ETV Bharat / bharat

KHERI VIOLENCE; କେନ୍ଦ୍ରମନ୍ତ୍ରୀଙ୍କ ଗିରଫ ଦାବିରେ ଆଜି ୬ ଘଣ୍ଟିଆ ରେଳରୋକ

author img

By

Published : Oct 17, 2021, 10:34 PM IST

Updated : Oct 18, 2021, 6:55 AM IST

ଲଖିମପୁର ଖେରୀ ହିଂସା ଘଟଣାରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି (ସୋମବାର) 'ରେଳ ରୋକ' କରିବ ସଂଯୁକ୍ତ କୃଷକ ମୋର୍ଚ୍ଚା । ଅଧିକ ପଢନ୍ତୁ...

akhimpur kheri violence
କେନ୍ଦ୍ରମନ୍ତ୍ରୀଙ୍କ ଗିରଫ ଦାବିରେ ୬ ଘଣ୍ଟିଆ 'ରେଳ ରୋକ' କରିବ ସଂଯୁକ୍ତ କୃଷକ ମୋର୍ଚ୍ଚା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି (ସୋମବାର) 'ରେଳ ରୋକ' କରିବ ସଂଯୁକ୍ତ କୃଷକ ମୋର୍ଚ୍ଚା । କେନ୍ଦ୍ରମନ୍ତ୍ରୀଙ୍କୁ ଇସ୍ତଫା ସହ ଗିରଫ ଦାବିରେ ୬ ଘଣ୍ଟିଆ ରେଳରୋକ ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା।

କେନ୍ଦ୍ରର ତିନୋଟି କୃଷକ ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ବିଭିନ୍ନ କୃଷକ ସଂଗଠନ । କୃଷି ନିୟମକୁ ବିରୋଧ କରୁଥିବା ବିଭିନ୍ନ କୃଷକ ସଂଗଠନର ମିଳିତ ମୋର୍ଚ୍ଚା ଏକ ବିବୃତ୍ତିରେ କହିଛନ୍ତି ଯେ, ଲଖିମପୁର ଖେରୀ ହିଂସା ମାମଲାରେ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ଗିରଫ ଦାବିରେ ରେଳ ଧର୍ମଘଟ କରିବ କୃଷକ ସଂଗଠନ । ଏହି ମାମଲାରେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହାର ପ୍ରତିବାଦ ଆହୁରି ଜୋରଦାର ହେବ।

ରେଳ ଚଳାଚଳ ସକାଳ 10 ଟାରୁ ସଂନ୍ଧ୍ୟା 4 ଟା ପର୍ଯ୍ୟନ୍ତ ଛଅ ଘଣ୍ଟା ପାଇଁ ବନ୍ଦ କରାଯିବ । ରେଳ ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବରେ ଏବଂ ରେଳ ସମ୍ପତ୍ତିରେ କୌଣସି କ୍ଷତି ନକରିବା ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଚାଷୀଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୩ ତାରିଖରେ ଲଖିମପୁରରେ ଘଟିଥିବା ହିଂସାରେ ୪ ଜଣ କୃଷକଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଥିଲେ । ତେବେ ଏହି ଘଟଣାରେ ବର୍ତ୍ତମାନ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାକୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ ।

Last Updated : Oct 18, 2021, 6:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.