ଦିଲ୍ଲୀ: ସଂସଦରେ ଅବସ୍ଥାପିତ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଜ୍ଞାପନ କରିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଚାଚା ନେହୁରଙ୍କ 131 ତମ ଜନ୍ମ ବାର୍ଷିକୀରେ ସମସ୍ତ ରାଜନୈତିକ ଦଳର ନେତୃତ୍ବ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି ।
ସଂସଦ ଭବନରେ ରହିଥିବା ନେହେରୁଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ଓମ ବିର୍ଲା ପୁଷ୍ପମାଳ ଅର୍ପଣ କରିବା ସହ ସ୍ମୃତି ଚାରଣ ମଧ୍ୟ କରିଛନ୍ତି । ସେହିପରି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ଶ୍ରଦ୍ଧା ସୁମନ ଜ୍ଞାପନ କରିଛନ୍ତି ।
ଗୋଟେପଟେ ନେହେରୁଙ୍କ ଜନ୍ମଦିନକୁ ସାରା ଦେଶ ଶିଶୁ ଦିବସ ରୂପେ ପାଳନ କରୁଛି । ଚଳିତ ବର୍ଷ କୋଭିଡ କଟକଣା ଦୃଷ୍ଟିରୁ ସମସ୍ତ ସ୍କୁଲ କଲେଜ ଆଦି ବନ୍ଦ ରହିଛି । ତେଣୁ ଘରେ ରହି ପାଳନ ହେଉଛି ଚାଚା ନେହେରୁଙ୍କ ଜୟନ୍ତୀ ଅବା ଶିଶୁ ଦିବସ ।
@ANI