ETV Bharat / bharat

ହ୍ରାସ ହେବନି ପୋକ୍ସୋ ଆଇନର ବୟସ ସୀମା ! ଆଇନ ମନ୍ତ୍ରଣାଳୟକୁ ଲ’ କମିଶନଙ୍କ ସୁପାରିସ୍‌ - ପୋକ୍ସୋ ଆଇନ

ସହମତିରେ ଶାରୀରିକ ସମ୍ପର୍କ ରଖିବାର ବୟସ ସୀମା 18ରୁ 16କୁ ହ୍ରାସ ନକରିବାକୁ ସୁପାରିସ । ଆଇନ ମନ୍ତ୍ରଣାଳୟକୁ ଏପରି ସୁପାରିସ କରିଛନ୍ତି ଲ କମିଶନ । ଅଧିକ ପଢନ୍ତୁ

POCSO Act
POCSO Act
author img

By ETV Bharat Odisha Team

Published : Sep 30, 2023, 12:42 PM IST

ନୂଆଦିଲ୍ଲୀ: ହ୍ରାସ ହେବନି ପୋକ୍ସୋ ଆଇନର ବୟସ ସୀମା । ସହମତିରେ ଶାରୀରିକ ସମ୍ପର୍କ ରଖିବାର ବୟସ ସୀମା 18ରୁ 16କୁ ହ୍ରାସ ନକରିବାକୁ ଲ’ କମିଶନ ଆଇନ ମନ୍ତ୍ରଣାଳୟକୁ ଏପରି ସୁପାରିସ କରିଛନ୍ତି । ପୋକ୍ସୋ ଆଇନରେ କିଛି ସଂଶୋଧନ କରିବା ଆବଶ୍ୟକତା ରହିଛି,ଆଇନରେ ଥିବା ବୟସ ସୀମା ଉପରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି କହିଛନ୍ତି ଲ କମିଶନ । ଗତ 27 ତାରିଖ ଦିନ ଲ କମିଶନର ଏକ ବୈଠକ ବସିଥିଲା । ଯେଉଁଥିରେ ପୋକ୍ସୋ ଆଇନର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା । ଆଲୋଚନା ପରେ ଏକ ରିପୋର୍ଟ ଆଇନ ମନ୍ତ୍ରଣାଳୟକୁ ପ୍ରଦାନ କରିଥିଲେ ଲ କମିଶନ । ଯଦି ପୋକ୍ସୋ ଆଇନର ବୟସ ସୀମାକୁ ହ୍ରାସ କରାଯାଏ ତେବେ ଖରାପ ପ୍ରଭାବ ପଡିବ । ବାଲ୍ୟ ବିବାହ ଓ ଶିଶୁ ଚାଲାଣ ବିରୋଧୀ ଅଭିଯାନ ପ୍ରଭାବିତ ହେବ, ତେଣୁ ବୟସ ସୀମା ହ୍ରାସ ହେବ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଅନେକ ସମୟରେ ପୋକ୍ସୋ ଆଇନର ଅପବ୍ୟବହାର କରାଯାଉଛି । ଝିଅର ଇଚ୍ଛା ଅନୁସାରେ ବିବାହ ନ କରାଇବା ପାଇଁ ତାଙ୍କ ଅଭିଭାବକମାନେ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ । ଫଳରେ ଝିଅ ଓ ପୁଅ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କ ଥଲେ ମଧ୍ୟ ଯୁବକକୁ ଆଇନ ଅନୁଯାୟୀ ଦଣ୍ଡ ଭୋଗିବାକୁ ପଡୁଛି । ତେଣୁ ସହମତିରେ ଶାରୀରିକ ସଂପର୍କ ରଖିବାର ବୟସ ୧୮ରୁ ୧୬କୁ ହ୍ରାସ କରିବା ପାଇଁ ଦାବି ହୋଇଥିଲା । ଆଇନ କମିଶନର ବୈଠକରେ ଏନେଇ ଆଲୋଚନା ପରେ ପୋକ୍ସୋ ଆଇନରେ ବୟସର ସୀମାକୁ ହ୍ରାସ ନକରିବାକୁ କୁହାଯାଇଥିବା ବେଳେ ସଂଶୋଧନ କରାଯିବାକୁ ସୁପାରିସ କରିଛି କମିଶନ । ମୌନ ସ୍ବୀକୃତି ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।

Law Commission: ଆଇନ କମିଶନ ଗଠିତ, ଜଷ୍ଟିସ୍ ଋତୁରାଜ ଅୱସ୍ତି ଅଧ୍ୟକ୍ଷ ନିଯୁକ୍ତ

ଜଷ୍ଟିସ ଋତୁରାଜ ଅବସ୍ତିଙ୍କ ନେତୃତ୍ବାଧୀନ ଆଇନ କମିଶନ ଯୌନ ସମ୍ବନ୍ଧ ରଖୁଥିବା ନାବାଳକ ଓ ନାବାଳିକାଙ୍କ ମଧ୍ୟରେ ବୟସର ତାରତମ୍ୟ ଉପରେ ଗୁରୁତ୍ବ ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ବୟସର ତାରତମ୍ୟ ଅଧିକ ରହିବା ଉଚିତ ନୁହେଁ । 3ବର୍ଷ ଓ ଯଦି ଏହା ଠାରୁ ଅଧିକ ହୋଇଥାଏ ତେବେ ଏହାକୁ ଅପରାଧ ବୋଲି ଗ୍ରହଣ କରାଯିବ । ଆଇନକୁ କୋହଳ କରାଗଲେ ଏହାର ଅପବ୍ୟବହାର କରାଯିବାର ଆଶଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି ।

ପୂର୍ବରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଶିଶୁଙ୍କ ବିରୋଧରେ ଯୌନ ଅପରାଧ ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଥିଲେ । ପୋକ୍ସୋ ଆଇନ ଅନୁଯାୟୀ ସହମତିର ବୟସ ଉପରେ ବିଚାର କରିବାକୁ ଆବଶ୍ୟକ ବୋଲି କହିଥିଲେ । 18 ବର୍ଷରୁ କମ ବୟସର ପିଲାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅପରାଧ ବୋଲି ପୋସ୍କୋ ଆଇନରେ ଉଲ୍ଲେଖ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.