ETV Bharat / bharat

ହରିୟାଣାରେ ଲଭ ଜିହାଦ ମାମଲା - ହରିୟାଣାରେ ଲଭ ଜିହାଦ ମାମଲା

ହରିୟାଣାର ଯମୁନାନଗରରେ ଲଭ୍ ଜିହାଦ ମାମଲା । ସ୍ବାମୀଙ୍କ ବିରୋଧରେ ଲଭ୍ ଜିହାଦ ଅଭିଯୋଗ ଆଣିଲା ସ୍ତ୍ରୀ । ଅଧିକ ପଢନ୍ତୁ

ହରିୟାଣାରେ ଲଭ ଜିହାଦ ମାମଲା
ହରିୟାଣାରେ ଲଭ ଜିହାଦ ମାମଲା
author img

By

Published : May 29, 2022, 4:32 PM IST

ଚଣ୍ଡିଗଡ: ହରିୟାଣାର ଯମୁନାନଗରରେ ଲଭ୍ ଜିହାଦ ମାମଲା (Love Jihad) । ସ୍ବାମୀଙ୍କ ବିରୋଧରେ ଲଭ୍ ଜିହାଦ ଅଭିଯୋଗ ଆଣିଲା ସ୍ତ୍ରୀ । ୧୨ ବର୍ଷ ପୂର୍ବେ ମହିଳା ଜଣଙ୍କ ଜଣେ ମୁସଲମାନ ଯୁବକଙ୍କୁ ବିବାହ କରିଥିବାବେଳେ ମୁସଲମାନ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଥିଲେ ତାଙ୍କ ସ୍ବାମୀ । ଧର୍ମ ଗ୍ରହଣ କରିବାକୁ ଚାପ ପକାଇବା ସହ ଘରୁ ବାହାର କରିଦେବାକୁ ଧମକ ଦେଉଥିଲେ । ଏନେଇ ସେ ଯମୁନାନଗର ଏସପିଙ୍କୁ ଭେଟି ସ୍ବାମୀଙ୍କ ବିରୋଧରେ ଲଭ ଜିହାଦର ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ମହିଳା ଜଣଙ୍କ ପ୍ରଥମେ ୨୦୦୬ରେ ବିବାହ କରିଥିଲେ , ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଶାଶୁଘର ଲୋକେ ତାଙ୍କୁ ଘରୁ ବାହର କରିଦେଇଥିଲେ । ଏହା ପରେ ସେ ଏକ ବିଦ୍ୟାଳୟରେ କାମ କରୁଥିବାବେଳେ ସେଠାରେ ଜଣେ ଡ୍ରାଇଭର ଭାବେ କାମ କରୁଥିବା ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଯୁବକ ଜଣଙ୍କ ତାଙ୍କ ଧର୍ମ ଲୁଚାଇ ୨୦୧୨ରେ ମହିଳା ଜଣଙ୍କୁ ବିବାହ କରିଥିଲେ । ଏହାପରେ ତାଙ୍କୁ ଘରକୁ ଆଣିବା ପରେ ଯୁବକ ଜଣଙ୍କ ମୁସଲମାନ ସମ୍ପ୍ରଦାୟର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ଧର୍ମ ପରିବର୍ତ୍ତନ କରିବାକୁ ତାଙ୍କୁ ବାଧ୍ୟ କରିବା ସହ ତାଙ୍କ ୨ ସନ୍ତାନଙ୍କ ନାମ ମଧ୍ୟ ପରିବର୍ତ୍ତନ କରିଥିଲେ । ତେବେ ଧର୍ମ ପରିବର୍ତ୍ତନ ନକରିବାରୁ ମହିଳାଙ୍କ ସ୍ବାମୀ ଅନ୍ୟ ଜଣଙ୍କୁ ବିବାହ କରିଥିବା ସେ ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.