ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ଅବସରରେ ସାରା ବିଶ୍ବରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି । ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ଭାରତକୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରମୁଖ ଭିଡିଓ ବାର୍ତ୍ତା ମାଧ୍ୟମରେ ଦୀପବଳିର ଶୁଭେଚ୍ଛା ଜଣାଇବା ସହ ସମୃଦ୍ଧି କାମନା କରିଛନ୍ତି।
ଯୁକ୍ତାରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ବାଇଡେନ କହିଛନ୍ତି, ଦୀପାବଳି ଅବସରରେ ଆଲୋକ ଆମକୁ ଅନ୍ଧକାରରୁ ଜ୍ଞାନ ଏବଂ ସତ୍ୟ ପ୍ରତି ବାଟ କଢାଇବ। ସେହିପରି ବିଭାଜନରୁ, ଏକତା, ନିରାଶାରୁ, ଆଶା ଦିଗରେ ଆଲୋକ ଆମକୁ ପଥ ପ୍ରଦର୍ଶିତ କରିବ। ଆମେରିକା ସମେତ ସମଗ୍ର ବିଶ୍ବର ବିଭିନ୍ନ ଭାଗରେ ବସବାସ କରୁଥିବା ହିନ୍ଦୁ, ଶିଖ୍, ଜୈନ ଏବଂ ବୈଦ୍ଧ ଧର୍ମାବଲମ୍ବୀମାନେ ଆଜି ଆଲୋକର ପର୍ବ ଦୀପାବଳୀକୁ ଖୁବ ଧୁମଧାମରେ ପାଳନ କରୁଛନ୍ତି । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ବାଇଡେନ। ତେବେ ଆଜି ଅବସରରେ ବାଇଡେନ ପତ୍ନୀଙ୍କ ସହ ହ୍ବଇଟ ହାଉସରେ ଦ୍ବୀପ ମଧ୍ୟ ଜାଳିଥିବ ଦେଖିବାକୁ ମିଳିଛି।
ସେହିପରି ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଉପରାଷ୍ଟ୍ରପତି କମଲା ହାରିସ । ଏକ ଭିଡିଓ ଶୁଭେଚ୍ଛା ବାର୍ତ୍ତାରେ କମଲା କହିଛନ୍ତି। କୋଭିଡ ମହାମାରୀ ସମୟରେ ଆମେ ଦୀପାବଳି ପାଳନ କରୁଛନ୍ତି। ମହାମାରୀ ସତ୍ତ୍ବ ମଧ୍ୟ ପାର୍ବଣ ଆମ ସମାଜର ପବିତ୍ର ମୂଲ୍ୟବୋଧକୁ ମନେ ପକାଇଥାଏ ବୋଲି କହିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କମଲା।
ସେହିପରି ଭିଡିଓ ବାର୍ତ୍ତା ମାଧ୍ୟମରେ ଆଲୋକର ପର୍ବ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଆମ ସମସ୍ତଙ୍କ ପାଇଁ ଏକ କଠିନ ସମୟରେ ମଧ୍ୟରେ ଦୀପାବଳି ଆସିଛି। କିନ୍ତୁ ଏହି ପର୍ବ ସାମାଜିକ ଜୀବନରେ ସ୍ବତନ୍ତ୍ରତା ବହନ କରେ। ପର୍ବ ଆସିଲେ ଆମେ ପରିବାର ଓ ପ୍ରିୟଜନଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି। କିନ୍ତୁ ଆମେ ଗତ ଦିନମାନଙ୍କରେ ବହୁତ କିଛି ସହିଛନ୍ତି ଓ ଶିଖିଛନ୍ତି। ଆମେ ଯେତେବେଳେ ଗତବର୍ଷ ନଭେମ୍ବର ମାସ କଥା ଚିନ୍ତା କରନ୍ତି, ଆମେ ଅନେକ କିଛି ପଥ ଅତିକ୍ରମ କରିସାରିଛନ୍ତି, ସେଥିରେ କିଛି ସନ୍ଦେହ ନାହିଁ ବୋଲି କହିଛନ୍ତି ବୋରିସ ।
ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ସାରା ବିଶ୍ବରେ ଆଲୋକର ପର୍ବ ଦୀପାବଳି ବେସ ଧୁମଧାମରେ ପାଳନ ହୋଇଛି । ପ୍ରଥମ ଥର ପାଇଁ ଆମେରିକାର ପେଣ୍ଟାଗନସ୍ଥିତ ବିଶ୍ବ ବାଣିଜ୍ୟ କେନ୍ଦ୍ରରେ ଦୀପାବଳି ଥିମ ସହ ଲାଇଟ ଆନିମେସନ ପ୍ରଦର୍ଶିତ ହୋଇଛି । ଯାହାକୁ ଦେଖିବାକୁ ବେସ ଭିଡ ଦେଖିବାକୁ ମିଳିଥିଲା। ସେହିପରି ଭାରତ ସମେତ ବିଶ୍ବର ଅନେକ ଐତିହ ମଧ୍ୟ ଆଲୋକମାଳାରେ ସଜ୍ଜିତ ହୋଇ ଆଲୋକର ପର୍ବକୁ ପାଳନ କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ