ଚେନ୍ନାଇ: ମହିଳାଙ୍କୁ ଅଶାଳୀନ ବ୍ୟବହାର କରିବା ଘଟଣାରେ ଜଣେ ଓକିଲଙ୍କୁ ୪ ଲକ୍ଷ ଜୋରିମାନା କରିଛନ୍ତି ମାଡ୍ରାସ ହାଇକୋର୍ଟ । ତେବେ କୋଭିଡ ସମୟରେ ଭର୍ଚ୍ଚୁଆଲ ଶୁଣାଣିବେଳେ ସନ୍ଥନାକ୍ରିଷ୍ଣନ୍ ନାମକ ଜଣେ ଓକିଲ ମହିଳାଙ୍କ ସହ ଅଶାଳୀନ କାର୍ଯ୍ୟରେ ଲିପ୍ତ ରହିଥିବାବେଳେ ଏହି ଭିଡିଓ ଭାଇରାଲ ହେବା ପରେ କୋର୍ଟ ଏହି ରାୟ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଭିଡିଓରେ ପ୍ରଦର୍ଶିତ ହୋଇଥିବା ମହିଳାଙ୍କୁ ସେ ୪ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି ସନ୍ଥନାକ୍ରିଷ୍ଣନ୍ ।
ସୂଚନା ଅନୁସାରେ, କୋଭିଡ କର୍ଫ୍ୟୁ ସମୟରେ ଚେନ୍ନାଇ ହାଇକୋର୍ଟରେ ଭର୍ଚ୍ଚୁଆଲ ଶୁଣାଣି ଚାଲିଥିବାବେଳେ ସନ୍ଥନାକ୍ରିଷ୍ଣନ୍ ମଧ୍ୟ ଏଥିରେ ଅନଲାଇନରେ ରହିଥିଲେ । ତେବେ ସେ ଏହି ସମୟରେ ଜଣେ ମହିଳାଙ୍କ ସହ ଅଶାଳୀନ ବ୍ୟବହାର କରିବା ସହ ଖରାପ କାର୍ଯ୍ୟରେ ଲିପ୍ତ ରହିଥିଲେ । ମାତ୍ର ସନ୍ଥନାକ୍ରିଷ୍ଣନ ଜାଣି ନଥିଲେ ଯେ, ସେ କ୍ୟାମେରାରେ ତାଙ୍କର ଏହି ଭିଡିଓ ରେକର୍ଡିଂ ହେଉଛି ।
ସେହିଭଳି ପରବର୍ତ୍ତୀ ସମୟରେ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ହାଇକୋର୍ଟ ନିଜ ଆଡୁ ଏକ ମାମଲା କରିବା ସହ ସହ ସିବିସିଆଇଡି ପୋଲିସକୁ(CBCID police) ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ପୋଲିସ ଏକ ମାମଲ ରୁଜୁ କରିବା ସହ ଅଭିଯୁକ୍ତ ଓକିଲ ସନ୍ଥନାକ୍ରିଷ୍ଣନ୍ ଗିରଫ କରିଥିଲା ।
ତେବେ ଆଜି ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ସହ ଅଭିଯୁକ୍ତ ଓକିଲଙ୍କୁ ମହିଳାଙ୍କୁ ୪ ଲକ୍ଷ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ଏହି ରାୟ ଆସିବା ପରେ ଗତକାଲି ଓକିଲ ଜଣଙ୍କ ପୀଡିତା ମହିଳାଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ