ETV Bharat / bharat

Delhi Excise Policy Case: ଆଜି ଇଡିରେ ହାଜର ହେବେନି କେଜ୍ରିଓ୍ବାଲ - ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

delhi liquor scam case
delhi liquor scam case
author img

By ETV Bharat Odisha Team

Published : Nov 2, 2023, 9:15 AM IST

Updated : Nov 2, 2023, 11:23 AM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ମଧ୍ୟପ୍ରଦେଶ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସେ ଇଡି ମୁଖ୍ୟାଳୟରେ ହାଜର ହେବେ ନାହିଁ ବୋଲି କହିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ସିଂଗରୋଲିରେ ରୋଡ୍‌ ଶୋ କରିବେ କେଜ୍ରିଓ୍ବାଲ। ସେହିପରି ଇଡି ସମନର ଜବାବ ରଖି କେଜ୍ରିୱାଲ କହିଛନ୍ତି ଯେ, ଇଡି କରିଥିବା ନୋଟିସ୍‌ ବେଆଇନ ଅଟେ। ଏଥିରେ ରାଜନୈତିକ ଉଦ୍ଦେଶ୍ୟ ଥିବା ପ୍ରମାଣିତ ହେଉଛି। ବିଜେପିର ନିର୍ଦ୍ଦେଶରେ ଏହି ନୋଟିସ ପଠାଯାଇଛି। ତେଣୁ ଇଡି ତୁରନ୍ତ ନୋଟିସ ପ୍ରତ୍ୟାହାର କରିବା ଉଚିତ୍। ।

ଗତ ଏପ୍ରିଲରେ କେଜ୍ରିଓ୍ବାଲ ସିବିଆଇ ଦ୍ବାରା ଜେରା ହୋଇଥିଲେ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଜେରା କରିବା ପାଇଁ ଗତ ଅକ୍ଟୋବର 30 ତାରିଖରେ କେଜ୍ରିଓ୍ବାଲଙ୍କୁ ସମନ କରାଯାଇଥିଲା । ତେବେ ଇଡିରେ ହାଜର ହେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଉ କିଛି ଦିନ ସମୟ ମାଗି ପରାନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଇଡିରେ ହାଜର ହେବା ପାଇଁ କେଜ୍ରିୱାଲଙ୍କୁ ସମନ ପରେ ଆମ୍ ଆଦମୀ ଦଳର କର୍ମୀ ଏବଂ ନେତାମାନେ ଏହାକୁ ତୀବ୍ର ବିରୋଧ କରିଥିଲେ ।

ବିଜେପି ବରୋଧୀଙ୍କୁ ଟାର୍ଗେଟ କରିଛି: ଇଡିରେ ହାଜର ହେବାକୁ କେଜ୍ରିଓ୍ବାଲଙ୍କୁ ସମନ ପରେ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷି ଥିଲେ ଆପ ନେତା ଓ ମନ୍ତ୍ରୀ ସୌରଭ ଭରଦ୍ବାଜ ଆତିଶି, ରାଘବ ଚଢା, ଗୋପାଳ ରାୟ । ଦଳର ଜଣେବି ନେତା ବା କର୍ମୀ ଭୟଭୀତ ନୁହଁନ୍ତି । ବିଜେପି ଆମ୍ ଆଦମୀ ପାର୍ଟିକୁ ଧ୍ୱଂସ କରିବାକୁ ଚାହୁଁଛି ବୋଲି ବିଜେପି ବିରୋଧରେ ଅଭିଯୋଗ ଆଣିଥିଲେ ଆପ୍‌ ନେତା । ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀ କରିଥିଲେ ମଧ୍ୟ ସେ ମଦ ଦୁର୍ନୀତି ମାମଲାରେ ଇଡିର ସମନ ବିଷୟରେ କିଛି ବି କହିନଥିଲେ ।

ଏହା ମଧ୍ୟ ପଢନ୍ତୁ-Delhi Excise policy scam: ସିସୋଦିଆଙ୍କ ଭୂମିକା ସନ୍ଦେହଜନକ, ବେଲ୍‌ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ମଦ ଦୁର୍ନୀତି ମାମଲାରେ ଗତବର୍ଷ 2022 ଅଗଷ୍ଟ 17 ତାରିଖରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପଞ୍ଜୀକରଣ କରିଥିବା ଏଫଆଇଆରରେ କେଜ୍ରିଓ୍ବାଲଙ୍କ ନାମ ଉଲ୍ଲେଖ କରାଯାଇନଥିଲା । ମାତ୍ର ପରେ ତାଙ୍କୁ ଏହି ମାମଲାରେ ଜେରା କରାଯାଇଥିଲା । ପ୍ରଥମେ ସିବିଆଇ ତାଙ୍କୁ ଜେରା କରିଥିଲା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ସେ ଜେରାର ସାମ୍ନା କରିବାକୁ ଯାଉଛନ୍ତି ।

ଗତ ଫେବୃଆରୀରେ ଏହି ମାମଲାରେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ପ୍ରଥମ ଗିରଫଦାରୀ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଥିଲା । କେଜ୍ରିଓ୍ବାଲଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ଏହା ପରେ ସେ ଜେଲରେ ପୁଣି ଥରେ ଇଡି ଦ୍ବାରା ମଧ୍ୟ ଗିରଫ ହୋଇଥିଲେ ସିସୋଦିଆ । ଏବେ ସୁଦ୍ଧା ସେ ବେଲ୍‌ ପାଇବାରେ ସଫଳ ହୋଇନାହାନ୍ତି । ନିକଟରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଛି ।

Last Updated : Nov 2, 2023, 11:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.