ଜୟପୁର: ଗତ କିଛି ଦିନ ହେବ ଲେମ୍ବୁ କିଲୋ ପ୍ରତି ୪୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ଚୋରଙ୍କ ନଜର ପଡିଛି । ରାଜସ୍ଥାନର ମୁହାନା ମଣ୍ଡିରୁ ଜଣେ ଚୋର ୫୦ କିଲୋ ଲେମ୍ବୁ ଚୋରି କରି ଫେରାର ହୋଇଯାଇଛି । ଯାହାର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି ଚୋର ଏକ ଇ-ରିକ୍ସାରେ ମଣ୍ଡି ଭିତରେ ପ୍ରବେଶ କରୁଛି ପରେ ଲେମ୍ବୁ ଭର୍ତ୍ତି ଏକ କ୍ୟାରେଟ ନେଇ ଇ-ରିକ୍ସାରେ ରଖି ଫେରାର ହୋଇଯାଉଛି । ଆଶ୍ଚର୍ଯ୍ୟର କଥା ହେଉଛି, ସେହି ବେପାରିଙ୍କ ମଣ୍ଡିରୁ ଦ୍ବିତୀୟ ଥର ଚୋରି ହେଉଛି ସେତେବେଳେ ହିଁ ସେ ୫୦ କିଲୋ ଲେମ୍ବୁ ଚୋରି ହୋଇଥିବା ଜାଣିବାକୁ ମିଳିଛି । ଏନେଇ ଥାନାରେ ଏତଲା ମଧ୍ୟ ଦେଇଥିଲେ ସେ ।
ଥାନାଧିକାରୀ ଲଖନ ସିଂ କହିଛନ୍ତି, ମୁହାନା ମଣ୍ଡିର ମାଲିକ ଦୀପକ ପରିବା ଏବଂ ପରିବା ପତ୍ର ବ୍ଲାକରେ ବିକ୍ରି କରୁଥିଲେ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଯାଞ୍ଚ କରୁଛି । ଗୋଟିଏ ଦିନରେ ଚୋର ପାଖାପାଖି ୫୦ କିଲୋ ଲୋମ୍ବୁ ଚୋରି କରିଛି, ଯାହାର ମୂଲ୍ୟ ୨୦,୦୦୦ କୁହାଯାଉଛି ।
ଚୋର ପ୍ରାୟ ୮ ଦିନ ପୂର୍ବରୁ ବ୍ୟବସାୟୀ ଦୀପକଙ୍କ ଦୋକାନରୁ ଲେମ୍ବୁର ଏକ କାର୍ଟୁନ ଚୋରି କରିଥିଲା । ଦୀପକ ଏବଂ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏହା ବିଷୟରେ ମଧ୍ୟ ଜାଣି ନଥିଲେ । ସେହି କାରଣରୁ, ଚୋରଙ୍କ ଆତ୍ମା ବିଶ୍ବାସ ବଢିଯାଇଥିଲା ଏବଂ ଗୁରୁବାର ଦିନ ସେ ସମାନ ଲେମ୍ବୁ ଚୋରି ଘଟଣା ଘଟାଇଥିଲା । ଶୁକ୍ରବାର ସନ୍ଧ୍ୟାରେ ଯେତେବେଳେ ଲେମ୍ବୁର ଷ୍ଟକ୍ ଯାଞ୍ଚ କରାଯାଇଥିଲା, ସେତେବେଳେ ଦୁଇଟି କାର୍ଟନ୍ ନିଖୋଜ ଥିବା ଦେଖିବାକୁ ମିଳିଥିଲା,ଯେଉଁଥିରେ 50 କିଲୋଗ୍ରାମ ଲେମ୍ବୁ ରଖାଯାଇଥିଲା । ଏହାପରେ ଦୋକାନରେ ଲଗାଯାଇଥିବା ସିସିଟିଭି କ୍ୟାମେରାର ଫୁଟେଜ ସ୍କାନ କରାଯାଇଥିଲା ଏବଂ ଇ-ରିକ୍ସା ଚୋରଙ୍କ ଗୁମର ଖୋଲିଥିଲା । ଏହାପରେ ଦୀପକ ମୁହାନା ପୋଲିସ ଷ୍ଟେସନରେ ଚୋରି ନେଇ ଏତଲା ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ