ETV Bharat / bharat

Land for jobs scam case: CBI ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ ତେଜସ୍ବୀ - ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ

CBI ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ ତେଜସ୍ବୀ । ସମନ ଖାରଜ କରିବା ପାଇଁ ଆବେଦନ । ଗତକାଲି ବାପା-ମାଆ ଓ ଭଉଣୀଙ୍କୁ ମିଳିଛି ବେଲ । ଅଧିକ ପଢନ୍ତୁ

land for jobs scam case: CBI ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ ତେଜସ୍ବୀ

author img

By

Published : Mar 16, 2023, 6:33 AM IST

ନୂଆଦିଲ୍ଲୀ/ପାଟନା: ‘ଲ୍ୟାଣ୍ଡ ଫର ସ୍କାମ’ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ବାରା ସମନ ପାଇଥିବା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଗତକାଲି(ବୁଧବାର) ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । କେନ୍ଦ୍ରୀୟ ସଂସ୍ଥା ତାଙ୍କୁ ଜେରା ପାଇଁ ଜାରି କରିଥିବା ସମନ ଉପରେ ରହିତାଦେଶ ଲଗାଇବା ପାଇଁ ସେ ଏହି ଆବେଦନ କରିଛନ୍ତି । ତାଙ୍କ ବିରୋଧରେ ଜାରି କରାଯାଇଥିବା 3ଟି ସମନକୁ ଖାରଜ କରିବା ପାଇଁ ସେ ଆବେଦନରେ ଦର୍ଶାଇଛନ୍ତି । ଏହି ମାମଲାର ଶୁଣାଣି ଆଜି(ଗୁରୁବାର) ହେବା ନେଇ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ :-Land For Job Case: ଲାଲୁ ପରିବାରକୁ ଆଶ୍ବସ୍ତି, ଜମି ଦୁର୍ନୀତି ମାମଲାରେ ମିଳିଲା ଜାମିନ

ଏହି ମାମଲାରେ ତେଜସ୍ବୀଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ, ମାଆ ରାବିଡି ଦେବୀ, ସାଂସଦ ଭଉଣୀ ମିସା ଭାରତୀଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ବେଲ ପ୍ରଦାନ କରିଛନ୍ତି । ତିନି ଜଣଙ୍କୁ ୫୦ ହଜାର ଟଙ୍କା ମୁଚଲିକାରେ ଜାମିନ ମିଳିଥିବା ସୂଚନା ମିଳିଛି । ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି ।

ଆରଜେଡି ସୁପ୍ରିମୋ ୭୪ ବର୍ଷୀୟ ଲାଲୁ ପ୍ରସାଦ ଯାଦବ, ତାଙ୍କର ପତ୍ନୀ ରାବଡି ଦେବୀ ଓ ଝିଅ ଗତକାଲି(ବୁଧବାର) ଦିନ ପ୍ରାୟ ୧୦ଟା ସମୟରେ କୋର୍ଟରେ ହାଜର ହୋଇଥିଲେ । ସେମାନଙ୍କ ସହ ଏହି ମାମଲାରେ ଅଭିଯୁକ୍ତ ଥିବା ମୋଟ ୧୪ ଜଣ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ । ଏହି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ୧୪ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା । ଯେଉଁଥିରେ ଯାଦବ ପରିବାରର ସଦସ୍ୟଙ୍କ ନାଁ ରହିଥିଲା । ଏହାପରେ ଗତ ଫେବୃୟାରୀ ୨୭ ତାରିଖ ତାରିଖରେ ରାଉଜ ଆଭିନ୍ୟୁ କୋର୍ଟ ଲାଲୁ ପ୍ରସାଦଙ୍କ ପରିବାରକୁ ମାର୍ଚ୍ଚ ୧୫ ତାରିଖ ଅର୍ଥାତ୍ ଗତକାଲି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସମାନ ମାମଲାରେ ମାମଲାରେ ବିହାରର ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ମଧ୍ୟ ସିବିଆଇରୁ ଡକରା ଆସିଥିଲା । ତାଙ୍କୁ ପଚରାଉଚରା ଲାଗି ମାର୍ଚ୍ଚ ୧୧ ତାରିଖରେ ସିବିଆଇ ଅଫିସର ହାଜର ହେବାକୁ ସମନ ହୋଇଥିଲା । ହେଲେ ଗର୍ଭବତୀ ପତ୍ନୀ ରାଜଶ୍ରୀ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିବା ଦର୍ଶାଇ ସେ ହାଜର ହୋଇନଥିଲେ । ଏହାପୂର୍ବରୁ ମଧ୍ୟ ସିବିଆଇ ସମନ ଜାରି କରିଥିବାବେଳେ ସେ ବିଧାନସଭା ବଜେଟ ଅଧିବେଶନ ଆଳରେ ସେ ହାଜର ହୋଇନଥିଲେ । ଏବେ ମାମଲାର କ୍ରିୟାଶୀଳତାକୁ ଦେଖି କୋର୍ଟରେ ପହଞ୍ଚି ଯାଇଛନ୍ତି ତେଜସ୍ବୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.