ETV Bharat / bharat

ଛଟ୍‌ ପୂଜାର ଅନ୍ତିମ ଦିନ, ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ

author img

By

Published : Nov 11, 2021, 10:54 AM IST

ବିହାରର ମୁଖ୍ୟ ପର୍ବ ‘ଛଟ ପୂଜା’ 3 ଦିନ ତଳେ ଆରମ୍ଭ ହୋଇଯାଇଥିବା ବେଳେ ଆଜି ହେଉଛି ତା’ର ଚତୁର୍ଥ ଦିନ । ଚତୁର୍ଥ ଦିନରେ ପ୍ରାତଃକାଳରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ ଅର୍ପଣ କରାଯାଏ । ଅଧିକ ପଢନ୍ତୁ...

ଛଟ ପୂଜାର ଆଜି ଅନ୍ତିମ ଦିନ, ନଦୀ କୂଳରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ

ପାଟଣା: ବିହାରର ମୁଖ୍ୟ ପର୍ବ ‘ଛଟ ପୂଜା’ 3 ଦିନ ତଳେ ଆରମ୍ଭ ହୋଇଯାଇଥିବା ବେଳେ ଆଜି ହେଉଛି ତା’ର ଚତୁର୍ଥ ଦିନ । ଛଟ ପୂଜାରେ ଭଗବାନ ସୂର୍ଯ୍ୟଦେବତାଙ୍କୁ ଆରଧନା କରାଯାଇଥାଏ । ଏଥିରେ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ଘ୍ୟ ଅର୍ପଣ କରାଯାଇଥାଏ । କାର୍ତ୍ତିକ ମାସ ଶୁଳ୍କ ପକ୍ଷ ଚତୁର୍ଥୀ ତିଥିରେ ଛଟ ପୂଜା ଆରମ୍ଭ ହୁଏ । ଏହି ପର୍ବ ଚାରି ଦିନ ଧରି ଚାଲେ । ଛଟର ପ୍ରଥମ ଦିନରେ ଗାଧୋଇ ଖାଇ ପୂଜା କରାଯାଏ । ଏହା ପରେ ଦ୍ବିତୀୟ ଦିନରେ ଉପବାସ କରିବାକୁ ପଡ଼ିଥାଏ । ଦିନ ସାରା ଉପବାସ ରହିବା ପରେ ସନ୍ଧ୍ୟାରେ ବ୍ରତଧାରୀମାନେ ପ୍ରସାଦ ସେବନ କରନ୍ତି ।

ବଡ଼ କଥା ହେଉଛି, ବ୍ରତଧାରୀମାନେ ନିଜ ହାତରେ ଏହି ପ୍ରସାଦ ପ୍ରସ୍ତୁତ କରିଥାଆନ୍ତି । ତୃତୀୟ ଦିନରେ ନଦୀ କୂଳରେ ଅସ୍ତମିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯାଇ ଥାଏ । ଏହା ସହିତ ଅନ୍ତିମ ବା ଚତୁର୍ଥ ଦିନରେ ପ୍ରାତଃକାଳରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ ଅର୍ପଣ କରାଯାଏ । ତେବେ ତୃତୀୟ ଦିନରେ ଯେଉଁ ଘାଟରେ ଅସ୍ତମିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଇଥାଏ, ସେହି ଘାଟରୁ ହିଁ ପରଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଏ । ଏହା ସବୁଠାରୁ କଠିନ ବ୍ରତ ବୋଲି ମାନନ୍ତି ।

ଛଟ୍‌ ପୂଜାର ଚତୁର୍ଥ ଦିନରେ ସକାଳେ ସୂର୍ଯ୍ୟୋଦୟ ପୂର୍ବରୁ ଲୋକମାନେ ଘାଟକୁ ଚାଲିଯାଆନ୍ତି । କୃଷ୍ଣ ପାକ୍ଷର ଚନ୍ଦ୍ରମା କାରଣରୁ ଆକାଶରେ କଳା ବାଦଲ ଛାଇ ରହିଥାଏ । ବେତ ବାଉଁଶରେ ତିଆରି ଟୋକେଇଗୁଡ଼ିକୁ ନେଇ ଏକ ଅସ୍ଥାୟୀ ମଣ୍ଡପ ତଳେ ସୁରକ୍ଷିତ ରଖାଯାଏ । ଏହି ମଣ୍ଡପକୁ ଆଖୁ ଡାଳରେ ତିଆରି କରାଯାଇଥାଏ । ଏକ ସ୍ବତନ୍ତ୍ର ଢାଞ୍ଚା ତିଆରି କରି ଏହାର କୋଣଗୁଡ଼ିକ ହାତୀର ଚିତ୍ର ଏବଂ ମାଟିରେ ନିର୍ମିତ ପ୍ରଦୀପ ଦ୍ବାରା ସଜାଯାଇଥାଏ । ଏହା ପରେ ବ୍ରତଧାରୀ ଏବଂ ପରିବାର ସଦସ୍ୟ ନଦୀ କିମ୍ବା ଜଳଭଣ୍ଡାରରେ ଅଣ୍ଟାଏ ପାଣିରେ ଠିଆ ହୋଇ ସୂର୍ଯ୍ୟୋଦୟକୁ ଅପେକ୍ଷା କରନ୍ତି । ଯେମିତି ସୂର୍ଯ୍ୟ ଉଦିତ ହୁଅନ୍ତି ଏବଂ ତାଙ୍କ କିରଣ ପଡିବା ମାତ୍ରେ ସାରି ଏବଂ ଧୋତି ପିନ୍ଧିଥିବା ପୁରୁଷ ଓ ମହିଳା ପାଣି ଭିତରକୁ ଓହ୍ଲାଇ ଆସନ୍ତି । ଏହି ସମୟରେ ଭଗବାନ ସୂର୍ଯ୍ୟଙ୍କୁ ପୂଜା କରିବା ସମୟରେ ଜପ କରାଯାଏ।

ଚତୁର୍ଥ ଦିନରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯାଏ । ଛଠୀ ମା’ଙ୍କୁ ମନେପକାଇ ମାଆମାନେ ନିଜ ପରିବାରର ସୁଖ ଏବଂ ସମୃଦ୍ଧିର ଆଶୀର୍ବାଦ ମାଗନ୍ତି ଏବଂ ପ୍ରସାଦ ଖାଇ ଉପବାସ ଭାଙ୍ଗନ୍ତି । ଦୁଗ୍ଧ ଓ ପାଣି ସହିତ ପ୍ରଭୁଙ୍କୁ ଅର୍ଘ୍ୟ ଅର୍ପଣ କରି ବ୍ରତଧାରୀମାନେ ସୁଖ ଓ ସମୃଦ୍ଧିର କାମନା କରନ୍ତି । ପ୍ରକୃତି ମହୋତ୍ସବ ଛଟ ପାଇଁ ଚାରିଆଡ଼େ ଭକ୍ତିମୟ ପରିବେଶ ସୃଷ୍ଟି ହୁଏ । ପୂଜା ପରେ ବ୍ରତଧାରୀମାନେ ପ୍ରସାଦ ସେବନ କରନ୍ତି ଏବଂ ଏହା ସହିତ ଛଟ ମହାପର୍ବ ସମାପ୍ତ ହୁଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.