ETV Bharat / bharat

କୋର୍ଟରେ ହାଜର ହେଲେ ଭୋଳାନାଥ, ତହସିଲରୁ ଆସିଥିଲା ଲିଗାଲ ନୋଟିସ୍‌

author img

By

Published : Mar 25, 2022, 7:52 PM IST

ମହାଦେବଙ୍କୁ କୋର୍ଟରେ ହାଜର କରିବାକୁ ଲୋକେ ଶିବଲିଙ୍ଗକୁ ଏକ ରିକ୍ସାରେ ବୋହି ନେଲେ ଶ୍ରଦ୍ଧାଳୁ । ଅଧିକ ପଢ଼ନ୍ତୁ

କୋର୍ଟରେ ହାଜର ହେଲେ ଭୋଳାନାଥ, ତହସିଲରୁ ଆସିଥିଲା ଲିଗାଲ ନୋଟିସ

ରାୟପୁର: ଜମି ଜବରଦଖଲ ମାମଲାରେ କୋର୍ଟରେ ହାଜର ହେଲେ ଦେବଦେବ ମହାଦେବ । ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ରାୟଗଡ଼ର ୨୫ ନମ୍ବର ୱାର୍ଡରେ ଏକ ସରକାରୀ ଜମି ଉପରେ ଏକ ଶିବ ମନ୍ଦିର ନିର୍ମାଣ ହୋଇଥିଲା । ଏହାକୁ ନେଇ ଜଣେ ବ୍ୟକ୍ତି ୧୦ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରିଥିଲେ ।

ମାର୍ଚ୍ଚ ୨୫ ତାରିଖରେ ପ୍ରତ୍ୟେକଙ୍କୁ କୋର୍ଟରେ ହାଜର ହେବାକୁ ଲିଗାଲ ନୋଟିସ ଦିଆଯାଇଛି । ୧୦ ଜଣଙ୍କ ମଧ୍ୟରେ ମହାଦେବଙ୍କ ନାମ ୬ ନମ୍ବରରେ ରହିଥିଲା । ତେବେ ଆଜି ୯ ଜଣ ବ୍ୟକ୍ତିଙ୍କ ସହ ମହାଦେବ କୋର୍ଟରେ ହାଜର ହୋଇଛନ୍ତି । ତେବେ ଏଠାରେ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ମହାଦେବ ଶିବ କିଭଳି କୋର୍ଟରେ ହାଜର ହେଲେ ? ମହାଦେବ ନିଜେ ଆବିର୍ଭାବ ହୋଇନଥିଲେ । ବରଂ ମନ୍ଦିର ଭିତରେ ଥିବା ଶିବଲିଙ୍ଗକୁ ଏକ ରିକ୍ସାରେ ବୋହି ନେଇ ବାକି ୯ଜଣ ପକ୍ଷଭୁକ୍ତ ତହସିଲ ଅଫିସରେ ପହଞ୍ଚିଥିଲେ ।

ଏହା ବି ପଢ଼ନ୍ତୁ ମହାଦେବଙ୍କୁ ମିଳିଲା ଲିଗାଲ ନୋଟିସ, ହାଜର ନହେଲେ ଗଣିବେ ତଣ୍ଡ

ତେବେ ବିଡ଼ମ୍ବନାର ବିଷୟ ଆଜି ତହସିଲ ଅଫିସରେ ଏହି ମାମଲାର ଶୁଣାଣି ହୋଇ ପାରିନାହିଁ । ୯ଜଣ ପକ୍ଷଭୁକ୍ତ ଭଗବାନଙ୍କୁ ନେଇ ଅଫିସରେ ପହଞ୍ଚୁଥିବା ଖବର ମିଳିବା ପରେ ତହସିଲଦାର ଜନଶୁଣାଣି କରିବା ବାହାନାରେ କାର୍ଯ୍ୟାଳୟରୁ ବାହାରି ଯାଇଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅପ୍ରେଲ ୧୩ ତାରିଖରେ କରାଯିବ ।

ରାୟଗଡ଼ ତହସିଲ ୨୫ ନମ୍ବର ୱାର୍ଡରେ ରହୁଥିବା ସୁଦ୍ଧା ରଜୱାଡେ ବିଳାଶପୁର ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏକ ସରକାରୀ ଜମିରେ ଶିବ ମନ୍ଦିର ତିଆରି ହୋଇଥିବା ନେଇ ୧୬ ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହି ମାମଲାରୁ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତହସିଲଦାର ଏହାର ଯାଞ୍ଚ କରି ୩ ଦିନ ମଧ୍ୟରେ ରିପୋର୍ଟ ଦେଇଥିଲେ ।

ଯାଞ୍ଚ ବେଳେ ଜଣା ପଡ଼ିଲା ୧୬ ନୁହେଁ ୧୦ ଜଣ ସରକାରୀ ଜମି ସହ ପଖୋରୀକୁ ଅବୈଧ ଉପାୟରେ କବ୍‌ଜା କରିଛନ୍ତି । ଏହାପରେ ସମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ହାଇକୋର୍ଟ ନୋଟିସ ଜାରି କରିଥିଲେ । ଏହାକୁ ନେଇ ୧୦ ଜଣଙ୍କ ନିକଟକୁ କୋର୍ଟ ନୋଟିସ ପଠାଇଥିଲେ ତହସିଲଦାର ଯେଉଁଥିରେ ମହାଦେବ ଶିବ ମଧ୍ୟ ସାମିଲ ଥିଲେ । ମାର୍ଚ୍ଚ ୨୫ ତାରିଖରେ ହାଜର ନହେଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.