ETV Bharat / bharat

Parliament monsoon session: ମଣିପୁର ପ୍ରସଙ୍ଗରେ ଚାଲିପାରୁନି ଗୃହ, ଆଜି ଆସିପାରେ ଦିଲ୍ଲୀ ଅଧ୍ୟାଦେଶ ବିଲ୍ - ଦିଲ୍ଲୀ ଅଧ୍ୟାଦେଶ ବିଲ୍

ମଣିପୁର ପ୍ରସଙ୍ଗରେ ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ । ଦିନ ୨ଟା ଯାଏଁ ଲୋକସଭା ମୁଲତବୀ । ଆଜି ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଉପସ୍ଥାପନ କରିପାରନ୍ତି ଅମିତ ଶାହ । ଅଧିକ ପଢନ୍ତୁ

Parliament monsoon session
Parliament monsoon session
author img

By

Published : Aug 1, 2023, 1:21 PM IST

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗକୁ ନେଇ ସଂସଦ ମୌସୁମୀ ଅଧିବେଶନ ଆରମ୍ଭରୁ ଗୃହ ଅଚଳ ରହିଛି । ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ଗୃହକାର୍ଯ୍ୟ ଚଳାଇ ଦେଉନାହାନ୍ତି ବିରୋଧି ଦଳ । ଆଜି ମଧ୍ୟ ଦିନ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ହୋହଲ୍ଲା ଆରମ୍ଭ କରିଦେଇଥିଲେ । ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତ ସହ ନିୟମ ୨୬୭ ଅଧିନରେ ମଣିପୁର ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପାଇଁ ଅଡି ବସିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ସମ୍ପର୍କିତ ବିରୋଧୀଙ୍କ ଦାବିକୁ ଖାରଜ କରି ଦେଇଥିଲେ । ଅଧ୍ୟକ୍ଷ ଯେମିତି ବିରୋଧୀଙ୍କ ନୋଟିସ ଗ୍ରହଣ କରିବାକୁ ଅସ୍ବୀକାର କରିଥିଲେ, ସେମାନେ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଧନଖଡ଼ ୧୨ ଯାଏଁ ଗୃହ ମୁଲତବୀ ରଖିଥିଲେ । ସେପଟେ ଲୋକସଭାରେ ମଧ୍ୟ ବିରୋଧୀ ସାଂସଦଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ଧୋଇ ଯାଇଥିଲା । ଏହାପରେ ନିମ୍ନ ସଦନକୁ ଦିନ ୨ଟା ଯାଏଁ ମୁଲତବୀ ରଖାଯାଇଛି ।

ତେବେ ଆଜି ସଂସଦରେ ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଆସିପାରେ । ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରିପାରନ୍ତି । ବିଲ୍ ଅନୁସାରେ ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ରାଜ୍ୟପାଳଙ୍କ ହାତରେ ରହିବ । ଏହାପୂର୍ବରୁ ସୁପ୍ରିମକୋର୍ଟ ଏହି କ୍ଷମତା ଦିଲ୍ଲୀ ସରକାରଙ୍କୁ ଦେଇଥିଲେ । କିନ୍ତୁ କେନ୍ଦ୍ର ଅଧ୍ୟାଦେଶ ଆଣି ପୁଣି ଆପ୍ ସରକାରଙ୍କ ହାତରୁ କ୍ଷମତା ଛଡାଇ ଆଣିଥିଲା । ଆରମ୍ଭରୁ ଆମ ଆଦମୀ ପାର୍ଟି ଏହି ଅଧ୍ୟାଦେଶକୁ ତୀବ୍ର ବିରୋଧି କରିଆସୁଛି । କେନ୍ଦ୍ର ଦିଲ୍ଲୀବାସୀଙ୍କୁ ଧୋକ୍କା ଦେଉଛି ବୋଲି କହିଛି ଆପ୍ । ସରକାର ଆଜି ଗୃହରେ ଅଧ୍ୟାଦେଶ ବିଲ୍ ଆଣିବାକୁ ଥିବା ବେଳେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ବିଲକୁ ବିରୋଧ କରିବା ପାଇଁ ସମସ୍ତ ବିରୋଧୀ ଦଳ ନେତାଙ୍କ ସମର୍ଥନ ଲୋଡ଼ିଛନ୍ତି ।

ଏହାମଧ୍ୟ ପଢନ୍ତୁ: PM Modi to visit Pune: ଲୋକମାନ୍ୟ ତିଲକ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉକି, କେନ୍ଦ୍ର ଏହି ଅଧ୍ୟାଦେଶ ଆଣିବା ପରେ ଦିଲ୍ଲୀ ସରକାର ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସର୍ବୋଚ୍ଚ କୋର୍ଟ ଏହି ମାମଲାକୁ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ହସ୍ତାନ୍ତର କରିଥିଲେ । ପ୍ରବଳ ହଟ୍ଟଗୋଳ ଭିତରେ ଆଜି କେନ୍ଦ୍ର ସରକାର ଗୃହରେ ଏହି ଅଧ୍ୟାଦେଶ ବିଲ୍ ଆଣିବାକୁ ଯୋଜନା କରୁଛନ୍ତି । ଗୃହମନ୍ତ୍ରୀ ଶାହା ଏହାକୁ ଉପସ୍ଥାପନ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.