ETV Bharat / bharat

ମଦମୃତ୍ୟୁ ଶିକାର ପରବାରଙ୍କୁ କ୍ଷତିପୂରଣ ଦେବେ ମଦ ମାଫିଆ: ଯୋଗୀ

author img

By

Published : Jun 8, 2021, 11:19 AM IST

ମଦମୃତ୍ୟୁ ଶିକାର ହୋଇଥିବା ପରବାରକୁ କ୍ଷତିପୂରଣ ଦେବେ ମଦ ମାଫିଆ । ଏନେଇ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ। ଅଧିକ ପଢନ୍ତୁ...

Liquor mafia to pay compensation to kin of victims in UP
ମଦମୃତ୍ୟୁ ଶିକାର ହୋଇଥିବା ପରବାରକୁ କ୍ଷତିପୂରଣ ଦେବେ ମଦ ମାଫିଆ : ଯୋଗୀ

ଲକ୍ଷ୍ନୌ: ମଦମୃତ୍ୟୁ ଶିକାର ହୋଇଥିବା ପରବାରକୁ କ୍ଷତିପୂରଣ ଦେବେ ମଦ ମାଫିଆ । ଉତ୍ତରପ୍ରଦେଶରେ ବେଆଇନ ମଦମୃତ୍ୟୁର ଶିକାର ହେଲେ ମୃତ୍ୟୁ ବରଣ କରିଥିବା ପରିବାରକୁ କ୍ଷତିପୂରଣ ଦେବ ମଦ ମାଫିଆ । ଏନେଇ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତ ସପ୍ତାହରେ ଉତ୍ତରପ୍ରଦେଶରେ ବେଆଇନ ମଦ ନେଇଛି 36ରୁ ଅଧିକ ଲୋକଙ୍କ ଜୀବନ ।

ଉତ୍ତରପ୍ରଦେଶରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ବେଆଇନ ମଦ କାରବାରକୁ ରୋକିବା ପାଇଁ ସରକାର କଡା ପଦକ୍ଷେପ ନେଇଛନ୍ତି । ଏହାସହିତ ରାଜ୍ୟର ବେଆଇନ ମଦ ଦୋକାନ ନଷ୍ଟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ୍), ଅବନୀଶ ଅୱସ୍ତି ଏଡିଜିଙ୍କୁ ତିନି ଦିନ ମଧ୍ୟରେ ଅବକାରୀ ସହିତ ଜଡିତ ଏକ ତାଲିକା ଦାଖଲ କରିବାକୁ କହିଛନ୍ତି ଏବଂ ବେଆଇନ ମଦ କାରବାର ତଥା ବିକ୍ରୟ ମାମଲାରେ ଦୋଷୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଥାଉକି ଉତ୍ତରପ୍ରଦେଶର ଆଲିଗଡରେ ଗତ ସପ୍ତାହରେ 36 ରୁ ଅଧିକ ଲୋକ ବେଆଇନ ମଦ ମୃତ୍ୟୁର ଶିକାର ହୋଇଥିଲେ । ଏହା ପରେ ଯୋଗୀ ସରକାର ମଦ ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ରାଜ୍ୟରେ ବେଆଇନ ମଦକାରବାର କରୁଥିବା ମଦ ମାଫିଆଙ୍କୁ ଖୋଜି ଖୋଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଉତ୍ତରପ୍ରଦେଶ ଅବକାରୀ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.