ETV Bharat / bharat

10ରେ ରାହୁଲଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ଶୁଣାଣି, ଅଭିଯୋଗ କରିଥିଲା ବିଜେପି

10 ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି କରିଥିବା ସ୍ବାଧୀକାର ଭଙ୍ଗ ଅଭିଯୋଗ ଶୁଣାଣି କରିବ ଲୋକସଭା ସ୍ବାଧୀକାର କିମିଟି । ଅଧିକ ପଢନ୍ତୁ

author img

By

Published : Mar 7, 2023, 4:46 PM IST

ରାହୁଲଙ୍କ ବିରୋଧରେ ବିଜେପିର ଅଭିଯୋଗ, 10 ରେ ଶୁଣାଣି କରିବ ଲୋକସଭା ସ୍ବାଧୀକାର କମିଟି
ରାହୁଲଙ୍କ ବିରୋଧରେ ବିଜେପିର ଅଭିଯୋଗ, 10 ରେ ଶୁଣାଣି କରିବ ଲୋକସଭା ସ୍ବାଧୀକାର କମିଟିରାହୁଲଙ୍କ ବିରୋଧରେ ବିଜେପିର ଅଭିଯୋଗ, 10 ରେ ଶୁଣାଣି କରିବ ଲୋକସଭା ସ୍ବାଧୀକାର କମିଟି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଶାସକ ଭାରତୀୟ ଜନତା ପାର୍ଟି ଆଣିଥିବା ସ୍ବାଧୀକାର ଭଙ୍ଗ ଅଭିଯୋଗର ଶୁଣାଣି କରିବ ଲୋକସଭାର ସ୍ବାଧୀକାର କମିଟି । ଚଳିତ ମାସ 10 ତାରିଖରେ ସ୍ବାଧୀକାର କମିଟିର ଏକ ପ୍ୟାନେଲ ଏହି ଶୁଣାଣି କରିବା ନେଇ ସୂଚନା ମିଳିଛି । ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ବୋଧନର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାହୁଲ ଗୃହରେ ବିଭ୍ରାନ୍ତିକର, ଅଣସଂସଦୀୟ ଓ ଅଭିଯୋଗମୂଳକ ମନ୍ତବ୍ୟ ଦେଇ ଗୃହର ସ୍ବାଧୀକାର ଭଙ୍ଗ କରିଥିବା ବିଜେପି ଅଭିଯୋଗ କରିଥିଲା । ଲୋକସଭା ସ୍ବାଧୀକାର କମିଟି ଏହି ଅଭିଯୋଗର ଶୁଣାଣି କରି ରାହୁଲଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଥିଲା ବିଜେପି ।

ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତମାସ (ଫେବୃଆରୀ) 7 ରେ ରାଷ୍ଟ୍ରପତିଙ୍କ ସମ୍ବୋଧନର ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚାରେ ଗୃହରେ ଏପରି ବିଭ୍ରାନ୍ତିକର ମନ୍ତବ୍ୟ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୃହର ସ୍ବାଧୀକାର ଭଙ୍ଗ କରିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଥିଲେ । ପରେ ସମାନ ଅଭିଯୋଗ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ କରିଥିଲେ ।ଲୋକସଭା ସାଂସଦ ତଥା ସ୍ବାଧୀକାର କମିଟି ପ୍ୟାନେଲର ଅଧ୍ୟକ୍ଷ ସୁନିଲ ସିଂଙ୍କ ଅଧ୍ୟକ୍ଷତାରେ ଏହି ଅଭିଯୋଗର ଶୁଣାଣି ହେବାକୁ ଯାଉଛି ।

ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବକ୍ତବ୍ୟ ରଖିଥିବା ପ୍ରଥମ ବିରୋଧୀ ଦଳ ନେତା ହେଉଛନ୍ତି ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ ହିଣ୍ଡନବର୍ଗ ଓ ଆଦାନୀ ରିପୋର୍ଟ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ମୋଦି- ଆଦାନୀଙ୍କ ମଧ୍ୟରେ ଦୀର୍ଘ ବର୍ଷର ସମ୍ପର୍କ ରହିଛି ବୋଲି ରାହୁଲ କହିଥିଲେ । ନରେନ୍ଦ୍ର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରପ ହିଁ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ରାହୁଲ କହିଥିଲେ ।

ଯାହାକୁ ନେଇ ଭାରତୀୟ ଜନତା ପାର୍ଟି ଆପତ୍ତି ଉଠାଇବା ସହ ଗୃହରେ ଏପରି ବିଭ୍ରାନ୍ତିକର, ଅମୂଳକ ଓ ଅଭିଯୋଗମୂଳକ ମନ୍ତବ୍ୟ ଦେବା ଫଳରେ ରାହୁଲଙ୍କ ଦ୍ବାରା ଗୃହର ସ୍ବାଧୀକାର ଭଙ୍ଗ ହୋଇଥିବା ଅଭିଯୋଗ କରିଥିଲା । ଏହି ଅଭିଯୋଗର ଶୁଣାଣି ମାର୍ଚ୍ଚ 10 ରେ ସ୍ବାଧୀକାର କମିଟି ଦ୍ବାରା ହେବାକୁ ଯାଉଛି । ଆଦାନୀ ଷ୍ଟକ-କ୍ରାସ ପ୍ରସଙ୍ଗରେ କଂଗ୍ରେସ ସମେତ ଏକାଧିକ ବିରୋଧୀ ଦଳ ନେତା ଯୁଗ୍ମ ସଂସଦୀୟ କମିଟି ଗଠନ କରିବାକୁ ଦାବି କରିଆସୁଥିଲେ ସୁଦ୍ଧା ସରକାର ଏହାକୁ ଏଡାଇ ଯାଉଥିବା ଅଭିଯୋଗ କରିଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.