ETV Bharat / bharat

ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଗଲେ ଲାଲୁ

author img

By

Published : Jul 6, 2022, 10:38 PM IST

ଘର ଶିଡିରୁ ପଡିଯାଇ ଗୁରୁତର ଭାବେ ଆହାତ ହୋଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପାଟନାରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ

ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଗଲେ ଲାଲୁ
ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଗଲେ ଲାଲୁ

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ଆଜି ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ପାଟନା ବିମାନ ବନ୍ଦରରୁ ଦିଲ୍ଲୀ ନିଆଯାଇଛି(Lalu airlifted to Delhi by Air ambulance) । ରାଜ୍ୟସଭା ସାଂସଦ ତଥା ଝିଅ ମିସା ଭାରତୀ ଲାଲୁଙ୍କ ସାଙ୍ଗରେ ଅଛନ୍ତି । ଏହାସହିତ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ୩ ଜଣିଆ ଡାକ୍ତର ଟିମ୍ ଆମ୍ବୁଲାନ୍ସରେ ରହିଛନ୍ତି । ଦିଲ୍ଲୀ ଯିବା ପୂର୍ବରୁ ସେ ପାଟନାର ପାରସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ:ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା: ଦିଲ୍ଲୀ AIIMSକୁ ଏୟାର ଲିଫ୍ଟ ହେବେ ଲାଲୁ

ଗତ ୩ ତାରିଖରେ ଲାଲୁ ପ୍ରସାଦ ନିଜ ଘର ଶିଡିରୁ ଗଳି ପଡିଥିଲେ । ଏଥିରେ ତାଙ୍କ କାନ୍ଧ ହାଡ ଭାଙ୍ଗି ଯାଇଥିଲା । ଦିଲ୍ଲୀ ଯିବା ପୂର୍ବରୁ ସେ ପାଟନାର ପାରସ୍ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହସ୍ପିଟାଲ ଯାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁଙ୍କ ଭେଟିଥିଲେ ଓ ଡାକ୍ତରଙ୍କ ଠାରୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହି ସମୟରେ ପୁଅ ତେଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ରହିଥିଲେ । ପରେ ହସ୍ପିଟାଲରୁ ଆଜି ଏୟାର ଆମ୍ବୁଲାନ୍ସ ସାହାଯ୍ୟରେ ଲାଲୁଙ୍କୁ ଦିଲ୍ଲୀ ନିଆଯାଇଛି ।

ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଗଲେ ଲାଲୁ
ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଗଲେ ଲାଲୁ

ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ''ଲୋକଙ୍କ ପ୍ରାର୍ଥନା କାମ କରୁଛି । ବର୍ତ୍ତମାନ ବାପା(ଲାଲୁ ପ୍ରସାଦ)ଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଛି । ଏବେ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା କରାଯାଉଛି । ଯଦି ଆବଶ୍ୟକ ପଡେ, ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ସିଙ୍ଗାପୁର ନିଆଯିବ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.