ETV Bharat / bharat

Lakhimpur Kheri Violence: ୩ ଦିନିଆ ପୋଲିସ ରିମାଣ୍ଡରେ ମନ୍ତ୍ରୀଙ୍କ ପୁଅ - କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା

ଗତ ସପ୍ତାହରେ ଲଖିମପୁର ଖେରୀରେ ହୋଇଥିବା ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ପୁଅକୁ ସୋମବାର ସିଜେଏମ କୋର୍ଟରୁ ବଡ ଝଟକା। କୋର୍ଟ ତାଙ୍କୁ ତିନି ଦିନିଆ ରିମାଣ୍ଡରେ ପଠାଇଛନ୍ତି। ବର୍ତ୍ତମାନ ଆଗାମୀ ତିନି ଦିନ ପାଇଁ ଏସଆଇଟି ଆଶିଷଙ୍କୁ ଅଧିକ ପଚରାଉଚରା କରିବ । ଅଧିକ ପଢନ୍ତୁ...

Lakhimpur Kheri Violence: ୩ ଦିନିଆ ପୋଲିସ ରିମାଣ୍ଡରେ ମନ୍ତ୍ରୀଙ୍କ ପୁଅ

author img

By

Published : Oct 11, 2021, 5:28 PM IST

ଲକ୍ଷ୍ମୌ: ଲଖିମପୁର ଖେରୀ ହିଂସା ଘଟଣାରେ ଅଭିଯୁକ୍ତି ଆଶିଷ ମିଶ୍ରାଙ୍କୁ ୩ ଦିନ ପୋଲିସ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ୧୪ ଦିନର ରିମାଣ୍ଡ ମାଗିଥିଲା କୋର୍ଟ । 12ରୁ 15 ଅକ୍ଟୋବର ଯାଏଁ ପୋଲିସ ରିମାଣ୍ଡରେ ରହିବେ ଆଶିଷ । ଲଖିମପୁର ଖେରୀ ହିଂସାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ।

ଗତ ସପ୍ତାହରେ ଲଖିମପୁର ଖେରୀରେ ହୋଇଥିବା ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅକୁ ସୋମବାର ସିଜେଏମ କୋର୍ଟରୁ ବଡ ଝଟକା। କୋର୍ଟ ତାଙ୍କୁ ତିନି ଦିନିଆ ରିମାଣ୍ଡରେ ପଠାଇଛନ୍ତି। ବର୍ତ୍ତମାନ ଆଗାମୀ ତିନି ଦିନ ପାଇଁ ଏସଆଇଟି ଆଶିଷଙ୍କୁ ଅଧିକ ପଚରାଉଚରା କରିବ ।

ପ୍ରୋସିକ୍ୟୁସନ ଆଡଭୋକେଟ କହିଛନ୍ତି, ଆଶିଷ ମିଶ୍ରାଙ୍କୁ ୩ ଦିନର ପୋଲିସ ରିମାଣ୍ଡରେ ପଠାଯାଇଛି । ସର୍ତ୍ତ ଆଧାରରେ ୧୨ରୁ ୧୫ ଯାଏଁ ଆଶିଷଙ୍କୁ ରିମାଣ୍ଡରେ ରଖିବ ପୋଲିସ । ଏହି ସମୟରେ ମେଡିକାଲ ଯାଞ୍ଚ କରାଯିବା ସହିତ ଥାଡଡିଗ୍ରୀ ଦିଆଯିବ ନାହିଁ ।

ଲଖିମପୁର ଖେରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ କୋର୍ଟରୁ କୌଣସି ଆଶ୍ବସ୍ତି ମିଳିବା ନେଇ ଆଶା ଦେଖାଯାଉନାହିଁ । କୋର୍ଟ ତାଙ୍କୁ ତିନି ଦିନିଆ ରିମାଣ୍ଡରେ ପଠାଇଛନ୍ତି। କଂଗ୍ରେସ ସମେତ ସମଗ୍ର ବିରୋଧୀ ଆଶିଷ ମିଶ୍ରାଙ୍କ ସମ୍ପର୍କରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଆଶିଷଙ୍କ ବାପା ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବରଖାସ୍ତ କରିବାକୁ ଦାବି କରାଯାଉଛି ।

ଶନିବାର ଗିରଫ ହୋଇଥିଲେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ଘଟଣାରେ ଆଶିଷ ମିଶ୍ରାଙ୍କୁ ୧୨ ଘଣ୍ଟା ପଚରାଉଚୁରା ପରେ ଶନିବାର ଗିରଫ କରିଥିଲା ଏସଆଇଟି । ଘଟଣାରେ ଅଭିଯୁକ୍ତ ଦର୍ଶାଯାଇଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ପ୍ରଥମେ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିଲେ କୋର୍ଟ ।

ଅକ୍ଟୋବର ୩ରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଚାଷୀଙ୍କ ଉପରେ ଏକ ଏସୟୁଭି କାର ଚଢି ଯାଇଥିଲା । ଯେଉଁଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିଲା । କାରଟି ଆଶିଷଙ୍କର ଥିଲା ବୋଲି ଅଭିଯୋଗ ହୋଇଥିଲା । ହେଲେ କାରରେ ଆଶିଷ ନଥିବା କହିଥିଲେ ତାଙ୍କ ବାପା ଅଜୟ ମିଶ୍ରା । ଗୁରୁବାର ତାଙ୍କୁ ଥାନାରେ ହାଜର ହେବା ପାଇଁ ସମନ ଜାରି ହୋଇଥିଲା ମାତ୍ର ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ପାଇଁ ସେ ହାଜର ହୋଇପାରି ନଥିବା କହିଥିଲେ ତାଙ୍କ ବାପା । ଅଭିଯୋଗର ଅନେକ ଦିନ ଯାଏଁ ତାଙ୍କୁ ଗିରଫ ନ କରାଯାଇଥିବାରୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଖପ୍ପା ମଧ୍ୟ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.