ETV Bharat / bharat

କିଏ Ulfa ଅଧ୍ୟକ୍ଷ ? ଲଣ୍ଡନ କୋର୍ଟରେ ଶୁଣାଣି ଆରମ୍ଭ

author img

By

Published : May 18, 2022, 1:32 PM IST

ଭାରତ ସରକାର ଦାବି କରି ଆସିଛନ୍ତି ଯେ ଲଣ୍ଡନ ସ୍ଥିତ 75 ବର୍ଷୀୟ ଡାକ୍ତର ଉଲଫା ଗୁଟ ଅଧ୍ୟକ୍ଷ ହେଉଛନ୍ତି ଡାକ୍ତର ଅଭିଜିତ ଅସମ । ଉଲଫା (ଆଇ)ର ପ୍ରତିବନ୍ଧିତ ସଂଗଠନ ସହିତ ଏହାର କମାଣ୍ଡରଙ୍କ ଉପରେ କିଛି ଦିନ ତଳେ ବିବାଦ ଉପୁଜିଥିଲା । ଅଧିକ ପଢନ୍ତୁ

କିଏ Ulfa ଅଧକ୍ଷ? ଲଣ୍ଡନ କୋର୍ଟରେ ଶୁଣାଣି ଆରମ୍ଭ

ହାଇଦ୍ରାବାଦ: ଭାରତ ସରକାର ଦାବି କରି ଆସିଛନ୍ତି ଯେ ଲଣ୍ଡନ ସ୍ଥିତ 75 ବର୍ଷୀୟ ଡାକ୍ତର ଉଲଫା ଗୁଟ ଅଧ୍ୟକ୍ଷ ହେଉଛନ୍ତି ଡାକ୍ତର ଅଭିଜିତ ଅସମ । ଉଲଫା (ଆଇ)ର ପ୍ରତିବନ୍ଧିତ ସଂଗଠନ ସହିତ ଏହାର କମାଣ୍ଡରଙ୍କ ଉପରେ କିଛି ଦିନ ତଳେ ବିବାଦ ଉପୁଜିଥିଲ । ଯେଉଁଥିରେ ଦାବି ହୋଇଥିଲା କି ଡାକ୍ତର ଅଭିଜିତ ଅସମଙ୍କ ନାମର କେହି ନାହାନ୍ତି ଏବଂ ଏହା ଜଣେ କାଳ୍ପନିକ ଚରିତ୍ର । ଯାହା ସଂଗଠନ ଦ୍ବାରା ତିଆରି ହୋଇଛି । ଏହାର ଶୁଣାଣି ଲଣ୍ଡନ କୋର୍ଟରେ ଆରମ୍ଭ ହୋଇଛି ।

ଗୌହାଟୀ ମେଡିକାଲ କଲେଜରୁ ମେଡିକାଲ ସ୍ନାତ୍ତକ ହାସଲ କରିଥିବା ହାଜାରିକାଙ୍କ ପାଖରେ ବ୍ରିଟିଶ ପାସପୋର୍ଟ ରହିଛି । 2004 ମସିହାରୁ ପୂର୍ବ ଲଣ୍ଡନର ଆଲଟନରେ ତାଙ୍କ ପରିବାର ସହିତ ରହି ଆସୁଛନ୍ତି । ମଙ୍ଗଳବାର ଦିନ ହାଜାରିକାଙ୍କ ଓକିଲ ବେନ କପୁର୍ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟଙ୍କୁ କହିଛନ୍ତି ଯେ ଆସାମର କୌଣସି ବିଚ୍ଛିନ୍ନତାବାଦୀ ସଂଗଠନ ସହ ହାଜାରିକାଙ୍କ ସମ୍ପର୍କ ନାହିଁ । କପୁର୍ ଏହା ମଧ୍ୟ ଯୁକ୍ତି କରିଛନ୍ତି ଯେ ତାଙ୍କ ଡକ୍ଟର ହାଜାରିକା ଡକ୍ଟର ଅଭିଜିତ ଅସମ ନୁହଁନ୍ତି ।

ସୂଚନାନୁସାରେ, ଭାରତ ସରକାରଙ୍କ ପ୍ରତିନିଧିତ୍ବ କରୁଥିବା ଓକିଲ ଦାବି କରିଛନ୍ତି ଯେ ଡାକ୍ତର ହାଜାରିକା ଉଲଫା (ULFA)ର ଅଧ୍ୟକ୍ଷ ଭାବରେ ସାମିଲ ଅଛନ୍ତି । 2016 ରୁ 2019 ମଧ୍ୟରେ ମିଆଁମାରର ଉଲଫା ଶିବିରରେ ବହୁ ସମୟ ଅତିବାହିତ କରିଛନ୍ତି । ଓକିଲ ଆହୁରି ଯୁକ୍ତି କରିଛନ୍ତି ଯେ ଡକ୍ଟର ଅଭିଜିତ ଅସମ ଡକ୍ଟର ମୁକୁଲ ହାଜାରିକାଙ୍କ ଛଦ୍ମନାମ । ସେ ଯୁବ ପିଢିକୁ ସଂଗଠନରେ ଯୋଗଦେବାକୁ ଏବଂ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରିବାକୁ ଉତ୍ସାହିତ କରୁଛନ୍ତି । ଗତ ବର୍ଷ ଲଣ୍ଡନରୁ ହାଜାରିକାଙ୍କୁ ମଧ୍ୟ ଗିରଫ କରାଯାଇଥିଲା କିନ୍ତୁ ପରେ ଜାମିନରେ ମୁକ୍ତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.