ETV Bharat / bharat

ବଙ୍ଗୋପସାଗରେ ଆଉ ଏକ ଲଘୁଚାପ, ୪୮ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର - ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା । ଆଣ୍ଡାମାନରେ ଆସନ୍ତାକାଲି ଠାରୁ ବର୍ଷା । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରଭାବ ନେଇ ସ୍ପଷ୍ଟ ହେବ ଚିତ୍ର । ଅଧିକ ପଢନ୍ତୁ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ, ୪୮ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

author img

By

Published : Dec 18, 2021, 6:28 PM IST

Updated : Dec 18, 2021, 7:22 PM IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଶୀତଲହରୀ ଜାରି ରହିଥିବାବେଳେ ଦକ୍ଷିଣ-ପୂର୍ବ ବଙ୍ଗପୋସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ(IMD) ।

  • A Low Pressure Area lies over Southeast Bay of Bengal & adjoining Equatorial Indian Ocean with associated cyclonic circulation extending upto 5.8 km above mean sea level. It is likely to move east-northeastwards and become more marked during next 48 hours.

    — India Meteorological Department (@Indiametdept) December 18, 2021 " class="align-text-top noRightClick twitterSection" data=" ">

ତେବେ ବର୍ତ୍ତମାନ ସମୟରେ ଏହା କେବଳ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଘନୀଭୂତ ହେବା ସହ ପୂର୍ବ ଓ ଉତ୍ତର-ପୂର୍ବ ଦିଗରେ ସ୍ଥଳ ଭାଗ ମୁହାଁ ହେବା ନେଇ ପ୍ରାରମ୍ଭିକ ଭାବେ ଆକଳନ ପ୍ରକାଶ ପାଇଛି । ଏହାର ପ୍ରଭାବ ଓ ଗତିପଥ ନେଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଚିତ୍ର କ୍ରମଶଃ ସ୍ପଷ୍ଟ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ବର୍ତ୍ତମାନର ସମୀକରଣକୁ ଦେଖି ଆସନ୍ତାକାଲି (୧୯ ଡିସେମ୍ବର) ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ୪୦-୫୦ କି.ମି ଘଣ୍ଟା ପ୍ରତି ବେଗର ପବନ ବୋହିବା ସହ ସମୟ ସମୟେ ଏହା ହେବ ବୃଦ୍ଧି ପାଇ ୬୦ କି.ମିରେ ପହଞ୍ଚିବା ନେଇ ପୂର୍ବାନୂମାନ ପ୍ରକାଶ ପାଇଛି । ତେବେ ଏହାର ପୂର୍ବ ଉପକୂଳ ଉପରେ କଣ ପ୍ରଭାବ ରହିବ, ତାହା ଆସନ୍ତା କିଛି ଘଣ୍ଟାରେ ସ୍ପଷ୍ଟ ହେବା ନେଇ କହିଛି ଆଇଏମଡି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 18, 2021, 7:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.