ETV Bharat / bharat

President message on New Year: ଶୁଭେଚ୍ଛା ଜଣାଇଲେ ମୁର୍ମୁ, ରାଷ୍ଟ୍ର ନିର୍ମାଣରେ ସାମିଲ ହେବାକୁ ଦେଲେ ଆହ୍ୱାନ

author img

By

Published : Dec 31, 2022, 8:46 PM IST

ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President message on New Year) । ରାଷ୍ଟ୍ର ନିର୍ମାଣରେ ସାମିଲ ହେବାକୁ ଦେଶବାସୀଙ୍କୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ

President message on New Year: ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ର ନିର୍ମାଣରେ ସାମିଲ ହେବାକୁ ଆହ୍ବାନ ଦେଲେ

ହାଇଦ୍ରାବାଦ: ନୂତନ ବର୍ଷ 2023 ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜୁ (ଶନିବାର) ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ଏକତା, ଅଖଣ୍ଡତା ଏବଂ ସାମଗ୍ରିକ ବିକାଶରେ ନିଜକୁ ସମର୍ପଣ କରିବାକୁ ପ୍ରତିଶୃତିବଦ୍ଧ ହେବା ପାଇଁ ରାଷ୍ଟ୍ରପତି ଦେଶବାସୀଙ୍କୁ ତାଙ୍କୁ ନୂଆବର୍ଷ ଶୁଭେଚ୍ଛା ବାର୍ତ୍ତାରେ ଆହ୍ବାନ ଦେଇଛନ୍ତି (President message on New Year) ।

ରାଷ୍ଟ୍ରପତି କହିଛନ୍ତି,"ଏହି ନୂତନ ବର୍ଷ ଆମ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି, ନୂଆ ଖୁସି, ନୂଆ ଲକ୍ଷ୍ୟ, ପ୍ରେରଣା ଏବଂ ଅଧିକ ସଫଳତା ଆଣୁ । ଏହି ଅବସରରେ ଆମେ ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ବିକାଶରେ ନିଜକୁ ଉତ୍ସର୍ଗ କରିବାର ସମୟ । ନୂତନ ବର୍ଷ ଅବସରରେ ମୁଁ ମୋର ସମସ୍ତ ଦେଶବାସୀ ତଥା ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।’’ ରାଷ୍ଟ୍ରପତିଙ୍କର ଏହି ଶୁଭେଚ୍ଛା ବାର୍ତ୍ତା ରାଷ୍ଟ୍ରପତି ଭବନରୁ ଏକ ବିବୃତ୍ତି ମାଧ୍ୟମରେ ପ୍ରକାଶ ପାଇଛି (President message on New Year)।

ଆସନ୍ତାକାଲି ନୂତନ ବର୍ଷ ପାଳନ ହେବାକୁ ଯାଉଥିବା ବେଳେ କିଛି ରାଷ୍ଟ୍ରରେ ନୂତନ ବର୍ଷ ପ୍ରବେଶ କରିସାରିଛି । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ପରି ପ୍ରାଚ୍ୟ ଦେଶମାନେ ନୂଆବର୍ଷକୁ ସ୍ବାଗତ କରିସାରିଲେଣି । ସେହିପରି ଭାରତରେ ମଧ୍ୟରାତ୍ରୀ ପର୍ବରୁ ଜିରୋ ନାଇଟ ସେଲିବ୍ରେସନ ଜାରି ରହିଛି । ଗତ ଦୁଇ ବର୍ଷ କୋଭିଡ କଟକଣା ଯୋଗୁ ସବୁ ଫିକା ପଡିଥିବା ବେଳେ ଚଳିତ ଥରର ନୂଆବର୍ଷକୁ ନେଇ ସମଗ୍ର ବିଶ୍ବରେ ଉତ୍ସାହ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.