ETV Bharat / bharat

Lakhimpur Kheri Violence: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଗିରଫ - ପ୍ରିୟଙ୍କା ଗାନ୍ଧୀ ଗିରଫ

ଗିରଫ ହୋଇଛନ୍ତି କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ । ସୀତାପୁରରୁ ପ୍ରିୟଙ୍କାଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

Lakhimpur Kheri Violence: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଗିରଫ

author img

By

Published : Oct 5, 2021, 3:43 PM IST

Updated : Oct 5, 2021, 3:51 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସା ଘଟଣା ଏବେ ଧିରେ ଧିରେ ରାଜନୈତିକ ମୋଡ ନେବାରେ ଲାଗିଛି । ଏହାରି ମଧ୍ୟରେ ଗିରଫ ହୋଇଛନ୍ତି କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ । ସୀତାପୁରରୁ ପ୍ରିୟଙ୍କାଙ୍କୁ ଗିରଫ କରିଛି ପୋଲିସ । ଲକ୍ଷ୍ମୀପୁର ଖେରୀ ଯିବା ପାଇଁ ପ୍ରିୟଙ୍କାଙ୍କୁ ଅଟକାଇଥିଲା ଉତ୍ତରପ୍ରଦେଶ ପୋଲିସ ।

ସୂଚନା ଅନୁଯାୟୀ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ତାଙ୍କୁ ସୀତାପୁର ପିଏସସି ଗେଷ୍ଟହାଉସରେ ବର୍ତ୍ତମାନ ରଖାଯାଇଛି । ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ଗେଷ୍ଟହାଉସକୁ ଅସ୍ଥାୟୀ ଜେଲ କରାଯାଇଛି । ତାଙ୍କ ବିରୋଧରେ ଧାରା ୧୫୧, ୧୦୭ ଓ ୧୬୬ ଆଧାରରେ ଲଗାଇଛି ପୋଲିସ ।

ରବିବାର ଲକ୍ଷ୍ମୀପୁର ଖେରୀରେ ହିଂସା ଉପୁଜିଥିଲା । ସେହି ରାତିରେ ହିଁ ଲକ୍ଷ୍ନୌ ପହଁଞ୍ଚି ଲକ୍ଷ୍ମୀପୁର ଖେରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ସୋମବାମ ଭୋର ସମୟରେ ହରଗାଁ ପୋଲିସ ଚାଙ୍କୁ ରାସ୍ତାରେ ଅଟକାଇଥିଲେ । ପରେ ପ୍ରିୟଙ୍କାଙ୍କୁ ଗୃହବନ୍ଦୀ କରାଯାଇଥିଲା । ତେବେ ଦୀର୍ଘ ଘଣ୍ଟା ପରେ ସେ ଗିରଫ ହୋଇଥିବା ସ୍ପଷ୍ଟ ହୋଇଛି ।

ପ୍ରିୟଙ୍କାଙ୍କ ବିରୋଧରେ ଧାରା ୧୫୧, ୧୦୭ ଆଧାରରେ ମାମଲା ରୁଜୁ କରି ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ,ସିଆରପିସି ଧାରା ୧୧୬ ଆଧରରେ ଏସଡିଏମ କୋର୍ଟ ମାମଲାର ଶୁଣାଣି କରିବେ । ପ୍ରିୟଙ୍କା ସୋମବାରଠାରୁ ହିଁ ପିଏସି ଗେଷ୍ଟହାଉସରେ ଅଛନ୍ତି । ସେହି ଗେଷ୍ଟହାଉସରେ ହିଁ ଅସ୍ଥାୟୀ ଜେଲ କରାଯାଇଛି । ଏପଟେ ପ୍ରିୟଙ୍କାଙ୍କ ଗିରଫଦାରୀକୁ ନେଇ ସମର୍ଥକମାନେ ଜୋରଦାର ହଙ୍ଗାମା କରୁଛନ୍ତି ।

Last Updated : Oct 5, 2021, 3:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.