ETV Bharat / bharat

ଦେଶରେ ପ୍ରଥମ: ଜମ୍ମୁ-କାଶ୍ମୀରରେ ମିଳିଲା ଲିଥିୟମ ଭଣ୍ଡାର

author img

By

Published : Feb 11, 2023, 11:21 AM IST

ଜମ୍ମୁ-କାଶ୍ମୀରରେ ଠାବ ହେଲା ୫.୯ ମିଲିୟନ ଟନର ଲିଥିୟମ ଭଣ୍ଡାର । ବୈଦ୍ୟୁତିକ ଯାନ ବ୍ୟାଟେରୀ ତିଆରିରେ ଏହି ଧାତୁର ବ୍ୟବହାର ହୁଏ । ଅଧିକ ପଢନ୍ତୁ

ଜମ୍ମୁ-କାଶ୍ମୀରରେ ଲିଥିୟମ ଖଣି ଠାବ
ଜମ୍ମୁ-କାଶ୍ମୀରରେ ଲିଥିୟମ ଖଣି ଠାବ

ନୂଆଦିଲ୍ଲୀ: ଭାରତରେ ଠାବ ହେଲା ଲିଥିୟମ ଭଣ୍ଡାର । ଦେଶରେ ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରରେ ଲିଥିୟମ ଖଣିର ସନ୍ଧାନ ମିଳିଛି । ଜମ୍ମୁ-କାଶ୍ମୀରର ରିଆସି ଜିଲ୍ଲା ସାଲାଲ ହାଇମାନା ଅଞ୍ଚଳରେ ୫.୯ ମିଲିୟନ ଟନ ଲିଥିୟମ ଗଚ୍ଛିତ ଥିବାର କେନ୍ଦ୍ର ସରକାର ଜଣାଇଛନ୍ତି । ଲିଥିୟମ ହେଉଛି ଏକ ଅଣଲୌହ ଧାତୁ ଯାହାକି ମୁଖ୍ୟତଃ ବୈଦ୍ୟୁତିକ ଯାନ ବ୍ୟାଟେରୀ ଏବଂ ମୋବାଇଲ, ଲ୍ୟାପଟପ ବ୍ୟାଟେରୀ ପ୍ରସ୍ତୁତ କରିବାରେ ବ୍ୟବାହର କରାଯାଇଥାଏ । ଭାରତ ଲିଥିୟମ ପାଇଁ ସମ୍ପୂର୍ଣ୍ଣ ରୂପେ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭର କରିଥାଏ ।

ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପ୍ରଥମ ଥର ଭାରତରେ ୫.୯ ମିଲିୟନ ଟନର ଏହି ବହୂମୂଲ୍ୟ ଧାତୁ ଠାବ କରିଛି । ଯାହିକି ଭାରତ ପାଇଁ ଏକ ବଡ ଖୁସି ଖବର । ଖଣି ମନ୍ତ୍ରଣାଳୟର ସୂଚନା ମୁତାବକ, ୬୨ତମ କେନ୍ଦ୍ରୀୟ ଭୂବୈଜ୍ଞାନିକ ପ୍ରୋଗ୍ରାମିଂ ବୋର୍ଡ ବୈଠକରେ ଲିଥିୟମ ଏବଂ ସୁନା ସମେତ ୫୧ଟି ଖଣିଜ ବ୍ଲକ ଉପରେ ଏକ ରିପୋର୍ଟ ରାଜ୍ୟ ସରକାରଗୁଡିକୁ ହସ୍ତାନ୍ତର କରାଯାଇଥିଲା ।

ଏହି ଖଣିଜ ବ୍ଲକ ମଧ୍ୟରୁ ୫ଟି ବ୍ଲକରେ ସୁନା ଥିବାବେଳେ ଅନ୍ୟ ବ୍ଲକଗୁଡିକରେ ପୋଟାସ, ମୋଲିବଡେନମ, ବେସ୍ ଖଣିଜ ରହିଛି । ଯାହାରି ଦେଶର ୧୧ଟି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗଚ୍ଛିତ ଅଛି । ଏହି ରାଜ୍ୟଗୁଡିକ ହେଲେ, ଜମ୍ମୁ-କାଶ୍ମୀର, ଓଡି଼ଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଗୁଜୁରାଟ, ଝାରଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଓ ତେଲେଙ୍ଗାନା ।

ଏହାମଧ୍ୟ ପଢନ୍ତୁ: KKRTC Recruitment: ଓଜନ ବୃଦ୍ଧି ପାଇଁ ଶରୀରରେ ଲୁହା ପଥର ଲୁଚାଇଲେ ପରୀକ୍ଷାର୍ଥୀ

ଲିଥିୟମ ବୈଦ୍ୟୁତିକ ଯାନ ବ୍ୟାଟେରୀ ସହ ସିରାମିକ, ଗ୍ରୀଜ, ଔଷଧ, କାଚ ଉତ୍ପାଦ, ଏସି ଓ ଆଲୁମିନିୟମ ଉତ୍ପାଦନରେ ବ୍ୟବହାର କରାଯାଏ । ଏହା ଅନ୍ୟ ଧାତୁ ଗୁଡିକ ମଧ୍ୟରେ ସବୁଠୁ ହାଲୁକା ହେଲେ ହେଁ ଏହାର ସାନ୍ଧ୍ରତା ଜଳର ଅଧା । ଏହା ଏତେ ନରମ ଯେ ଏହାକୁ ଛୁରୀ ଦ୍ବାରା ମଧ୍ୟ କଟା ଯାଇପାରିବ । ଭାରତ ବୈଦ୍ୟୁତିକ ଯାନ ବ୍ୟବହାର ଉପରେ ଗୁରୁତ୍ବ ଦେଉଥିବା ବେଳେ ଦେଶରେ ଲିଥିୟମର ସନ୍ଧାନ ମିଳିବା ଏକ ବଡ ଆବିଷ୍କାର ବୋଲି କୁହାଯାଉଛି । ଏହି ଅଣଲୌହ ଧାତୁ ପାଇଁ ଭାରତର ନିର୍ଭରଶୀଳତା ହ୍ରାସ ପାଇବ । ଯାହାଫଳରେ ଦେଶରେ ଅଧିକ ବୈଦେଶିକ ମୁଦ୍ରା ସଞ୍ଚୟ ହୋଇପାରିବ ।

ଏହାମଧ୍ୟ ପଢନ୍ତୁ: Vande Bharat Express: ପୁଣି ତେଲେଙ୍ଗାନାରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.