ETV Bharat / bharat

Anantnag Encounter: ଶହୀଦ ଯବାନଙ୍କ ପ୍ରତିଶୋଧ ନେଲା ସୁରକ୍ଷାବଳ, ଏନକାଉଣ୍ଟରରେ ଲସ୍କର କମାଣ୍ଡର ଉଜେର୍ ଖାନ ନିପାତ

author img

By ETV Bharat Odisha Team

Published : Sep 19, 2023, 3:37 PM IST

Updated : Sep 19, 2023, 3:55 PM IST

ଅନନ୍ତନାଗରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲା ଲସ୍କର କମାଣ୍ଡର ଉଜେର୍ ଖାନ । ଅଧିକ ପଢନ୍ତୁ

ଏନକାଉଣ୍ଟରରେ ଲସ୍କର କମାଣ୍ଡର ଉଜେର୍ ଖାନ ମୃତ
ଏନକାଉଣ୍ଟରରେ ଲସ୍କର କମାଣ୍ଡର ଉଜେର୍ ଖାନ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଅନନ୍ତନାଗରେ ୭ ଦିନ ଧରି ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ୪ ଶହୀଦ ଯବାନଙ୍କ ପ୍ରତିଶୋଧ ନେଲା ସୁରକ୍ଷାବାହିନୀ । ଏନକାଉଣ୍ଟରରେ ଟଳିଲା ଲସ୍କର କମାଣ୍ଡର । ଅନନ୍ତନାଗ ଜିଲ୍ଲା କୋକେରନାଗ ଜଙ୍ଗଲରେ ଜାରି ରହିଥିବା ଗୁଳି ବିନିମୟରେ ଆଜି(ମଙ୍ଗଳବାର) ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର କମାଣ୍ଡର ଉଜେର୍ ଖାନ ରହିଛି । ତା'ର ମୃତଦେହ ମିଳିବା ସହ ଏକ ମାରଣାସ୍ତ୍ର ଜବତ କରାଯାଇଛି । ବର୍ତ୍ତମାନ ଅନ୍ୟ ଆତଙ୍କୀକୁ ଚିହ୍ନଟ କରାଯାଉଛି । ଏନେଇ କାଶ୍ମୀର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ADGP) ବିଜୟ କୁମାର ସୂଚନା ଦେଇଛନ୍ତି ।

ADGP କହିଛନ୍ତି, ''ଲସ୍କର କମାଣ୍ଡର ଉଜେର୍ ଖାନର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି । ମୃତଦେହ ନିକଟରୁ ଏକ ମାରଣାସ୍ତ୍ର ଜବତ କରାଯାଇଛି । ଜଙ୍ଗଲରୁ ଆଉ ଜଣେ ଆତଙ୍କବାଦୀର ମଧ୍ୟ ମୃତଦେହ ମିଳିଛି । ଏହାରି ସହିତ ଅନନ୍ତନାଗରେ ୭ ଦିନ ଧରି ଚାଲିଥିବା ଅପରେସନ ଶେଷ ହୋଇଛି ।''

ଏହାମଧ୍ୟ ପଢନ୍ତୁ: Anantnag Encounter: ଅନନ୍ତନାଗରେ ଆଉ ଜଣେ ଯବାନ ଶହୀଦ, ୪ଜଣ ଶହୀଦ

ଉଲ୍ଲେଖଯୋଗ୍ୟ ଯେ, ଗତ ବୁଧବାର ଠାରୁ କୋକେରନାଗ ଜଙ୍ଗଲରେ ସ୍ଥାନୀୟ ପୋଲିସ ଓ ସୁରକ୍ଷାବାହିନୀ ପକ୍ଷରୁ ମିଳିତ ଅପରେସନ ଜାରି ରହିଥିଲା । ଯାହାକି ଜମ୍ମୁ କାଶ୍ମୀରରେ ଦୀର୍ଘତମ ଆତଙ୍କୀ ବିରୋଧୀ ଅପରେସନ ମଧ୍ୟରୁ ଗୋଟିଏ ଥିଲା । ବୁଧବାର ଦିନ ଏଠାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିୟମରେ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଓ ଜମ୍ମୁ-କାଶ୍ମୀର ପୋଲିସ ଡିଏସପି ହୁମାୟୁନ ଭଟ ଶହୀଦ ହୋଇଯାଇଥିଲେ । ଏଥିରେ ଆଉ ଦୁଇ ଜଣ ଯବାନ ଆହତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: Watch: ଶହୀଦ ମନପ୍ରୀତଙ୍କୁ ୬ବର୍ଷ ଝିଅ ଓ ପୁଅର ଶେଷ ସଲାମ, ଏମିତି ଦିଆଗଲା ବିଦାୟ

ଏହାମଧ୍ୟ ପଢନ୍ତୁ: Uri Encounter: ଉରିରେ ଏନକାଉଣ୍ଟର, ୩ ଆତଙ୍କୀ ନିହତ

୪ ବୀର ଯବାନଙ୍କ ଶହୀଦ ପରେ ବୁଧବାର ଠାରୁ କୋକେରନାଗ ଜଙ୍ଗଲରେ ଜୋରଦାର ଅପରେସନ ଚଳାଇଥିଲେ ସୁରକ୍ଷାବାହିନୀ । ଜଙ୍ଗଲ ଭିତରେ ଦୁଇରୁ ତିନି ଜଣ ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରାଯାଉଥିଲା । ଘଞ୍ଚ ଜଙ୍ଗଲରେ ସେମାନଙ୍କୁ ଠାବ କରିବାକୁ ସୁରକ୍ଷାକର୍ମୀ ଡ୍ରୋନ ଓ ହେଲିକପ୍ଟରର ବ୍ୟବହାର କରିଥିଲେ । ଶେଷରେ ୭ ଦିନର ଅପରେସନ ପରେ ସୁରକ୍ଷାବଳକୁ ଆଜି ସଫଳତା ମିଳିଛି ।

Last Updated : Sep 19, 2023, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.