ETV Bharat / bharat

ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟରେ ଉନ୍ନତି, ହସ୍ପିଟାଲରେ ଭେଟିଲେ ଲାଲୁ

author img

By

Published : Oct 6, 2022, 8:35 AM IST

ହସ୍ପିଟାଲରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କକୁ ଭେଟିଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ । ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ଦେଲେ ସୂଚନା । ଅଧିକ ପଢନ୍ତୁ

ସୁସ୍ଥ ହେଉଛନ୍ତି ମୁଲାୟମ ସିଂହ ଯାଦବ, ହସ୍ପିଟାଲରେ ଭେଟିଲେ ଲାଲୁ

ଚଣ୍ଡିଗଡ: ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କକୁ ଭେଟିଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ(RJD chief Lalu Prasad Yadav) । ବୁଧବାର ଲାଲୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ(Medanta hospital) ପହଞ୍ଚି ମୁଲାୟମ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ସେଠାରେ ସେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହ ସାକ୍ଷାତ କରିଛନ୍ତି ଏବଂ ତାଙ୍କ ବାପାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଧୀରେ ଧୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସୁସ୍ଥ ହେଉଛନ୍ତି । ଡାକ୍ତର ତାଙ୍କର ସ୍ବାସ୍ଥ୍ୟରେ ଉନ୍ନତି ଆସିଥିବା କହୁଥିବା ହସ୍ପିଟାଲରୁ ବାହାରି ଲାଲୁ ପ୍ରସାଦ ସୂଚନା ଦେଇଛନ୍ତି ।

  • गुरुग्राम के मेदांता अस्पताल में भर्ती समाजवादी पार्टी के संरक्षक आदरणीय मुलायम सिंह जी के स्वास्थ्य संबंधित जानकारी प्राप्त की।डॉक्टरों का कहना है कि तबीयत में सुधार हुआ है। श्री @yadavakhilesh जी मिल उनके शीघ्र स्वस्थ होने की मंगलकामना की।साथ में आदरणीय @laluprasadrjd जी भी थे। pic.twitter.com/5sH8g9uaro

    — Tejashwi Yadav (@yadavtejashwi) October 5, 2022 " class="align-text-top noRightClick twitterSection" data=" ">

ଲାଲୁଙ୍କ ପୂର୍ବରୁ ବୁଧବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର(Haryana Chief Minister Manohar Lal Khattar) ମେଦାନ୍ତ ହସ୍ପିଟାଲରେ ପହଞ୍ଚି ମୁଲାୟମ ସିଂହ ଯାଦବଙ୍କୁ ଭେଟିଥିଲେ । ପୁଅ ଅଖିଳେଶ ଯାଦବ ଏବଂ ଅନ୍ୟାନ୍ୟ ପରିବାରବର୍ଗଙ୍କ ସହ ଦେଖା କରି ତାଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ମୁଲାୟମ ଯାଦବଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି । ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବାକୁ କିଛି ଦିନ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ଖଟ୍ଟର ଜଣାଇଛନ୍ତି । ମନୋହର ଲାଲ୍ ଖଟ୍ଟର ସେହି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କୁ(Om Prakash Chautala) ମଧ୍ୟ ଭେଟି ସ୍ବାସ୍ଥ୍ୟବସ୍ଥା ବାବଦରେ ଅବଗତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ରବିବାର ୮୨ ବର୍ଷୀୟ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା(Samajwadi Party patriarch) ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାପରେ ତାଙ୍କୁ ମେଦାନ୍ତ ହସ୍ପିଟାଲ୍‌ର ICUରେ ଭର୍ତ୍ତି କରାଯାଇଥିଲା । ସୋମବାର ତାଙ୍କୁ ICUରୁ ବାହାର କରାଯାଇ CCU(critical care unit)ରେ ଭର୍ତ୍ତି କରାଯାଇଥିଲା । ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ମେଡିକାଲ ପକ୍ଷରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ରହିଛନ୍ତି । ପୂର୍ବରୁ ଅସୁସ୍ଥତା କାରଣରୁ ସେ ଏହି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଅଗଷ୍ଟ ୨୨ ତାରିଖରୁ ତାଙ୍କର ନିୟମିତ ମେଡିକାଲ ଚେକ୍ ଅପ୍ ମଧ୍ୟ ହେଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.