ETV Bharat / bharat

Terrorist Arrested: ବଡଗାମରୁ ଲସ୍କର-ଏ-ତୋଏବା ଆତଙ୍କବାଦୀ ଗିରଫ

author img

By

Published : Jan 20, 2022, 7:59 PM IST

ଜମ୍ମୁରୁ ପୁଣି ଜଣେ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛନ୍ତି ପୋଲିସ ଓ ବିଏସ୍‌ଏଫ୍‌ । ଚାଦୁରା ବଡଗାମ ଅଞ୍ଚଳରୁ ଲସ୍କର-ଏ-ତୋଏବାର ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି । ଅଧିକ ପଢଡନ୍ତୁ

ଚାଦୁରା ବଡଗାମ ଅଞ୍ଚଳରୁ ଲସ୍କର-ଏ-ତୋଏବା ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁରୁ ପୁଣି ଜଣେ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛନ୍ତି ପୋଲିସ ଓ ବିଏସ୍‌ଏଫ୍‌ । ଚାଦୁରା ବଡଗାମ ଅଞ୍ଚଳରୁ ଲସ୍କର-ଏ-ତୋଏବାର ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଥିବା ନେଇ ଜମ୍ମୁ ଓ କାଶ୍ମୀର ପୋଲିସ ସୂଚନା ଦେଇଛି । ବର୍ତ୍ତମାନ ଏହି ଆତଙ୍କବାଦୀକୁ ନେଇ ପଚରାଉଚରା କରୁଛନ୍ତି ସୁରକ୍ଷାକର୍ମୀ ।

ଲସ୍କର-ଏ-ତୋଏବାର ଏହି ଆତଙ୍କବାଦୀ ମେମାନ୍ଦର ସୋପିଆନ୍‌ ଅଞ୍ଚଳରେ ସକ୍ରିୟ ଭାବରେ କାର୍ଯ୍ୟ କରୁଥିଲା । ଆତଙ୍କବାଦୀର ନାମ ହେଉଛି ଜାହାଙ୍ଗିର ନାଇକୁ । ଜାହାଙ୍ଗିରରୁ କାର୍ଯ୍ୟକଳାପ ଧୀରେଧୀରେ ପୋଲିସର ସନ୍ଦେହ ଘେରକୁ ଆସିଥିଲା । ଏହାପରେ ଲଗାତାର ଭାବରେ ତା ଉପରେ ପୋଲିସ ନଜର ରଖିଥିଲା ।

ତେବେ ଏହାକୁ ନେଇ ଜାହାଙ୍ଗିରକୁ କୌଣସି ସନ୍ଦେହ ହେବାକୁ ଦେଇନଥିଲା ସୁରକ୍ଷାକର୍ମୀ । ତେବେ ଆଜି ପ୍ରମାଣ ମିଳିବା ପରେ ତାକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ଉଭୟ ପୋଲିସ ଓ ସୁରକ୍ଷାକର୍ମୀ । ସୁରକ୍ଷା ଦୃଷ୍ଟିରୁ ଆତଙ୍କବାଦୀକୁ ନେଇ ପୋଲିସ ଅଧିକ ସୂଚନା ଦେବାକୁ ମନା କରିଛି ।

@ani

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.