ETV Bharat / bharat

ବଢିଲା ଲକଡାଉନ, ଟୀକାକରଣରେ ଲାଗିଲା ବ୍ରେକ

author img

By

Published : May 12, 2021, 9:40 PM IST

କୋରୋନା ଚେନ ଭାଙ୍ଗିବାକୁ ମହାରାଷ୍ଟ୍ରରେ ମେ 31 ପର୍ଯ୍ୟନ୍ତ ଲକଡାଉନ ବଢାଇ ଦିଆଯାଇଛି । ଅଧିକ ପଢନ୍ତୁ...

ବଢିଲା ଲକଡାଉନ, ଟୀକାକରଣରେ ଲାଗିଲା ବ୍ରେକ
ବଢିଲା ଲକଡାଉନ, ଟୀକାକରଣରେ ଲାଗିଲା ବ୍ରେକ

ମୁମ୍ବାଇ: ଦେଶରେ ମହାମାରୀ କୋରୋନା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ହେଲେ କିଛି ଦିନରୁ କ୍ରମାଗତ ମହାରାଷ୍ଟ୍ରରରେ କମୁଥିବାବେଳେ ଏବେ ଏଥିରେ ବୃଦ୍ଧି ଦେଖିବାକୁ ମିଳିଛି । ତେବେ କୋରୋନା ଚେନ ଭାଙ୍ଗିବାକୁ ରାଜ୍ୟରେ ମେ 31 ପର୍ଯ୍ୟନ୍ତ ଲକଡାଉନ ବଢାଇ ଦିଆଯାଇଛି ।

ପୂର୍ବ ଭଳି ରାଜ୍ୟରେ ଜାରି ରହିବ ଜରୁରୀ ସେବା । କିଛି ଦିନ ହେବ ମହାରାଷ୍ଟ୍ରରେ କମୁଥିଲା ସଂକ୍ରମଣ ହାର । ହେଲେ ଗତ 24 ଘଣ୍ଟାରେ ପୁଣି ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଏନେଇ ଲକଡାଉନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଉଦ୍ଧବ ସରକାର ।

ସେପଟେ ରାଜ୍ୟରେ ଟିକାର ଅଭାବ ଯୋଗୁଁ ଟୀକାକରଣରେ ମଧ୍ୟ ଲାଗିଛି ବ୍ରେକ । ଦେଶରେ ଆରମ୍ଭ ହୋଇସାରିଛି 18 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ । ହେଲେ ମହାରାଷ୍ଟ୍ରରେ ଟିକା ଉପଲବ୍ଧ ନଥିବାରୁ ଟୀକାକରଣରେ ବାଧା ଉପୁଜୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.