ETV Bharat / bharat

Long Range Revolver Prabal: ଦେଶର ପ୍ରଥମ ଲଙ୍ଗ ରେଞ୍ଜ୍ ରିଭଲଭର 'ପ୍ରବଳ', ଫାୟାରିଂ ରେଞ୍ଜ୍ ୫୦ମିଟର - ମାରକ କ୍ଷମତା ୫୦ମିଟର

ଉତ୍ତରପ୍ରଦେଶ କାନପୁର ସ୍ଥିତ କମ୍ପାନୀ ନିର୍ମାଣ କଲା ଦେଶର ପ୍ରଥମ ଲଙ୍ଗ ରେଞ୍ଜ୍ ରିଭଲଭର । ଜାଣନ୍ତୁ କିପରି ଉପକୃତ ହେବେ ମହିଳା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 18, 2023, 10:59 PM IST

ଲକ୍ଷ୍ନୌ: ଏବେ ରିଭଲଭର ପ୍ରବଳକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଏହା ଭାରତର ପ୍ରଥମ ଲଙ୍ଗ ରେଞ୍ଜ ରିଭରଲଭର । ଉତ୍ତରପ୍ରଦେଶ କାନପୁର ସ୍ଥିତ କମ୍ପାନୀ ଆଡଭାନ୍ସଡ ୱିପେନ୍ସ ଆଣ୍ଡ ଇକ୍ବିପମେଣ୍ଟ ଇଣ୍ଡିଆ (AWEIL) ପକ୍ଷରୁ ଏହାକୁ ନିର୍ମିତ କରାଯାଇଛି । ଏହା ୫୦ ମିଟର ପର୍ଯ୍ୟନ୍ତ ଫାୟାରିଂ ରେଞ୍ଜ ରହିଛି । ଯାହାକୁ ସାଧାରଣ ରିଭଲଭରଠାରୁ ୨ ଗୁଣା ଅଧିକ । ଏହି ସ୍ବତନ୍ତ୍ର ଧରଣର ରିଭଲଭର ଓଜନ କମ ଥିବାରୁ ଏହା ଦ୍ବାରା ବିଶେଷ କରି ମହିଳାମାନେ ଉପକୃତ ହେବେ ବୋଲି କମ୍ପାନୀ କହିଛି । ଏହାସହିତ ଏହାର ମାରକ କ୍ଷମତା ଅଧିକ ରହିଥାଏ ।

ପ୍ରବଳରେ ହାଲୁକା ୩୨ ବୋର ରିଭଲଭର ରହିଛି ଯାହାକି ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଉପଯୁକ୍ତ ବୋଲି ବିବେଚନା କରାଯାଏ । କାରଣ କାରତୁସ ବିନା ଏହାର ଓଜନ ମାତ୍ର ୭୦୦ ଗ୍ରାମ, ଯାହାକୁ କେହି ବି ଆରାମରେ ବହନ କରିପାରିବେ । ଏହାର ଟ୍ରିଗର ପୁଲ୍‌ କରିବା ମଧ୍ୟ ବହୁତ ସହଜ । ଏହାର ଓଜନ କମ ଲାଗି ମହିଳାମାନେ ଅତି ସହଜରେ ଏହାକୁ ନିଜ ହ୍ୟାଣ୍ଡବ୍ୟାଗରେ ରଖିପାରିବେ ଏବଂ ଏହାକୁ ସେମାନଙ୍କ ସୁରକ୍ଷା ପାଇଁ ବ୍ୟବହାର କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ- IAS ପୁଅର ବନ୍ଧୁକବାଜ୍, ରିଭଲଭର‌ରେ ଧମକାଇଲେ ବାନ୍ଧିଲା ପୋଲିସ

ପ୍ରବଳ ରିଭଲବର ମାରକ କ୍ଷମତା ସମ୍ପର୍କରେ ଆଲୋଚନା କଲେ ଦେଶର ସମସ୍ତ ରିଭଲଭରଠାରୁ ଏହାର କ୍ଷମତା ଅଧିକ ରହିଛି । ପ୍ରବଳ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ନିଜ ଲକ୍ଷକୁ ଭେଦ କରିପାରିବ । ଯାହାକି ଅନ୍ୟ ରିଭଲଭର ତୁଳନାରେ ୨ ଗୁଣା ଅଧିକ । ପୂର୍ବରୁ କୌଣସି ବି ଗୋଟିଏ ରିଭଲଭରର ମାରକ କ୍ଷମତା ୨୦ ମିଟରଠୁ ଅଧିକ ନଥିଲା । କମ୍ପାନୀ ଭାରତର ପ୍ରଥମ ଲଙ୍ଗ ରେଞ୍ଜ୍ ରିଭଲଭର 'ପ୍ରବଳ' ନିର୍ମାଣ କରିଛି । ଏହାସହିତ ପ୍ରବଳରେ ସାଇଡ ସ୍ବିଙ୍ଗ ସିଲିଣ୍ଡର ରହିଛି । ରିଭଲଭରକୁ ପୂର୍ବରୁ କାରତୁସ ଭର୍ତ୍ତି କରିବା ଲାଗି ବନ୍ଧୁକକୁ ମୋଡି଼ବାକୁ ପଡୁଥିଲା, ହେଲେ ଏବେ ତାହା କରିବାକୁ ପଡ଼ିବ ନାହିଁ ।

ଦିଲ୍ଲୀର ନିର୍ଭୟାକାଣ୍ଡ ପରେ ମହିଳାମାନଙ୍କ ସୁରକ୍ଷା ଲାଗି ଏକ ସ୍ବତନ୍ତ୍ର ଧରଣର ରିଭଲଭର ନିର୍ମାଣ କରାଯାଇଥିଲା । ଯାହାର ନାମ 'ନିର୍ଭୀକ' ରଖାଯାଇଥିଲା । ଏହି ରିଭଲଭର ବି କାନପୁରଠାରେ ନିର୍ମିତ ହୋଇଥିଲା । ୨୦୧୪ ମାର୍ଚ୍ଚ ୧୮ ତାରିଖରେ ଏହି ରିଭଲଭର ନିର୍ମିତ ହୋଇଥିବା ବେଳେ ଏହାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.