ETV Bharat / bharat

UP: ଅଫିସରେ ପଶି ଆଇନଜୀବୀଙ୍କୁ ହତ୍ୟା, ଭିଣୋଇଙ୍କ ବିରୋଧରେ ମାମଲା ରୁଜୁ

author img

By ETV Bharat Odisha Team

Published : Aug 30, 2023, 8:23 PM IST

Updated : Aug 30, 2023, 9:04 PM IST

ଅଫିସରେ ପଶି ଆଇନଜୀବୀଙ୍କୁ ଗୁଳି କରି ହତ୍ୟା । ମୃତକଙ୍କ ଭିଣୋଇ ଓ ତାଙ୍କ ପରିବାର ହତ୍ୟା କରିଥିବା ଅଭିଯୋଗ କଲେ ପତ୍ନୀ । ଅଧିକ ପଢନ୍ତୁ

UP: ଅଫିସରେ ପଶି ଆଇନଜୀବୀଙ୍କୁ ଗୁଳି କରି ହତ୍ୟା, ଭିଣୋଇଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଗାଜିଆବାଦରେ ଜଣେ ଆଇନଜୀବୀଙ୍କୁ ତାଙ୍କ ଚାମ୍ବରରେ ପଶି ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକଙ୍କ ପରିଚୟ ମୋନୁ ଚୌଧୁରୀ ବୋଲି ଜଣାପଡିଛି । ସେ ବୃତ୍ତିରେ ଜଣେ ଆଇନଜୀବୀ ଓ ଗାଜିଆବାଦ ତହସିଲ ପରିସରରେ ତାଙ୍କର ଚାମ୍ବର ଥିଲା । ସେ ଆଜି ଅପରାହ୍ନରେ ଚାମ୍ବରରେ କାର୍ଯ୍ୟରତ ଥିବା ବେଳେ ଏକାଧିକ ଦୁର୍ବୃତ୍ତ ପଶି ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ହେଲେ ମୃତକଙ୍କ ପତ୍ନୀ ଏହି ହତ୍ୟା ପାଇଁ ମୃତକଙ୍କ ଭିଣୋଇ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ।

ସ୍ଥାନୀୟ ଡିସିପି ନିପୂଣ ଅଗ୍ରଓ୍ବାଲଙ୍କ ସୂଚନା ଅନୁସାରେ, ଏହି ଆଇନଜୀବୀ ଜଣକ ନିଜ ଅଫିସରେ ଥିଲେ । ଦୁଇଜଣ ଦୁର୍ବୃତ୍ତ ତାଙ୍କ ଚାମ୍ବରରେ ପଶି ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ଆଇନଜୀବୀଙ୍କ ମୃତ୍ୟୁ ହୋଇଯାଇଥିଲା । ସୂଚନା ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ମନୁଙ୍କ ପତ୍ନୀ କବିତା ଚୌଧୁରୀ ମନୁଙ୍କ ଭିଣୋଇ ସମେତ ତାଙ୍କ ପରିବାରର 5 ସଦସ୍ୟଙ୍କ ବିରୋଧରେ ଏହି ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତକଙ୍କ ଭିଣୋଇ ଅମିତ ଡାଗର ଓ ତାର ଭାଇ, ବାପା ଓ ଅନ୍ୟ ଦୁଇ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଘଟାଇଥିବା ଏତଲାରେ ଦର୍ଶାଯାଇଛି ।

ଅଭିଯୁକ୍ତ ଅମିତ ଡାଗରର ପୂର୍ବରୁ ନିଜ ମା’ ଉପରେ ଗୁଳି ଚଳାଇବାର ଅଭିଯୋଗ ରହଥିବା ମଧ୍ୟ ପୋଲିସ କହିଛି । ଏବେ ମାମଲାର ତଦନ୍ତ ଜାରି ରହିଛି । ତଦନ୍ତ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୁକ୍ତମାନେ ଏବେ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ଟିମ ସେମାନଙ୍କ ଠିକଣା ଉପରେ ଚଢାଉ ଜାରି ରଖିଥିବା ମଧ୍ୟ ସିଟି ଡିସିପି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Rajasthan: 93 ବର୍ଷୀୟ ପୂଜକଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି

ମୃତକ ମୋନୁ ଜଣେ ଆଇନଜୀବୀ ଭାବେ ଦୀର୍ଘ ବର୍ଷ ହେବ କାର୍ଯ୍ୟରତ ଥିଲେ । ସେ ଚଳିତ ଥର ସ୍ଥାନୀୟ ବାର ଆସୋସିଏସନ ନିର୍ବାଚନ ମଧ୍ୟ ଲଢିବାକୁ ଯାଉଥିଲେ । ଏହା ପୂର୍ବରୁ ତାଙ୍କର ହତ୍ୟା ହୋଇଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଆଇନଜୀବୀମାନେ ନିନ୍ଦା କରିବା ସହ ତହସିଲ କାର୍ଯ୍ୟାଳୟ ପରିସରରେ ଆଇନଜୀବୀଙ୍କ ସୁରକ୍ଷା ପାଇ ଚିନ୍ତା ପ୍ରକଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 30, 2023, 9:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.