ETV Bharat / bharat

ଛାତ୍ରୀଙ୍କ ଆଡମିଟ୍ କାର୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ - ବିହାର ଖବର

ଯୁକ୍ତ ୩ ଛାତ୍ରୀଙ୍କ ଆଡମିଟ୍ କାର୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ । ଏଭଳି ଚରମ ଅବହେଳା ସାମ୍ନାକୁ ଆସିଛି ବିହାରରୁ । ଅଧିକ ପଢନ୍ତୁ

ଛାତ୍ରଙ୍କ ଆଡମିଟ୍ କାର୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ

author img

By

Published : Jul 4, 2023, 10:59 AM IST

Updated : Jul 4, 2023, 11:29 AM IST

ପାଟନା: ବିଶ୍ବବିଦ୍ୟାଳୟର ସାଂଘାତିକ ତ୍ରୁଟି । ଆଡମିଟ କାର୍ଡରେ ଛାତ୍ରୀଙ୍କ ବଦଳରେ ଲାଗିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ । ଯୁକ୍ତ ତିନି ପରୀକ୍ଷା ପାଇଁ ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡରେ ମୋଦିଙ୍କ ଫଟୋ ଲାଗିଥିବାର ଦେଖିବାକୁ ମିଳିଛି । ବିହାର ବେଗୁସରାଇ ସ୍ଥିତ ଲଲିତ ନାରାୟଣ ମିଥିଳା ବିଶ୍ବବିଦ୍ୟାଳୟର ଏଭଳି ଚରମ ଅବହେଳା ସାମ୍ନାକୁ ଆସିଛି । ଯୁକ୍ତ ୩ ଦ୍ବିତୀୟ ବର୍ଷ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଡମିଟ କାର୍ଡରେ ତ୍ରୁଟି ଛାତ୍ରଛାତ୍ରୀଙ୍କ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ଏହା ପ୍ରଥମ ଥର ନୁହେଁ, ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ଦ୍ବାରା ଏଭଳି ଗଡବଡ ବାରମ୍ବାର ହେଉଛି ।

ଏହାମଧ୍ୟ ପଢନ୍ତୁ: ବୋର୍ଡ଼ର ସାଙ୍ଘାତିକ ତ୍ରୁଟି, ଛାତ୍ରୀଙ୍କ ମାର୍କସିଟରେ ଛାତ୍ରଙ୍କ ଫଟୋ

ସୂଚନା ମୁକାବକ, ପୂର୍ବରୁ ଛାତ୍ରଛାତ୍ରୀଙ୍କ ଆଡମିଟ କାର୍ଡରେ ତତ୍କାଳୀନ ରାଜ୍ୟପାଳ ଫଗୁ ଚୌହାନଙ୍କ ଫଟୋ ଲଗା ଯାଇଥିଲା । ଏମିତିକି ସୁପରଷ୍ଟାର ଅମିତାଭ ବଚ୍ଚନ, ସନି ଲିଓନୀ, କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଭଳି ସେଲିବ୍ରିଟିଙ୍କ ଫଟୋ ବି ଆଡମିଟରେ ଛପା ହୋଇଥିବା ଦେଖାଯାଇଛି । ଏଥର ବେଗୁସରାଇ ଗଣେଶ ଦତ୍ତ ମହାବିଦ୍ୟାଳୟର ଆଝୁଲ କୁମାରୀ ନାମକ ଜଣେ ଯୁକ୍ତ ତିନି ଛାତ୍ରୀଙ୍କ ଆଡମିଟ କାର୍ଡରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲଗାଯାଇଥିବା ଘଟଣା ସାମ୍ନାକୁ ଆସିଛି ।

ଏହାକୁ ନେଇ ସମ୍ପୃକ୍ତ ଛାତ୍ରୀ ଖୁବ୍ ବିବ୍ରତ ଅଛନ୍ତି । ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇପାରନ୍ତି ବୋଲି ଆଶଙ୍କା କରୁଛନ୍ତି । ସେ କହିଛନ୍ତି ଯେ, ବିଶ୍ବବିଦ୍ୟାଳୟର ଏଭଳି ଅବହେଳା ପାଇଁ ଛାତ୍ରଛାତ୍ରୀଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡୁଛି । ତେଣୁ ଏହାକୁ ସୁଧାରିବା ଦିଗରେ ବିଶ୍ବ ବିଦ୍ୟାଳୟକୁ କିଛି ଠୋସ୍ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଆଉ ଜଣେ ଛାତ୍ରୀ ସୋଫିଆ ପରବୀନ କହିଛନ୍ତି, "ପରୀକ୍ଷା ସମୟରେ ଏଭଳି ତ୍ରୁଟି ସାଧାରଣ ଘଟଣା ହୋଗଲାଣି । ଏମିତି ବାରମ୍ବାର ହେଉଛି । ଆଡମିଟ କାର୍ଡରେ ତ୍ରୁଟି ହେଲେ ଛାତ୍ରଛାତ୍ରୀ କ'ଣ କରିପାରିବେ । ଏ ସମ୍ପର୍କରେ ଅଭିଯୋଗ ଏବଂ ସଂଶୋଧନ ପାଇଁ ହେଲ୍‌ପ ଡେକ୍ସ କରାଯିବା ଜରୁରୀ ।"

ଏହି ଘଟଣାରେ ଡିଜି କଲେଜ ପ୍ରିନ୍ସିପାଲ ପ୍ରତିକ୍ରିୟା ଦେଇଛନ୍ତି ଯେ, ପ୍ରିଣ୍ଟିଂ ଜନିତ ତ୍ରୁଟି ପାଇଁ ଏଭଳି ହୋଇଛି । ତେବେ ଏହାକୁ ସଂଶୋଧନ କରିବାର ଅଧିକାର କଲେଜ କର୍ତ୍ତୃପକ୍ଷଙ୍କ ରହିଛି । ନାମ, ଫଟୋରେ ତ୍ରୁଟି ଥିଲେ ଏହାକୁ ସଂଶୋଧନ କରାଯାଇ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଅନୁମତି ଦିଆଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 4, 2023, 11:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.