ETV Bharat / bharat

ପବିତ୍ର ଗଙ୍ଗା ନଦୀରୁ ମିଳିଲା ବିପୁଳ ପରିମାଣର ମଦ ବୋତଲ - ଗଙ୍ଗା ନଦୀରୁ ମଦ ଜବତ

ଗଙ୍ଗା ନଦୀରୁ ମିଳିଲା ବିପୁଳ ପରିମାଣର ମଦ ବୋତଲ । ଅଧିକ ପଢନ୍ତୁ

ପବିତ୍ର ଗଙ୍ଗାରେ ମାଛ ବଦଳରେ ମିଳୁଛି ମଦ ବୋତଲ
ପବିତ୍ର ଗଙ୍ଗାରେ ମାଛ ବଦଳରେ ମିଳୁଛି ମଦ ବୋତଲ
author img

By

Published : May 16, 2022, 5:32 PM IST

ପାଟନା: ଭଣ୍ତୁର ହେଲା ମଦ ମାଫିଆଙ୍କ ଚାଲ । ବିକ୍ରି ପାଇଁ ଥିବା ମଦକୁ ନଷ୍ଟ କଲା ଅବକାରୀ ବିଭାଗ । ଗଙ୍ଗା ନଦୀରୁ ମିଳିଲା ବିପୁଳ ପରିମାଣର ମଦ ବୋତଲ । ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ସରନ୍ ଜିଲ୍ଲାର ଚପରା ଅଞ୍ଚଳରେ ।

ଅବକାରୀ ବିଭାଗର ଚଢାଉବେଳେ ନଦୀ ମଧ୍ୟରୁ ଜବତ ହୋଇଛି ମଦ । ଯାହାକୁ ମାଫିଆମାନେ ନଦୀରେ ପୋତିକି ଲୁଚାଇ ରଖିଥିଲେ । ଅବତାର ନଗର(Avtar Nagar) ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ରେଡ କରାଯାଇଥିଲା । ନଦୀ ମଧ୍ୟରେ ମଦ ବୋତଲ ଲୁଚାଯାଇଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା । ପରେ ଡଙ୍ଗା ମାଧ୍ୟମରେ ସ୍ପେଶାଲ ସ୍କ୍ବାର୍ଡ ନଦୀ ଭିତରକୁ ଯାଇ ମଦ ତିଆରି ଉପକରଣ ଓ ମଦକୁ ଜବତ କରିଥିଲା ।

ପବିତ୍ର ଗଙ୍ଗାରେ ମାଛ ବଦଳରେ ମିଳୁଛି ମଦ ବୋତଲ

50000 ଲିଟର ମଦ ନଷ୍ଟ କରିଛି ଅବକାରୀ ବିଭାଗ । ଏହି ସ୍ପେଶାଲ ଅପରେସନରେ ୧୧ଟି ମଦ ଭାଟିକୁ ମଧ୍ୟ ଭଙ୍ଗାଯାଉଛି । ଏହାସହ 200 ଲିଟର ପ୍ରସ୍ତୁତ ଦେଶୀ ମଦ ମଧ୍ୟ ଜବତ କରାଯାଇଛି ।

ସେହିପରି ଚପରାରେ ମୁଫାସିଲ (Mufassil Police Station ) ଥାନା ଅଞ୍ଚଳରେ ଥିବା ଘୋଷ କଲୋନୀରେ ବି ରେଡ ମାରିଥିଲା ଅବକାରୀ ବିଭାଗ । ଅବକାରୀ ଅଧୀକ୍ଷକ ରଜନୀଶ କୁମାର କହିଛନ୍ତି ଯେ ‘ନଦୀ ମଧ୍ୟରେ ମଦ ପୋତାଯାଇ ରଖାଯାଇଥିବା ସନ୍ଦେହ କରାଯାଇଥିଲା । ହେଲେ ଡ୍ରୋନ ମାଧ୍ୟମରେ ଏଠାକୁ ଠାବ କରିବା ସମ୍ଭବ ନଥିଲା । ପରେ ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା’ । ରେଡ ପରେ ଜବତ ହୋଇଥିବା ମଦକୁ ନଷ୍ଟ କରାଯାଇଥିଲା । ଆଗକୁ ଏ ଅଭିଯାନ ଜାରି ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.