନ୍ତ୍ରୀ

ଏଭଳି ସ୍ଥିତିରେ ଉକ୍ତ ପରିବାରକୁ କିଏ ଚଳାଇବ ? ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଅହଙ୍କାର ତଳିତଳାନ୍ତ କରିବ । ସରକାରଙ୍କ ନଜର ଆଢୁଆଳରେ ମଦ ନିଷେଧ ରାଜ୍ୟରେ କିପରି ବିକ୍ରି ହେଉଥିଲା ? ଏଥିଲାଗି କିଏ ଦାୟୀ ? ଏହି ବିଷାକ୍ତ ମଦ ଜନିତ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଏଫଆଇଆର ଦାଏର ହେବା ଉଚିତ । ଆଜି କହୁଛନ୍ତି ଯିଏ ମଦ ପିଇବ ସେ ମରିବ । କାଲି କହିବେ ଯିଏ ରାସ୍ତାରେ ଚାଲିବ ସେ ମରିବ । ରାଜ୍ୟରେ ମଦ ବିକ୍ରି କିପରି ହେଉଥିଲା ତାହା ଉପରେ ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଆବଶ୍ୟକ ।"

ଏହା ବି ପଢନ୍ତୁ- Hooch Tragedy Death toll Ries to 71: ମଦ ପିଇଲେ ମରିବ, ମିଳିବନି କ୍ଷତିପୂରଣ: ବିହାର ମୁଖ୍ୟମନ୍ତ୍ରୀ

ସୂଚନା ଥାଉ କି ରାଜ୍ୟର ସାରଣରେ ମଧ୍ୟ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରଥମେ ରାଜ୍ୟରେ ୬ ଜଣ ମୃତ୍ୟୁ ନେଇ ସୂଚନା ମିଳିଥିଲା । ହେଲେ ଏଯାବତ ପୁରା ରାଜ୍ୟରେ ବିଷାକ୍ତ ମଦ ଜନିତ ମୃତ୍ୟୁ ସଂଖ୍ୟା ୭୩ରେ ପହଞ୍ଚିଛି । ବିଧାନସଭାରେ ମଧ୍ୟ ଏ ନେଇ ହଙ୍ଗାମା କରୁଛନ୍ତି ବିରୋଧୀ । ରାଜ୍ୟରେ ମଦ କିଣାବିକା ସହ ଗଚ୍ଛିତ ଉପରେ କଟକଣା ଲାଗୁ ହୋଇଥିବା ବେଳେ କିପରି ମଦ ଆସିଲା ସେ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.