ETV Bharat / bharat

Love Jihad in Bihar: ଛଦ୍ମନାମରେ ବିବାହ ପରେ ଧର୍ମ ପରିବର୍ତ୍ତନ ପାଇଁ ଧମକ, କୋର୍ଟ ଦ୍ବାରସ୍ଥ ଯୁବତୀ - ବିହାରରେ ଲଭ ଜିହାଦ

ବିହାରର କାଟିହରରେ ଲଭ ଜିହାଦ ମାମଲା । ନିଜକୁ ହିନ୍ଦୁ ପରିଚୟ ଦେଇ ଫେସବୁକ ପ୍ରେମ ପରେ ବିହାହ କରିଥିଲା ଯୁବକ (Love Jihad in Bihar)। ପରେ ଧର୍ମ ପରିବର୍ତ୍ତନ ପାଇଁ ଧମକ । ଥାନାରେ ମାମଲା ପରେ ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

Love Jihad in Bihar: ଛଦ୍ମନାମରେ ବିବାହ ପରେ ଧର୍ମ ପରିବର୍ତ୍ତନ ପାଇଁ ଧମକ

author img

By

Published : Nov 19, 2022, 8:47 PM IST

ପାଟନା: ବିହାରର କଟିହାର ଜିଲ୍ଲାରେ ଲଭ ଜିହାଦ ମାମଲା ସାମ୍ନାକୁ ଆସିଛି (Love Jihad in Bihar)। ଜଣେ ମୁସଲମାନ ଯୁବକ ପରିଚୟ ଗୋପନ ରଖି ଛଦ୍ମନାମ ଓ ପରିଚୟରେ ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ, ବିବାହ ପରେ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରାଯିବା ସହ ହତ୍ୟା ଧମକ ଦେଇଛି ସମ୍ପୃକ୍ତ ଯୁବକ । ଏନେଇ ପ୍ରଥମେ ପୋଲିସର ଦ୍ବାରସ୍ଥ ହେବା ସହ ପରେ ସ୍ଥାନୀୟ କଟିହାର କୋର୍ଟରେ ଦ୍ବାରସ୍ଥ ହୋଇ ପୀଡିତାଜଣଙ୍କ ନ୍ୟାୟ ଭିକ୍ଷା କରିଛନ୍ତି ।

ପୀଡିତା କରିଥିବା ଅଭିଯୋଗ ଅନୁସାରେ, ପ୍ରଥମେ ଫେସବୁକରେ ଉଭୟଙ୍କ ମଧ୍ୟରେ ପରିଚୟ ଓ ବନ୍ଧୁତା ହୋଇଥିଲା । ସେତେବେଳେ ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇଥିଲା ସମ୍ପୃକ୍ତ ଇସଲାମ ଯୁବକ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ଉଭୟ ବିବାହ ମଧ୍ୟ କରିଥିଲେ । ବିବାହ ପରେ ସମ୍ପୃକ୍ତ ଯୁବକ ମୁସଲମାନ ବୋଲି ଜାଣିବାକୁ ପାଇଥିଲେ ଯୁବତୀ । ଯୁବତୀଙ୍କୁ ମଧ୍ୟ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଥିବା ବେଳେ ଏଥିରେ ବିରୋଧ କଲେ ହତ୍ୟା କରିବା ପାଇଁ ଧମକ ଦେଉଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

ଘଟଣାଟି କଟିହାରର ମଣିହରୀ ଥାନା ଅଧୀନରେ ଘଟିଛି ଏହି ଘଟଣା । ସ୍ଥାନୀୟ 29 ବର୍ଷୀୟା ଅର୍ଚ୍ଚନା (ଛଦ୍ମନାମ) ଫେସବୁକରେ ଦୁବାଇରେ ରହୁଥିବା ତୌକିର ଆଲାମଙ୍କ ସମ୍ପର୍କରେ ଆସିଥିଲେ । ସେତେବେଳେ ତୌକିର ଆଲାମ ନିଜ ନାମ ରାଜ ଓ ସେ ଜଣେ ହିନ୍ଦୁ ବୋଲି କହିଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତୌକିର ଦୁବାଇରୁ ଫେରିବା ପରେ 2015 ରେ ଉଭୟ ପାରମ୍ପରିକ ଭାବେ ବିବାହ କରିଥିଲେ ଏହା ପରେ ପୁଣି ଥରେ 2017 ରେ ସ୍ଥାନୀୟ କଟିହାରରେ କୋର୍ଟରେ ମଧ୍ୟ ବିବାହ କରିଥିଲେ ।

ବିବାହର କିଛି ବର୍ଷ ପରେ ସତ ଜାଣିବାକୁ ପାଇଥିଲେ ସମ୍ପୃକ୍ତ ଯୁବତୀ । ଏବେ ସମ୍ପୃକ୍ତ ଯୁବତୀ ଜଣକ ପୋଲିସ ଓ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସ୍ଥାନୀୟ ପୋଲିସ ଅଧୀକ୍ଷକ ଜିତେନ୍ଦ୍ର କୁମାର, ସମଗ୍ର ଘଟଣାର ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତର ଫଳାଫଳ ଆଧାରରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.