ETV Bharat / bharat

Lakhimpur violence: 14 ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଆଶିଷ

author img

By

Published : Oct 10, 2021, 1:13 PM IST

ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ଘଟଣା । ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ଅଧିକ ପଢନ୍ତୁ...

Lakhimpur violence: 14 ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଆଶିଷ
Lakhimpur violence: 14 ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଆଶିଷ

ଲକ୍ଷ୍ନୌ: ଉତ୍ତରପ୍ରଦେଶମ ଲଖିମପୁର ଖେରୀ ହିଂସା ଘଟଣା । ଏହି ଘଟଣାରେ ଅଭିଯୁକ୍ତ ଦର୍ଶାଯାଇଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ । ଶନିବାର ତାଙ୍କୁ ସ୍ବତନ୍ତ୍ର SIT ଟିମ ୧୨ ଘଣ୍ଟା ପଚରାଉଚୁରା କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନଥିବାରୁ ତାଙ୍କୁ ସନ୍ଦେହରେ ଗିରଫ କରାଯାଇଛି ।

ଆସନ୍ତାକାଲି(ସୋମବାର) ପୁର୍ବାହ୍ନ ୧୧ଟା ସମୟରେ ଏହି ମାମଲାର ଶୁଣାଣି ହେବ । ଆଶିଷଙ୍କ ଓକିଲଙ୍କ କହିବାନୁସାରେ ଆଶିଷ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପୋଲିସ ନିକଟରେ କୌଣସି ପ୍ରମାଣ ନାହିଁ । ଏହି ଘଟଣା ଘଟିଥିବା ଅର୍ଥାତ ଅକ୍ଟୋବର ୩ ତାରିଖର ୧୦୦ରୁ ଅଧିକ ଭିଡ଼ିଓ ଓ ଫଟୋ ପୋଲିସକୁ ଦିଆଯାଇଛି ବୋଲି ସେ କହିଛନ୍ତି । ଶନିବାର ଆଶିଷଙ୍କୁ ପୋଲିସ ଗିରଫ କରିଥିଲା । ତାଙ୍କୁ ମୁଖ୍ୟ ଅଭିଯୁକ୍ତ ମଧ୍ୟ ଦର୍ଶାଯାଇଛି । ତାଙ୍କ ବିରୋଧରେ 302, 304 ଏ 147, 148, 149, 279, 120 ବି ଭଳି ଅନେକ ସଙ୍ଗୀନ ଦଫା ଲାଗିଛି ।

ତାଙ୍କୁ ପ୍ରାୟ ୧୨ ଘଣ୍ଟା ପଚରାଉଚୁରା ପରେ ଗିରଫ କରାଯାଇଥିଲା । SIT ଟିମର କହିବାନୁସାରେ ଆଶିଷ ନିର୍ଦ୍ଦୋଷ ବୋଲି ସେଭଳି କୌଣସି ସନ୍ତୋଷଜନକ ପ୍ରମାଣ ଦେଇପାରିନାହାନ୍ତି । ଗିରଫ ପରେ ତାଙ୍କୁ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ କଡା ସୁରକ୍ଷାବଳରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ଏହାପରେ ତାଙ୍କୁ ଜୁଡିସିଆଲ ମାଜିଷ୍ଟ୍ରେଟ ଦୀକ୍ଷା ଭାରତୀଙ୍କ ସମ୍ମୁଖରେ ଉପସ୍ଥିତ କରାଯାଇଥିଲା । ଶନିବାର ବିଳମ୍ବିତ ରାତ୍ରିରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ କୋର୍ଟ ପଠାଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ: Kheri violence: ୧୨ ଘଣ୍ଟା ଜେରା ପରେ ଗିରଫ ହେଲେ ଆଶିଷ ମିଶ୍ରା

ସୂଚନା ଥାଉ କି, ଗତ ଅକ୍ଟୋବର ୩ରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଚାଷୀଙ୍କ ଉପରେ ଏକ ଏସୟୁଭି କାର ଚଢି ଯାଇଥିଲା । ଯେଉଁଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିଲା । କାରଟି ଆଶିଷଙ୍କର ଥିଲା ବୋଲି ଅଭିଯୋଗ ହୋଇଥିଲା । ହେଲେ କାରରେ ଆଶିଷ ନଥିବା କହିଥିଲେ ତାଙ୍କ ବାପା ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା । ଗୁରୁବାର ତାଙ୍କୁ ଥାନାରେ ହାଜର ହେବା ପାଇଁ ସମନ ଜାରି ହୋଇଥିଲା ମାତ୍ର ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ପାଇଁ ସେ ହାଜର ହୋଇପାରି ନଥିବା କହିଥିଲେ ତାଙ୍କ ବାପା । ଆଭିଯୋଗର ଅନେକ ଦିନ ଯାଏଁ ତାଙ୍କୁ ଗିରଫ ନ କରାଯାଇଥିବାରୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଖପ୍ପା ମଧ୍ୟ ହୋଇଥିଲେ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.