ରାଞ୍ଚି: ଝାଡଖଣ୍ଡରେ ବଢିଲା ଲକଡାଉନ ଅବଧି । କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ଏପରି ନିଷ୍ପତି । ଏକ ଉଚ୍ଚ ସ୍ତରୀୟ ବୈଠକରେ ରାଜ୍ୟ ସରକାର ଆସନ୍ତା ମେ 27 ତାରିଖ ପର୍ଯ୍ୟନ୍ତ କୋଠୋର ବ୍ୟବସ୍ଥା ସହ ସୁରକ୍ଷା ସପ୍ତାହକୁ 2 ସପ୍ତାହ ବୃଦ୍ଧି କରିଛନ୍ତି ।
ଏପ୍ରିଲ 22ରେ ଲକଡାଉନ ଲାଗୁ କରାଯାଇଥିବା ବେଳେ ଆଜି ଏହାର ସମୟ ସୀମା ଶେଷ ହେବାକୁ ଥିଲା । ତେବେ 2 ସପ୍ତାହ ଲକଡାଉନ ଅବଧି ବୃଦ୍ଧି ହୋଇଥିବା ବେଳେ ନିୟମକୁ ମଧ୍ୟ ଆହୁରି କଠୋର କରାଯାଇଛି । ଅନ୍ୟ ରାଜ୍ୟରୁ ଝାଡଖଣ୍ଡ ଆସୁଥିବା ଲୋକଙ୍କୁ 7 ଦିନ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି ।
ରାଜ୍ୟରେ ବସ୍ ସେବାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ବୈଠକରେ ଏହି ନଷ୍ପତି ନିଆଯାଇଛି ।
@ANI