ETV Bharat / bharat

ପାସୱାନ ଘର ଜାଳିଥିଲା ଲାଲୁଙ୍କ ଲଣ୍ଠନ, ଏବେ ନୀତିଶଙ୍କ ନିଆଁରେ ଛାରଖାର ଚିରାଗ - LJP

ନିଜ ବ୍ୟକ୍ତିତ୍ବ ବଳରେ ବାପା ଯେଉଁ ଦଳକୁ ଛିଡା କରିଥିଲେ ତାକୁ କିଭଳି ବଞ୍ଚାଇବ ପୁଅ ? ରାଜନୈତିକ ପଶାପାଲିରେ ପଶୁପତିଙ୍କ ଗୋଟି ଚାଳନାକୁ କିଭଳି ଚେକ୍‌ ଦେବେ ଚିରାଗ ? ଲାଲୁଙ୍କ ଲଣ୍ଠନରେ ଜଳି ଛାରଖାର ହୋଇଯିବା ସତ୍ତ୍ବେ ଯେଉଁ ଏଲଜେପି ଚମକୁଥିଲା ଆଜି ପୁଣି ତାକୁ ଅନ୍ଧାର କରିଦେବନି ତ ଚିରାଗଙ୍କ ନିଷ୍ପତ୍ତି ? ଅଧିକ ପଢନ୍ତୁ...

ପାସୱାନ ଘର ଜାଳିଥିଲା ଲାଲୁଙ୍କ ଲଣ୍ଠନ, ଏବେ ନୀତିଶଙ୍କ ନିଆଁରେ ଛାରଖାର ଚିରାଗ

author img

By

Published : Jun 15, 2021, 9:32 PM IST

ପାଟନା: ପାର୍ଟି, ପଦ ଓ ପତିଆରା ଭିତରେ ଅଲଗା ହୋଇଯାଏ ପରିବାର ଆଉ ଛିଡିବାକୁ ବାଧ୍ୟ ହୁଏ ସମ୍ପର୍କର ସୂତା । କେବେ ଭାଇ ଭାଇର ଶତ୍ରୁ ପାଲଟିଯାଏ ତ ଆଉ କେବେ ଦାଦା ପୁତୁରା ମଧ୍ୟରେ ଛିଡା ହୁଏ ପାଚେରୀ । ଆଉ ଏହି ସବୁର ମୂଳ କାରଣ ହେଉଛି ରାଜନୀତି ।

ରାଜନୀତିର ଅର୍ଥ କଣ ? ନୀତି, ନୈତିକତା ଓ ବିଚାରଧାରାର ବହିପାଠରୁ ବାହାରକୁ ବାହାରି ଯଦି ଏହାର ସିଧା ଅର୍ଥ ଖୋଜିବା ତାହେଲେ ରାଜନୀତି ହେଉଛି ରାଜ କରିବାର ନୀତି । ଦେଶରେ 5 ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ଓ ଆଗାମୀ ମହାସମର ମହାପ୍ରସ୍ତୁତି ଆରମ୍ଭ ମଧ୍ୟରେ ରାଜନୀତିର ଦିଗ ପରିବର୍ତ୍ତନ ହେଉଥିବା ନଜର ଆସୁଛି । ଆଉ ବିହାରରେ ଦେଖିବାକୁ ମିଳୁଛି ଏହାର ବଡ ଓଲଟପାଲଟର ସ୍ଥିତି ।

ବିହାର ରାଜନୀତିରେ ଗୋଟିଏ ଦଳର ଅଧ୍ୟକ୍ଷ ପଦକୁ ନେଇ ଦାଦା ପୁତୁରା ମଧ୍ୟରେ କଳି ଏବେ ନେଇଛି ବିଦ୍ରୋହର ରୂପ । ସୋମବାର ରାତିରେ ବିହାର ରାଜନୀତିରେ ଦେଖିବାକୁ ମିଳିଥିଲା ବଡ ହଟଚମଟ । ଦିନେ କେନ୍ଦ୍ର ରାଜନୀତିରେ ନିଜର ପତିଆରା ବଳରେ ସବୁ ସରକାରରେ ମନ୍ତ୍ରୀ ପଦ ହାତଉଥିବା ରାମ ବିଳାସ ପାସୱାନଙ୍କ ଉତ୍ତରାଧିକାରୀତ୍ବକୁ ଲାଗିଥିଲା ବଡ ଝଟକା । କାରଣ ପୁଅ ଚିରାଗ ପାସୱାନ ଓ ଭାଇ ପଶୁପତି କୁମାର ପାରସଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ ।

ଚିରାଗଙ୍କ ଦାଦା ପଶୁପତି ପାରସଙ୍କ ସମେତ ଲୋକ ଜନଶକ୍ତି ପାର୍ଟିର 5 ସାଂସଦ ଏନଡିଏରେ ସାମିଲ ହେବାକୁ ଦେଇଥିଲେ ସଙ୍କେତ । ଆଉ ଏହାର ଦିନକ ପରେ ଅର୍ଥାତ ମଙ୍ଗଳବାର ଏହି ବିବାଦ ବିଦ୍ରୋହର ରୂପ ନେଇଥିଲା । ଦାଦା ପଶୁପତିଙ୍କ ସମେତ ବିଦ୍ରୋହୀ ଗୋଷ୍ଠୀ ଚିରାଗଙ୍କୁ ଏଲଜେପିର ଅଧ୍ୟକ୍ଷ ପଦରୁ ହଟାଇଦେଇଥିଲେ ।

ଚିରାଗଙ୍କୁ ହଟାଇବା ପରେ ଏଲଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସୁରଜଭାନ ସିଂହଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଚୟନ କରାଯାଇଛି । ଲୋକ ଜନଶକ୍ତି ପାର୍ଟି(ଏଲଜିପି)ର 6 ଲୋକସଭା ସାଂସଦଙ୍କ ମଧ୍ୟରୁ 5 ଜଣ ଚିରାଗଙ୍କୁ ଦଳର ନେତା ପଦରୁ ହଟାଇବାକୁ ହାତ ମିଳାଇଥିଲେ ।

ଲୋକ ଜନତା ପାର୍ଟିର ଅଧ୍ୟକ୍ଷ ତଥା ବିହାର ଜମୁଇର ସାଂସଦ ଚିରାଗ ପାସୱାନ ନିଜ ଦଳରେ ଏକୁଟିଆ ପଡ଼ିଯାଇଛନ୍ତି। ଦାଦା ପଶୁପତି କୁମାର ପାରସଙ୍କ ବିଦ୍ରୋହ ପରେ ଦଳର ସମସ୍ତ ସାଂସଦ ଚିରାଗଙ୍କ ହାତ ଛାଡିଦେଇଛନ୍ତି । ଆଜିଯାଏଁ ଯେଉଁ ଏଲଜେପିର ସର୍ବେସର୍ବା ଚିରାଗ ଥିଲେ, ତାଙ୍କ ପାଦ ତଳୁ ଦଳର ମାଟି ଖାସିଯିବା ଭଳି ନଜର ଆସୁଛି ।

ଏହି ବିବାଦ ମଧ୍ୟରେ ପ୍ରଶ୍ନ ଉଠୁଛି ନିଜ ବ୍ୟକ୍ତିତ୍ବ ବଳରେ ବାପା ଯେଉଁ ଦଳକୁ ଛିଡା କରିଥିଲେ ତାକୁ କିଭଳି ବଞ୍ଚାଇବ ପୁଅ ? ରାଜନୈତିକ ପଶାପାଲିରେ ପଶୁପତିଙ୍କ ଗୋଟି ଚାଳନାକୁ କିଭଳି ଚେକ୍‌ ଦେବେ ଚିରାଗ ? ଲଣ୍ଠନ ନିଆଁରେ ଛାରଖାର ହୋଇଯିବା ସତ୍ତ୍ବେ ଯେଉଁ ଏଲଜେପି ଚମକୁଥିଲା ଆଜି ପୁଣି ତାକୁ ଅନ୍ଧାର କରିଦେବନି ତ ଚିରାଗଙ୍କ ନିଷ୍ପତ୍ତି ?

ବର୍ଷ 2000, ଜନତା ଦଳ ୟୁନାଇଟେଡରେ ଫାଟ ସୃଷ୍ଟି ହେବା ପରେ ଗଢିଉଠିଥିଲା ଲୋକ ଜନଶକ୍ତି ପାର୍ଟି । ସେବେ ଠାରୁ ଲୋଜୋପାକୁ ବିହାର ରାଜନୀତିରେ ଦଳିତ ଶୋଷିତ ବଞ୍ଚିତଙ୍କ ହକ ପାଇଁ ଲଢୁଥିବା ଦଳର ମାନ୍ୟତା ମିଳିଥିଲା । ହେଲେ ସମୟ ସହ ବଦଳିଥିଲା ପରିସ୍ଥିତି । କ୍ଷମତା ଲୋଭରେ ଆତୁର ପାସୱାନ ଏତେ ଥର ଦଳବଦଳ କରିଥିଲେ ଯେ ଆସନତ ହରାଇଲେ, ତା ସହିତ ଏକଜୁଟ ଦଳିତ ଜନାଧାର ବି ଧିରେଧିରେ ଭାଙ୍ଗିବାରେ ଲାଗିଥିଲା ।

ଆଜିର ତାରିଖରେ ଏନଡିଏରୁ ଅଲଗା ହେବା ପରେ ଏଲଜେପିକୁ ଯଦିଓ ଆରଜେଡିରୁ ଅଫର ଆସିବାରେ ଲାଗିଛି ତଥାପି ଇତିହାସ ପୃଷ୍ଠାରେ କାହାଣୀ କହୁଛି ଯେ ଦିନେ ଲାଲୁଙ୍କ ଲଣ୍ଠନ ପାସୱାନଙ୍କ ସମ୍ପୂର୍ଣ୍ଣ ଘରକୁ ଜଳାଇ ଦେଇଥିଲା । ବିଛାଡି ହୋଇଯାଇଥିବା ଜନସମର୍ଥନକୁ ଏକଜୁଟ କରିବା ପାଇଁ ଏଲଜେପି ରାମବିଳାସଙ୍କ ଉତ୍ତରାଧିକାରୀ ଚିରାଗ ପାସୱାନଙ୍କ ଉପରେ କରିଥିଲା ବିଶ୍ବାସ । ହେଲେ ଜନସାଧାରଣଙ୍କ ହୃଦୟ ଜିତିବାର ରାସ୍ତା ଏଯାଏଁ ଚିରାଗଙ୍କ ପାଇଁ ସହଜ ହୋଇନାହିଁ ।

2000ରେ ଏଲଜେପି ଗଠନ ପରେ 2004 ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଆରଜେଡି ସହ ହାତ ମିଳାଇଥିଲା ଦଳ । 4ଟି ଆସନରେ ଆରଜେଡିକୁ ମିଳିଥିଲା ସଫଳତା । କେନ୍ଦ୍ର କ୍ୟାବିନେଟରେ ରସାୟନ ଓ ସାର ମନ୍ତ୍ରଣାଳୟ ସହ ଷ୍ଟିଲ ମନ୍ତ୍ରଣାଳୟର ପଦଭାର ସମ୍ଭାଳିଥିଲେ ରାମ ବିଳାସ ପାସୱାନ ।

ଏହାପରେ 2005ରେ ବିହାରର ବିଧାନସଭା ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆରଜେଡି ବିରୋଧରେ ଛିଡା ହୋଇଥିଲେ ପାସୱାନ । କଂଗ୍ରେସ ସହ ମିଶି ନିର୍ବାଚନ ଲଢିଲେ ଓ ଏଲଜେପି ମାତ୍ର 29ଟି ଆସନ ହାତେଇବାରେ ସଫଳ ହୋଇଥିଲା । ହେଲେ ବହୁମତ ନମିଳିବା କାରଣରୁ କୌଣସି ଦଳ ଗଢିପାରିନଥିଲେ ସରକାର । ରାଜ୍ୟରେ ଲାଗିଥିଲା ରାଷ୍ଟ୍ରପତି ଶାସନ । ଏହାପରେ ଅକ୍ଟୋବରରେ ପୁନର୍ବାର ନିର୍ବାଚନ ହୋଇଥିଲା । ଆଉ ଏଥର 203 ଆସନରେ ପ୍ରାର୍ଥୀ ଛିଡା କରିଥିଲା ଏଲଜେପି । ହେଲେ 30ରୁ 10କୁ ଖାସିଆସିଥିଲା ଏଲଜେପି ।

2009 ଲୋକସଭା ଲୋକସଭା ନିର୍ବାଚନର ଠିକ ପୂର୍ବରୁ ଗଠନ ହୋଇଥିଲା ଚତୁର୍ଥ ମୋର୍ଚ୍ଚା । ଏହି ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ, ଲୋକ ଜନଶକ୍ତିପାର୍ଟି ଓ ସମାଜବାଦୀ ପାର୍ଟିର ମେଣ୍ଟ ଗଠନ ହୋଇଥିଲା । ହେଲେ ନିର୍ବାଚନର ଫଳାଫଳ ଏଲଜେପି ପାଇଁ କୌଣସି ବଡ ଝଟକାଠୁ କମ ନଥିଲା । ଦଳ ଗୋଟିଏ ବି ଆସନ ଜିତିପାରିନଥିଲା । ଆରଜେଡି ବି ଲୋକସଭାରେ 4ଟି ଆସନରେ ସୀମିତ ରହିଯାଇଥିଲା । ତେବେ ଲାଲୁଙ୍କ ଲଣ୍ଠନ ପାସୱାନଙ୍କ ଦଳରେ ନିଆଁ ଲଗାଇବାର କାମ କରିଥିବା ଚାରିଆଡେ ହୋଇଥିଲା ଚର୍ଚ୍ଚା ।

2010ରେ ବିହାର ବିଧାନସଭା ନିର୍ବାଚନରେ ଲୋଜପାକୁ ଲାଗିଥିଲା ପୁଣି ଝଟକା । ଯେଉଁ ବିଧାନସଭାରେ ଦଳ 29ରୁ ଖସି 10 ସିଟ୍‌କୁ ଆସିଯାଇଥିଲା, ସେଠି 2010ରେ ପାସୱାନଙ୍କୁ ମାତ୍ର 3ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏଥର ଦଳ ଆସନ ସହ ଜନାଧାର ମଧ୍ୟ ହରାଇବାକୁ ଲାଗିଲା ।

12 ବର୍ଷ ପରେ ବଦଳିଥିଲା ପାସୱାନଙ୍କ ଭାଗ୍ୟ । 2014ରେ ଯେବେ ଏନଡିଏ ନରେନ୍ଦ୍ର ମୋଦିଙ୍କୁ ଚେହେରାରେ ସାଧାରଣ ନିର୍ବାଚନ ଲଢିବାକୁ ଆଗକୁ ଆସିଲା, ସେବେ ଏଲଜେପି ବର୍ଷା ଦେଖି ବୁଲାଇଥିଲା ଛତା । ୟୁପିଏ ଆରଡେଡିରୁ ସମ୍ପର୍କ ଭାଙ୍ଗି ବିଜେପି ନେତୃତ୍ବାଧିନ ଏନଡିଏ ସହ ଛିଡା ହୋଇଥିଲା ଏଲଜେପି ।

12 ବର୍ଷ ପରେ ପୁଣି ଏନଡିଏରେ ସାମିଲ ଏଲଜେପି ଏଥର 7ରୁ 6ଟି ଆସନରେ ବିଜୟ ହାସଲ କରିଥିଲା । ଆଉ ମୋଦି କ୍ୟାବିନେଟରେ ଖାଉଟି କଲ୍ୟାଣମନ୍ତ୍ରୀ ହୋଇଥିଲେ ରାମ ବିଳାସ ପାସୱାନ ।

କେନ୍ଦ୍ରରେ ରାମବିଳାସ ପାସୱାନ ସକ୍ରିୟ ଥିବାବେଳେ ଦଳୀୟ ସଂଗଠନକୁ ବଳ ଦେବା ପାଇଁ ଆଶାର କିରଣ ପାଲଟିଥିଲେ ପୁଅ ଚିରାଗ ପାସୱାନ । ଚିରାଗ ଯୁବ ଚେହେରା ଥିବାରୁ କାର୍ଯ୍ୟକର୍ତ୍ତାଙ୍କ ମନପରେ ଆତ୍ମବିଶ୍ବାସ ଭରିବାର କାମ କରିଥିଲେ । ହେଲେ 2020 ବିହାର ବିଧାନସଭା ନିର୍ବାଚନରେ ଯେବେ ଜେଡିୟୁ ଓ ବିଜେପି ମିଶି ନିର୍ବାଚନ ଲଢିଥିଲେ ସେବେ ନୀତିଶଙ୍କୁ ଖୋଲାଖୋଲି ବିରୋଧ କରିଥିଲେ ଚିରାଗ ।

ନୀତିଶଙ୍କ ଦଳ ବିରୋଧରେ ପ୍ରାର୍ଥୀ ଛିଡା କରିଥିଲା ଲୋଜପା । ହେଲେ ଏହାର ପରିଣାମ ସ୍ବରୂପ ଏନଡିଏ ମଧ୍ୟ ଚିରାଗଙ୍କୁ ଦେଇଥିଲା ଚେତାବନୀ । ରାଜ୍ୟରେ ପୁଣି ଏନଡିଏରୁ ଅଲଗା ହୋଇଯାଇଥିଲା ଏଲଜେପି । ଚିରାଗ ପାସୱାନଙ୍କ ନିଷ୍ପତ୍ତି ଦଳକୁ ବଡ କ୍ଷତି ପହଞ୍ଚାଇଥିଲା । ନୀତିଶଙ୍କ ସହ ଶତ୍ରୁତା ଚିରାଗଙ୍କୁପଡିଲା ଭାରି । ନା ଏ କୂଳର ନା ସେ କୂଳର ହୋଇ ରହିଯାଇଥିଲେ ଚିରାଗ ।

ବାପାଙ୍କ ଯିବା ପରେ ଏବେ ଦାଦାଙ୍କ ବିଦ୍ରୋହ ଆଭିମୁଖ୍ୟ ଚିରାଗଙ୍କ ନିଦ ହଜାଇଦେଇଛି । ପରିବାର ମଝିରେ ଛିଡା କରିଦେଇଛି ପାଚେରୀ । ଦିନେ ଲାଲୁଙ୍କ ଲଣ୍ଠନ ପାସୱାନଙ୍କ ଦଳକୁ ଜାଳିଥିବାବେଳେ ଏବେ ନୀତିଶଙ୍କ ନିଆଁ ପୁଣି ଲୋଜପାକୁ ଛାରଖାର କରିବ, ଏହି ସତ୍ୟତାକୁ ଏଡାଇ ଦିଆଯାଇନପାରେ । ଆଉ ସବୁପରେ ବାପା ଛିଡା କରିଥିବା ଦଳକୁ ନିଜ ନିଷ୍ପତ୍ତି ଯୋଗୁଁ ଅନ୍ଧକାରକୁ ଠେଲିଦେବାର ଆଶଙ୍କା ଚିରାଗଙ୍କୁ ପଶ୍ଚାତାପର ନିଆଁରେ ଜଳିବାକୁ ବାଧ୍ୟ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.