ETV Bharat / bharat

ଲାକ୍ଷାଦ୍ୱୀପରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ - ରଥମ କୋରୋନା ପଜିଟିଭ

ଦେଶରେ ମହାମାରୀ ଆରମ୍ଭ ହେବାର ପ୍ରାୟ ଏକ ବର୍ଷ ପରେ ସୋମବାର ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଲକ୍ଷ୍ମାଦ୍ୱୀପରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ

author img

By

Published : Jan 19, 2021, 9:03 AM IST

କାଭାରାତୀ: ସାରା ଦେଶରେ ପ୍ରାୟ ଏକ ବର୍ଷ ଧରି କୋରୋନା ତାଣ୍ତବ ରଚିଛି । ଏକ ବର୍ଷ ପରେ ସୋମବାର ଲାକ୍ଷାଦ୍ବୀପ ଦୀପପୁଞ୍ଜରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଭାରତ ରିର୍ଜବ ବାଟାଲିୟନର ବୋଲି ଜଣାପଡିଛି । ସେ ଜାନୁଆରୀ 3ରେ କୋଚିରୁ କାଭାରାତୀ ଯାଇଥିଲେ । ସେଠାରେ କୋରୋନା ପରୀକ୍ଷା କରିଥିଲେ । ସୋମବାର ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ଦୀପପୁଞ୍ଜର ବାସିନ୍ଦା ନୁହନ୍ତି ବୋଲି ସରକାରୀ ସୁତ୍ରରୁ ପ୍ରକାଶ ।

ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । କୋଚିରୁ ଆସୁଥିବା ଲୋକଙ୍କ ପାଇଁ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ଏନେଇ ସ୍ବତନ୍ତ୍ର ଗାଉଡଲାଇନ ଜାରି ହୋଇଛି। ଦୀପପୁଞ୍ଜରେ ଏ ଯାଏଁ ଗୋଟିଏ ବି କୋରୋନା ପଜିଟିଭି ମାମଲା ନଥିଲା ।

କେରୋନା ବିସ୍ତାରକୁ ରୋକିବାକୁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ପଜିଟିଭ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ସଂଗରୋଧ ହୋଇ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ସଂଗରୋଧରେ ରହିବା ପରେ ପ୍ରଥମେ ସେମାନଙ୍କ ନମୁନା ପରୀକ୍ଷା କରାଯିବ ବୋଲି ପ୍ରଶାସନ ପକ୍ଷୁରୁ କୁହାଯାଇଛି । ମଙ୍ଗଳବାରଠାରୁ ଜାହାଜ ସମେତ ଦୀପପୁଞ୍ଜର ସମସ୍ତ ଗତିବିଧିକୁ ସ୍ଥଗିତ ରଖାଯାଇଛି । କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଦୀପପୁଞ୍ଜକୁ ପରିର୍ଦଶନ କରିବାକୁ ଆସି ପାରିବେ ବୋଲି ପ୍ରଶାସମ ପକ୍ଷରୁ ନିୟମ ଜାରି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.