ETV Bharat / bharat

ହିମାଚଳ ପ୍ରଦେଶରେ ଭୂସ୍ଖଳନ: ଗୋଟିଏ ପରିବାରର ୪ ଶିଶୁଙ୍କ ସମେତ ୫ ମୃତ

author img

By

Published : Sep 26, 2022, 12:43 PM IST

ହିମାଚଳ ପ୍ରଦେଶ ସିରମୌର ଜିଲ୍ଲାରେ ଭୂସ୍ଖଳନରେ ଗୋଟିଏ ପରିବାର ୫ ଜଣଙ୍କ ମୃତ୍ୟୁ (Five died in landslide in Sirmaur )। ମୃତକଙ୍କ ମଧ୍ୟରେ ରହିଛନ୍ତି ୪ ଶିଶୁ । ଜଣେ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଗତକାଲି ରାତିରେ ଅଘଟଣ ଘଟିଥିବା ସୂଚନା । ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶରେ ଭୂସ୍ଖଳନ: ଗୋଟିଏ ପରିବାର ୪ ଶିଶୁଙ୍କ ସମେତ ୫ ମୃତ

ଶିମଲା: ହିମାଚଳ ପ୍ରଦେଶ ସିରମୌର ଜିଲ୍ଲାରେ ଭୂସ୍ଖଳନରେ ଗୋଟିଏ ପରିବାରର ୫ଜଣ ପ୍ରାଣ ହରାଇଛନ୍ତି (Five died in landslide in Sirmaur )। ମୃତକଙ୍କ ମଧ୍ୟରେ ୪ ଶିଶୁଙ୍କ ସମେତ ମୋଟ ୫ଜଣ ରହିଛନ୍ତି । ଅନ୍ୟ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, ଗତ ରାତିରେ ସିରମୌର ଜିଲ୍ଲାରେ ରାସ୍ତ ପଞ୍ଚାୟରେ (landslide in sirmaur) ଏହି ଭୂସ୍ଖଳନ ହୋଇଛି । ଉକ୍ତ ପରିବାର ସଦସ୍ୟ ଘରେ ଶୋଇଥିବା ବେଳେ ଏହି ଭୂସ୍ଖଳନ ହୋଇଥିବା କାରଣରୁ ବାହାରକୁ ବାହାରି ପାରିବା ସମ୍ଭବପର ହୋଇପାରି ନଥିଲା । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ମୃତକଙ୍କ ମଧ୍ୟରେ ଗ୍ରାମର ପ୍ରଦୀପ ସିଂଙ୍କ ପତ୍ନୀ ମମତା, ୮ ବର୍ଷୀୟା ଝିଅ ଇଶିତା ,୬ ବର୍ଷୀୟା ଆଲିଶା ଓ ୨ ବର୍ଷୀୟ ଆୟରଙ୍ଗ ଓ ପଡୋଶୀ ତୁଲସୀରାମ ନାମକ ଜଣେ ବ୍ୟକ୍ତିଙ୍କ ୭ ବର୍ଷୀୟା ଝିଅ ଆକାନଶିକା ରହିଛନ୍ତି । ସେହିପରି ଏହି ଅଘଟଣରେ ଗୁରୁତର ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାରର ମୁଖ୍ୟ ତଥା ନିଜେ ପ୍ରଦୀପ ସିଂ । ଅଘଟଣ ପରେ ସ୍ଥାନୀୟ ଲୋକେ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିବା ସହ ପ୍ରଶାସନକୁ ସୂଚନା ଦେଇଥିଲେ । ମାଟି ଅତଡା ତଳୁ ସମସ୍ତ ୫ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଆଜି ଘଟଣାସ୍ଥଳରେ ସକାଳେ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି । ଅନ୍ୟପଟେ ରାଜ୍ୟରେ ପ୍ରବଳ ବର୍ଷା ନେଇ ମଧ୍ୟ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜି ଠାରୁ 4 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ (rain alert in himachal today)। ଏଥିପାଇଁ ଜିଲ୍ଲା ଓ୍ବାରୀ ଏଲୋ ଆଲର୍ଟ ଜାରି କରିବା ସହ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.