ETV Bharat / bharat

ମଥୁରାରେ ମଦ ବିକ୍ରି ଉପରେ ଲାଗିଲା ରୋକ: ଜୁନ ୧ରୁ ନୂଆ ନିୟମ ଲାଗୁ କଲେ ଯୋଗୀ ସରକାର - ମଥୁରାରେ ମଦ ବିକ୍ରୀ ଉପରେ ଲାଗିଲା ରୋକ

ଉତ୍ତରପ୍ରଦେଶ ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରା ପରିସର ଓ ଆଖପାଖ ଅଞ୍ଚଳରେ ମଦ ବିକ୍ରି ଉପରେ ଲାଗିଲା ରୋକ୍ । ଅଧିକ ପଢନ୍ତୁ

ମଥୁରାରେ ମଦ ବିକ୍ରୀ ଉପରେ ଲାଗିଲା ରୋକ: ଜୁନ ୧ରୁ ନୂଆ ନିୟମ ଲାଗୁ କଲେ ଯୋଗୀ ସରକାର

author img

By

Published : Jun 2, 2022, 6:22 PM IST

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରା ପରିସର ଓ ଆଖପାଖ ଅଞ୍ଚଳରେ ମଦ ବିକ୍ରି ଉପରେ ଲାଗିଲା ରୋକ୍ । ପବିତ୍ର ତୀର୍ଥସ୍ଥଳୀରେ ଖୋଲା ଯିବନି ମଦ ଦୋକାନ । ଜୁନ ୧ ତାରିଖ ଠାରୁ ଏପରି ନିୟମ ଲାଗୁ କରିଛନ୍ତି ଯୋଗୀ ସରକାର।

ଏନେଇ ସ୍ଥାନୀୟ ପ୍ରଶାସନ ବୁଧବାର ଦିନ 37 ମଦ ଦୋକାନ ଓ ବିୟର ବାରରେ ତାଲା ପକାଇଛି। ଏହା ସହିତ ସହରର 3 ହୋଟେଲର ବାର୍ ଏବଂ ଦୁଇଟି ମଡେଲ୍ ଦୋକାନକୁ ମଧ୍ୟ ବନ୍ଦ କରିଦେଉଛି ।

ଗତ ବର୍ଷ ସେପ୍ଟେମ୍ବର ୧୦ରେ ମଥୁରାର ୧୦ କିଲୋମିଟର ମଧ୍ୟରେ ମଦ ମାଂସ ବିକ୍ରି ଉପରେ ରୋକ ଲଗାଇଥିଲେ ଯୋଗୀ ସରକାର । ମଥୁରାକୁ ତୀର୍ଥସ୍ଥଳୀର ମାନ୍ୟତା ଦିଆଯାଉଥିବାରୁ ମଦମାଂସ ବିକ୍ରି ନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଥିଲା ।

କିନ୍ତୁ ଏ ନୂଆ ନିୟମ ଲାଗୁ ହେବା ପରେ ସହରରେ ଚାଲୁଥିବା ଏକାଧିକ ବିୟର ବାର, ମଦ ଓ ଗଞ୍ଜେଇ ଦୋକାନାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ମଥୁରାର ରାମନଗରୀ ଅଯୋଧ୍ୟା( Ramnagari Ayodhya )ରେ ଥିବା ସମସ୍ତ ମଦ ଦୋକାନ ଗୁଡିକରେ ଲାଇସେନ୍ସ ବାତିଲ କରିଛନ୍ତି ସରକାର । ୟୁପି ବିଧାନ ପରିଷଦରେ ପ୍ରଶ୍ନକାଳ ସମୟରେ ଅବକାରୀ ମନ୍ତ୍ରୀ ନୀତିନ ଅଗ୍ରୱାଲ( state Excise Minister Nitin Agarwal ) କହିଛନ୍ତି ଯେ, ଅଯୋଧ୍ୟାରେ ରାମ ମନ୍ଦିର ପରିସରରେ ଥିବା ସମସ୍ତ ମଦ ଦୋକାନର ଲାଇସେନ୍ସ ବାତିଲ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.