ETV Bharat / bharat

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଉପ ସେନାମୁଖ୍ୟ

author img

By

Published : Jan 18, 2022, 4:42 PM IST

ନୂତନ ସିଡିଏସ ଜେନରାଲ ନିଯୁକ୍ତିକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଭାରତ ସରକାର ମଙ୍ଗଳବାର ଭାରତୀୟ ସ୍ଥଳ ସେନାର ଉପ ସେନାମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ନିଯୁକ୍ତି ହେବା ନେଇ ବିଶେଷ ସୂତ୍ରରୁ ଖବର ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Let Gen Manoj Pande appointed as next army vice chief source
ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଉପ ସେନାମୁଖ୍ୟ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଭାରତୀୟ ସେନାର ପରବର୍ତ୍ତୀ ଉପ ସେନାମୁଖ୍ୟ । ନୂତନ ସିଡିଏସ ଜେନରାଲ ନିଯୁକ୍ତିକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଭାରତ ସରକାର ମଙ୍ଗଳବାର ଭାରତୀୟ ସ୍ଥଳ ସେନାର ଉପ ସେନାମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ନିଯୁକ୍ତି ହେବା ନେଇ ବିଶେଷ ସୂତ୍ରରୁ ଖବର ପ୍ରକାଶ ପାଇଛି ।

ବର୍ତ୍ତମାନ ଭାରତୀୟ ସ୍ଥଳ ସେନାର ଉପ ସେନମୁଖ୍ୟ ଥିବା ଲେଫ୍ଟନାଣ୍ଟ ଜେନରାଲ ଚଣ୍ଡୀ ପ୍ରସାଦ ମହାନ୍ତି ଆସନ୍ତା ଜାନୁୟାରୀ ୩୧ ତାରିଖରେ ଅବସର ଗ୍ରହଣ କରିବେ । ତାଙ୍କ ସ୍ଥାନରେ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଥିବା ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ନିଯୁକ୍ତି ଦିଆଯିବା ସମ୍ଭାବନା ରହିଛି ।ଡିସେମ୍ବର 1982 ରେ ଜେନେରାଲ ପାଣ୍ଡେଙ୍କୁ କର୍ପସ ଅଫ୍ ଇଞ୍ଜିନିୟର୍ସ (ବମ୍ବେ ସାପର୍ସ) ରେ ନିଯୁକ୍ତ ପାଇଥିଲେ। ସେ ଇଂଲଣ୍ଡର କ୍ୟାମ୍ରିଲ ଷ୍ଟାଫ୍ କଲେଜରେ ସ୍ନାତକ ହାସଲ କରିଛନ୍ତି। ଆର୍ମି ୱାର୍ କଲେଜ, ମୋହୋ ଏବଂ ନ୍ୟାସନାଲ ଡିଫେନ୍ସ କଲେଜ (ଏନଡିସି) ରେ ନୂଆଦିଲ୍ଲୀରେ ଅଧ୍ୟୟନ କରିଛନ୍ତି ।

ତାଙ୍କର 37 ବର୍ଷର ସେବା ସମୟରେ ଅପରେସନ୍ ବିଜୟ ଏବଂ ଅପରେସନ୍ ପାରାକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି | ସେ ଜମ୍ମୁକାଶ୍ମୀରର ଏଲଓସି ଅଞ୍ଚଳରେ ଇଞ୍ଜିନିୟର ବ୍ରିଗେଡର ନେତୃତ୍ବ ନେଇଛନ୍ତି । ଏହା ସହ ଲାଦାଖର ଏଲଏସି ଅଞ୍ଚଳରେ ମଧ୍ୟ ନେତୃତ୍ବ ଦେଖାଇଛନ୍ତି । ଏହା ସହ ଦେଶର ଉତ୍ତରପୂର୍ବାଞ୍ଚଳର ସେନାର ବିଭିନ୍ନ ଅପରେସନରେ ଭାଗ ନେଇଛନ୍ତି ।

ସୂଚନାଥାଉକି ଗତ ଡିସେମ୍ବର ୮ ତାରିଖରେ ଭାରତର ପ୍ରଥମ ସିଡିଏସ ଜେନରାଲ ବିପିନ ରାୱତଙ୍କ ସମେତ 14 ଜଣ ଚପର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହା ପରେ ଭାରତର ସିଡିଏସ ପଦବୀ ଖାଲି ରହିଛି । ସରକାର ମଧ୍ୟ ତୁରନ୍ତ ସିଡିଏସ ପଦବୀ ପୂରଣ କରିବା ପାଇଁ କାର୍ଯ୍ୟ ଜାରୀ ରଖିଛନ୍ତି। ତେବେ ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଏମଏମ ନରୱାଣେ ପରବର୍ତ୍ତୀ ସିଡିଏସ ହେବା ସମ୍ଭାବନା ରହିଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.