ପାଟନା: RIMSରେ ପେଇଙ୍ଗ୍ ୱାର୍ଡରେ ଲାଲୁ ଯାଦବଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ । ପିତାଙ୍କ ସ୍ବାସ୍ଥ୍ୟକୁ ନେଇ ଉଦବେଗ ପ୍ରକାଶ କରିବା ସହ କିଡନୀ ରୋଗରେ ପୀଡିତ ଥିବା ଜାଣିଥିଲେ ତେଜ ପ୍ରତାପ । ଏହାପରେ ଡାକ୍ତରଖାନାରେ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ବିଧାନସଭା ନିର୍ବାଚନ ଜିତିବା ପରେ ଆଶୀର୍ବାଦ ନେଇଛନ୍ତି ତେଜ ପ୍ରତାପ ।
ନିତୀଶ କୁମାରଙ୍କ 6 ଜଣ ବିଧାୟକ ଅରୁଣାଚଳ ପ୍ରଦେଶରେ ବିଜେପିରେ ଯୋଗଦେବା ପ୍ରସଙ୍ଗରେ ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏପରି ଏକ ଦଳ ଯିଏ ସମସ୍ତ ରାଜ୍ୟକୁ ଖାଇଯିବ, ଏହାର ଜୀବନ୍ତ ପ୍ରମାଣ ହେଉଛି ଅରୁଣାଚଳପ୍ରଦେଶ ।
ଏଥିସହିତ ସେ କହିଛନ୍ତି ଯେ ବିହାରରେ ନିତୀଶ କୁମାରଙ୍କ ସରକାର ଖୁବ୍ ଶୀଘ୍ର ପତନ ହେବାକୁ ଯାଉଛି ଏବଂ ଆସନ୍ତା ସମୟରେ ଆମେ ଏକ ଶକ୍ତିଶାଳୀ ସରକାର ଗଠନ ପାଇଁ କାର୍ଯ୍ୟ କରିବୁ । ସେ ଏହା ମଧ୍ୟ କହିଛନ୍ତି ଯେ କୃଷକଙ୍କ ପ୍ରସଙ୍ଗରେ ସରକାର ଯେଉଁଭଳି ଭାବରେ ଅଟକି ଯାଇଛନ୍ତି, ଏଥିରୁ ସ୍ପଷ୍ଟ ଯେ ବିହାରରେ ଖୁବ ଶୀଘ୍ର ସରକାର ଭାଙ୍ଗିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ