ରାଞ୍ଚୀ: ଝାଡଖଣ୍ଡରେ ଜାତୀୟ ତାପଜ ଶକ୍ତି ନିଗମ(National Thermal Power Corporation)କୁ ବିରୋଧ କରି ଗଣ୍ଡଗୋଳ । ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ । ଏଥିରେ ୨୭ ଜଣ ଗୁରୁତର ଆହତ ହୋଇଥିବା ସୂଚନା ।
ତେବେ ଝାଡଖଣ୍ଡର ଚତ୍ରା ଜିଲ୍ଲା ଅନ୍ତର୍ଗତ ତଣ୍ଡାୱାରେ ଜାତୀୟ ତାପଜ ଶକ୍ତି ନିଗମ(NTPC) ନିର୍ମାଣକୁ ବିରୋଧ କରି ୧୪ ମାସ ଧରି ସ୍ଥାନୀୟ ଲୋକେ ଆନ୍ଦୋଳନ କରୁଥିଲେ । ମାତ୍ର ଆଜି ଏହି ସଂଘର୍ଷ ଚରମ ସୀମାରେ ପହଞ୍ଚି ଥିଲା । ଶେଷରେ ଜିଲ୍ଲା ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହିଂସାତ୍ମକ ଆକ୍ରମଣ ହୋଇଛି ।
ଅନ୍ୟପଟେ ଉତ୍ତ୍ୟକ୍ତ ଲୋକେ ଜାତୀୟ ତାପଜ ଶକ୍ତି ନିଗମ(NTPC)ର ବିଭିନ୍ନ ଗାଡି ପୋଡିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
@IANS