ଭୋପାଳ: ଗ୍ରୀଷ୍ମ ବଢିବା ସହିତ ଅଚାନକ ଲେମ୍ବୁର ଦାମ ବଢିବାରେ ଲାଗିଛି । ଏହାର ହଠାତ ଦରବୃଦ୍ଧି ସମସ୍ତଙ୍କୁ ଚକିତ କରିଛି । ମଧ୍ୟପ୍ରଦେଶରେ ଗୋଟିଏ ଲେମ୍ବୁ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିବାବେଳେ ମୂଲ୍ୟ ଶୁଣି ଲୋକେ ଚକିତ ହେଉଛନ୍ତି ।
ଛିନ୍ଦଓ୍ବାଡା ମଣ୍ଡିରେ ପୂର୍ବ ଦୁଇ ସପ୍ତାହ ପର୍ଯ୍ୟନ୍ତ କେଜି ପ୍ରତି ୧୪୦ ରୁ ୧୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ବର୍ତ୍ତମାନ ତାହା ୨୫୦ରୁ ୩୦୦ ଟଙ୍କା ହୋଇଯାଇଛି । ଭୀଷଣ ଗରମ ବଢିଥିବା ହେତୁ ଲେମ୍ବୁର ମୂଲ୍ୟ ବଢିଥିବା କୁହାଯାଉଛି । ତେଣୁ, ବାଧ୍ୟ ହୋଇ ଗ୍ରାହକ ବଜାରରୁ ଲେମ୍ବୁ ନକିଣି ଘରକୁ ଫେରୁଛନ୍ତି । ଏଥିସହିତ କୋଲ୍ଡ ଡ୍ରିଙ୍କସର ଛୋଟ ପ୍ୟାକ କିମ୍ବା ବୋତଲ ୧୫ରୁ ୨୦ ଟଙ୍କାରେ ମିଳୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ