ETV Bharat / bharat

କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ଶେଷକୃତ୍ୟ ସମ୍ପନ୍ନ

author img

By

Published : May 13, 2022, 1:39 PM IST

କାଶ୍ମୀରରେ ଗୁରବାର ଆତଙ୍କବାଦୀ ଆକ୍ରମଣରେ ରାଜସ୍ବ କର୍ମଚାରୀ ରାହୁଲ ଭଟ୍ଟଙ୍କ ମୃତ୍ୟୁ ଘଟିଥିଲା । ତେବେ ଆଜି(ଶୁକ୍ରବାର) ବନ୍ତଲବରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ

କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ଶେଷକୃତ୍ୟ ସମ୍ପନ୍ନ
କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ଶେଷକୃତ୍ୟ ସମ୍ପନ୍ନ

ଶ୍ରୀନଗର: କାଶ୍ମୀରରେ ଗୁରବାର ଆତଙ୍କବାଦୀ ଆକ୍ରମଣରେ ରାଜସ୍ବ କର୍ମଚାରୀ ରାହୁଲ ଭଟ୍ଟଙ୍କ ମୃତ୍ୟୁ ଘଟିଥିଲା । ତେବେ ଆଜି(ଶୁକ୍ରବାର) ବନ୍ତଲବରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟ ସମୟରେ ଏଡିଜିପି ମୁକେଶ ସିଂ, ବିଭାଗୀୟ କମିଶନର ରମେଶ କୁମାର ଏବଂ ଡେପୁଟି କମିଶନର ଅଭନୀ ଲାଭସା ଉପସ୍ଥିତ ଥିଲେ ।

ସୂଚନା ଅନୁସାରେ, କାଶ୍ମୀରରେ ରାହୁଲ ଭଟ୍ଟଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ । ସେ ଜଣେ କାଶ୍ମୀର ପଣ୍ଡିତ ଥିଲେ । ସେ ବଡଗାମ ଜିଲ୍ଲାର ଚାଦୁରାରେ ତହସିଲଦାରଙ୍କ PSO ଭାବେ କାର୍ଯ୍ୟରତ ଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ସ୍ଥାନାନ୍ତରଣ କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ କାଶ୍ମୀରୀରେ ହିନ୍ଦୁମାନଙ୍କ ସୁରକ୍ଷା ଦାବି କରିଛନ୍ତି ।

ଏନେଇ ଜଣେ ସ୍ଥାନୀୟ ଲୋକ କହିଛନ୍ତି ଯେ, "କାଶ୍ମୀର ପଣ୍ଡିତମାନଙ୍କୁ ଗୋଟିଏ ସ୍ଥାନରେ ଆଶ୍ରୟ ଦିଆଯିବା ସହ ସୁରକ୍ଷା ଭିତରେ ନିକଟବର୍ତ୍ତୀ ଅଞ୍ଚଳରେ ଚାକିରୀ ଦିଆଯିବା ଉଚିତ । ଆତଙ୍କବାଦୀମାନେ କେବଳ ଟାର୍ଗେଟକରି କାଶ୍ମୀର ପଣ୍ଡିତମାନଙ୍କୁ ହତ୍ୟା କରୁଛନ୍ତି ।" ଏହି ଘଟଣାକୁ ନେଇ ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏହି ବର୍ବର ହତ୍ୟାକୁ ନିନ୍ଦା କରିଥିବା ବେଳେ ଘଟଣାସ୍ଥଳରେ ସୁରକ୍ଷା ବଳର ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ମନୋଜ ସିହ୍ନା କହିଛନ୍ତି ଯେ, "ଏହି ବର୍ବର ହତ୍ୟାକୁ ନିନ୍ଦା କରୁଛି । ଭଗବାନ ତାଙ୍କ ପରିବାରକୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ । ଏବଂ ଯେଉଁ ବ୍ୟକ୍ତି ଏହି ହତ୍ୟାକାଣ୍ଡ ପଛରେ ରହିଛି ତାକୁ କୋଠର ଦଣ୍ଡରେ ଦଣ୍ଡିତ କରାଯିବ ।"

ଏହା ମଧ୍ୟ ପଢନ୍ତୁ: ଜମ୍ମୁରେ କାଶ୍ମୀର ପଣ୍ଡିତଙ୍କ ବିକ୍ଷୋଭ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ନାରାବାଜି

ସୂୂଚନା ଅନୁସାରେ, ରାହୁଲ ଭଟ୍ଟଙ୍କ ପରିବାରରେ ବାପା ମାଆ, ସ୍ତ୍ରୀ ଏବଂ ଝିଅ ରହିଛନ୍ତି । ସେ ନିଜ ପତ୍ନି ଏବଂ ଝିଅଙ୍କ ସହ ବଡଗାମ ଜିଲ୍ଲାର ଶେଖପୋରା ପ୍ରବାସୀ କଲୋନୀରେ ରହୁଥିଲେ । ରାହୁଲଙ୍କ ପଡ଼ୋଶୀମାନେ କହିଛନ୍ତି ଯେ, ତାଙ୍କର ମୃତ୍ୟୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସୁରକ୍ଷା ଦାବିରେ ରାତି ତମାମ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛନ୍ତି କାଶ୍ମିରୀ ପଣ୍ଡିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.