ନୂଆଦିଲ୍ଲୀ: ମାଡିଚାଲିଛି ମହାମାରୀ କୋରୋନା । ବଢୁଛି ସଂକ୍ରମଣ । ଅଣେଦେଖା ସ୍ବାଭବ ଯୋଗୁଁ ସୁରକ୍ଷା ବଳରେ ରହୁଥିବା ରାଜନେତା ବି କୋରୋନା ଦାଉରୁ ରକ୍ଷା ପାଇପାରୁନାହାନ୍ତି । କୋରୋନାର ଦ୍ବିତୀୟ ଲହର ପ୍ରକୋପ ଏବେ ଭୟାବହ ରୂପ ନେଇଥିବାବେଳେ ଅନେକ ବଡ ବଡ ନେତା ଆକ୍ରାନ୍ତ ହୋଇସାରିଲେଣି ।
14 ଏପ୍ରିଲରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାମାରୀ କୋରୋନାରେ ହୋଇଥିଲେ ଆକ୍ରାନ୍ତ । କୋରୋନା ପଜିଟିଭ ଚିହ୍ନଟ ହେବାର ଗୋଟିଏ ସପ୍ତାହ ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅବସରରେ ବିଭିନ୍ନ ରାଲିରେ ଯୋଗ ଦେଇଥିଲେ ଯୋଗୀ ।
8 ଏପ୍ରିଲରେ କେରେଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କେରଳ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର 2 ଦିନ ପରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ବିଜୟନ ।
8 ଏପ୍ରିଲରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଓମାନ ଚାନ୍ଦି ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।
7 ଏପ୍ରିଲରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହିସହିତ ଦେବଙ୍କ ସ୍ତ୍ରୀ ତଥା ସାମାଜିକ କର୍ମୀ ନିତି ଦେବ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
14 ଏପ୍ରିଲରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଆଇସୋଲେସନକୁ ଯାଇଥିଲେ । ନିକଟରେ ଯାଦବ ହରିଦ୍ବାର ଗସ୍ତ କରିଥିଲେ, ଯେଉଁଠାରେ କୁମ୍ଭମେଳା ଜାରି ରହିଛି ।
4 ଏପ୍ରିଲରେ ବରିଷ୍ଠ ସିପିଆଇ ନେତା ଡି ରାଜା କୋରୋନା ପଜିଟିଭି ଚିହ୍ନଟ ହୋଇଥିଲେ । ଏହାପରେ ସେ 10 ଏପ୍ରିଲରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।
20 ମାର୍ଚ୍ଚରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବସେନା ନେତା ଆଦିତ୍ୟ ଠାକରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।