ETV Bharat / bharat

ସଂଖ୍ୟାଲଘୁ କଲ୍ୟାଣ ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁସଲିମ ନେତାଙ୍କ ପ୍ରଶଂସା - ସଂଖ୍ୟାଲଘୁ କଲ୍ୟାଣ ଯୋଜନା

ସଂଖ୍ୟାଲଘୁ କଲ୍ୟାଣ ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଦେଲେ ବିଭିନ୍ନ ଇସଲାମ ସଂଗଠନର ମୁଖ୍ୟ । କହିଲେ ମୋଦିଙ୍କ ସମୟରେ ଯାହା ହୋଇଛି, ତାହା ପୂର୍ବରୁ ହୋଇନଥିଲା । ଅଧିକ ପଢନ୍ତୁ

ସଂଖ୍ୟାଲଘୁ କଲ୍ୟାଣ ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁସଲିମ ନେତାଙ୍କ ପ୍ରଶଂସା

author img

By

Published : Feb 23, 2023, 7:30 AM IST

ଚଣ୍ଡିଗଡ: ବିଭିନ୍ନ ମୁସଲମାନ ସଂଗଠନର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାରଙ୍କୁ ବିଭିନ୍ନ ସଂଖ୍ୟାଲଘୁ କଲ୍ୟାଣକାରୀ ଯୋଜନା ଓ ନିଷ୍ପତ୍ତି କାରଣରୁ ପ୍ରଂଶସା କରିଛନ୍ତି । ତିନି ତଲାକ ରଦ୍ଦ ପରି ଅନେକ ନିଷ୍ପତ୍ତି ସଂଖ୍ୟାଲଘୁଙ୍କ ପାଇଁ ମୋଦି ସରକାର ଗ୍ରହଣ କରିଥିବା ସମ୍ପୃକ୍ତ ନେତାମାନେ କହିଛନ୍ତି ।

ଗତକାଲି (ବୁଧବାର) ଏନଆଇଡି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ‘ଅମୃତ କାଳରେ ସଂଖ୍ୟାଲଘୁଙ୍କ ଭୂମିକା’’କାର୍ଯ୍ୟକ୍ରମରେ ଅହମ୍ମଦିଆ ମୁସଲିମ ସମ୍ପ୍ରଦାୟର ବୈଦେଶିକ ବ୍ୟାପାର ନିର୍ଦ୍ଦେଶକ ଅହସାନ ଗୌରୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦି ଦେଶ ତଥା ବିଶେଷ କରି ସଂଖ୍ୟାଲଘୁମାନଙ୍କ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଏହାକୁ ପ୍ରଶଂସା କରାଯିବା ଉଚିତ । ଭଲ ଜିନିଷକୁ ପ୍ରଶଂସା କରିବା ଉଚିତ । ଏବଂ ଆମେ ସେମାନଙ୍କୁ ପ୍ରଶଂସା କରୁଛୁ। "

ଏହା ମଧ୍ୟ ପଢନ୍ତୁ: ଶରଦ ପାଓ୍ବାରଙ୍କ ବଡ ବୟାନ: କହିଲେ ଏହି କାରଣରୁ ମହାରାଷ୍ଟ୍ରରେ ଜାରି ହୋଇନଥିଲା ରାଷ୍ଟ୍ରପତି ଶାସନ

କ୍ ଅହମ୍ମଦ କହିଛନ୍ତି ଯେ ଟ୍ରିପଲ ତଲାକ୍ ( ତିନି ତଲାକ) ରଦ୍ଦ କରିବା ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାଙ୍କ ସଶକ୍ତିକରଣ ଦିଗରେ ଏକ ବଡ ପଦକ୍ଷେପ । ଇସଲାମ ମଧ୍ୟ ଟ୍ରିପଲ ତଲାକର ପ୍ରଥାକୁ ଗ୍ରହଣ କରେ ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଏକ ଭଲ ପଦକ୍ଷେପ ଗ୍ରହଣ କରିଛି । ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଭଲ ପଦକ୍ଷେପ ମଧ୍ୟ ବଞ୍ଚିତ ମହିଳାଙ୍କୁ ମାନ୍ୟତା ଦେବା ପାଇଁ ଏକ ବହୁତ ଭଲ ପଦକ୍ଷେପ ଓ ପ୍ରଶଂସାଯୋଗ୍ୟ । ଆମେ ଏହି ପଦକ୍ଷେପକୁ ସମ୍ମାନ ଦେଉଛୁ ବୋଲି ଅହମ୍ମଦ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: India-China border Dispute: WMCCର 26ତମ ବୈଠକ, ଅବଶିଷ୍ଟ ଏରିଆରୁ ସୈନ୍ୟ ଅପସରଣ ନେଇ ଆଲୋଚନା

ଲେଖକ, ସ୍ତମ୍ଭକାର, ମିଡିଆ ପ୍ୟାନେଲିଷ୍ଟ ତଥା ସମାଜସେବୀ ପସମାନନ୍ଦ ଫାୟାଜ ଅହମ୍ମଦ ଫୌଜି କହିଛନ୍ତି ଯେ ନରେନ୍ଦ୍ର ମୋଦି ହେଉଛନ୍ତି ଭାରତର ପ୍ରଥମ ଧର୍ମ ନିରପେକ୍ଷ ପ୍ରଧାନମନ୍ତ୍ରୀ । ଆହୁରି ମଧ୍ୟ ସେ କହିଥିଲେ " ମୋଦି ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଆମର ଦୁଃଖ ଏବଂ ଯନ୍ତ୍ରଣା ବିଷୟରେ କହିଛନ୍ତି । ସୁଫି ଇସଲାମିକ ବୋର୍ଡର ରାଷ୍ଟ୍ରୀୟ ସଭାପତି ମାନସୁର ଖାନ କହିଛନ୍ତି, "ବିଶ୍ୱ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ମହାନ ନେତା ଭାବରେ ସ୍ୱୀକୃତି ଦେଇଛି, ଏହା ଆମର ସୌଭାଗ୍ୟ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.