ETV Bharat / bharat

ବାଚସ୍ପତି ଓମ ବିର୍ଲାଙ୍କ ବାସଭବନରେ ଚିରାଗ, ଦାଦାଙ୍କ ବିରୋଧରେ ହେଲେ ଫେରାଦ

author img

By

Published : Jun 19, 2021, 10:20 PM IST

ଲୋକ ଜନଶକ୍ତି ପାର୍ଟି (LJP) ଜାରି ରହିଥିବା ଅନ୍ତଃକନ୍ଦଳ ମଧ୍ୟରେ ଲୋକସଭା ବାଚସ୍ପତିଙ୍କୁ ଭେଟିଛନ୍ତି ସାଂସଦ ଚିରାଗ ପାଶଓ୍ବାନ । ଦାଦାଙ୍କ ବିରୋଧରେ ହେଲେ ଫେରାଦ । ଅଧିକ ପଢନ୍ତୁ...

ବାଚସ୍ପତି ଓମ ବିର୍ଲାଙ୍କ ବାସଭବନରେ ଚିରାଗ, ଦାଦାଙ୍କ ବିରୋଧରେ ହେଲେ ଫେରାଦ
ବାଚସ୍ପତି ଓମ ବିର୍ଲାଙ୍କ ବାସଭବନରେ ଚିରାଗ, ଦାଦାଙ୍କ ବିରୋଧରେ ହେଲେ ଫେରାଦ

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟିରେ (LJP) ଜାରି ରହିଥିବା ଅନ୍ତଃକନ୍ଦଳ ମଧ୍ୟରେ ଲୋକସଭା ବାଚସ୍ପତିଙ୍କୁ ଭେଟିଛନ୍ତି ସାଂସଦ ଚିରାଗ ପାଶଓ୍ବାନ । ଚିରାଗଙ୍କ ସହ ଦଳର ଅନ୍ୟ କିଛି ନେତା ଆଜି ସଂନ୍ଧ୍ୟାରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବାସଭବନରେ ପହଞ୍ଚି ବାଚସ୍ପତିଙ୍କୁ ଭେଟିଥିବା ଜଣାପଡିଛି । ଗତ କିଛିଦିନ ଧରି LJPରେ ଜାରି ରହିଥିବା ଦଳୀୟ ସଙ୍କଟ ଓ ଗୃହରେ ସଂସଦୀୟ ଦଳର ନେତା ଚୟନକୁ ନେଇ ବାଚସ୍ପତିଙ୍କୁ ଭେଟି ଆଲୋଚନା କରିଥିବା ଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଚିରାଗ ।

ବାଚସ୍ପତିଙ୍କୁ ସାକ୍ଷାତ କରି ସାରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଚିରାଗ କହିଛନ୍ତି ଲୋକ ଜନଶକ୍ତି ପାର୍ଟି (LJP) ସମ୍ବିଧାନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବିଧାନସଭା / ସଂସଦରେ ହେଉଥିବା ଯେକୌଣସି ପରିବର୍ତ୍ତନ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ଦ୍ୱାରା ଅନୁମୋଦନ ହେବା ଆବଶ୍ୟକ ।ଏଲଜେପିରେ ଯାହା ସବୁ ଘଟୁଛି ତାହା ଅସମ୍ବିଧାନିକ ଓ ଅବୈଧ । ତାହା ବାବଦରେ ବାଚସ୍ପତିଙ୍କୁ ଅବଗତ କରାଯାଇଥିବା ଚିରାଗ କହିଛନ୍ତି । ବାଚସ୍ପତି ଏହାକୁ ଗୁରୁତ୍ବର ସହ ନେବା ସହ LJP ଦ୍ବାରା ଦିଆଯାଇଥିବା ନୂତନ ତଥ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବାଚସ୍ପତି ପ୍ରତିଶୃତି ଦେଇଥିବା ମଧ୍ୟ କହିଛନ୍ତି ଚିରାଗ ।

ଦଳରୁ ନିଲମ୍ବିତ ଏଲଜେପି ସାଂସଦ ପଶୁପତି କୁମାର ପାରସଙ୍କୁ ଲୋକସଭାରେ ଏଲଜେପି ସଂସଦୀୟ ଦଳର ନେତା ଭାବରେ ଗ୍ରହଣ କରିବାର ନିଷ୍ପତ୍ତି ସମୀକ୍ଷା କରିବାକୁ ଅନୁରୋଧ କିରଛନ୍ତି ଚିରାଗ । ଆମ ଦଳୀୟ ଅନ୍ତକନ୍ଦଳ ଓ ଦେଖାଯାଇଥିବା ଦଳୀୟ ସଙ୍କଟ ସମ୍ପୂର୍ଣ୍ଣ ଅମ୍ବିଧାନିକ ବୋଲି ଦାବି କରିଛନ୍ତି ଚିରାଗ । ଅନ୍ୟ ପଟେ ଦଳର ଅନ୍ୟ ବରିଷ୍ଠ ନେତା ତଥା ଚିରାଗଙ୍କ ଦାଦା ପଶୁପତି ପାରସ ଚିରାଗଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇବା ସହ ନିଜକୁ ସଂସଦୀୟ ଦଳର ନେତା ଭାବେ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.