ETV Bharat / bharat

Ladakh Bypoll: ବିଜେପିକୁ ହରାଇଲା କଂଗ୍ରେସ - ଲଦାଖ ଉପନିର୍ବାଚନ

ଲଦାଖ ହିଲ ଡେଭଲପମେଣ୍ଟ କାଉସିଲ ଉପ-ନିର୍ବାଚନରେ 273 ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କଲେ ​​କଂଗ୍ରେସ ପ୍ରାର୍ଥୀ (Ladakh Congress defeats BJP in LAHDC bypoll) । ଅଧିକ ପଢନ୍ତୁ

Ladakh bypoll: ବିଜେପିକୁ ହରାଇଲା କଂଗ୍ରେସ
Ladakh bypoll: ବିଜେପିକୁ ହରାଇଲା କଂଗ୍ରେସ
author img

By

Published : Sep 18, 2022, 7:11 AM IST

ଶ୍ରୀନଗର: ଲଦାଖ ହିଲ ଡେଭଲପମେଣ୍ଟ କାଉନସିଲ (LAHDC) ଉପ-ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ପରଜାୟ ସ୍ବାଦ ଚଖାଇ ବିଜୟୀ ହୋଇଛି କଂଗ୍ରେସ । ବିଜେପିକୁ ବିପୁଳ ବ୍ୟବଧାନରେ ପଛରେ ପକାଇଛନ୍ତି କଂଗ୍ରେସ ପ୍ରାର୍ଥୀ (Ladakh Congress defeats BJP in LAHDC bypoll) । LAHDCର ତାମିସଗାମ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ତାଶି ତାଣ୍ଡିପ (Tashi Tandip) 273 ଭୋଟରେ ବିଜେପିର ଡୋରଜୟ ନାମଗାଲ (Dorjay Namgyal)ଙ୍କୁ ପରାସ୍ତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ 861 ଭୋଟ ପାଇଥିବା ଏବଂ ବିଜେପି ପ୍ରାର୍ଥୀଙ୍କୁ 588 ଭୋଟ ମିଳିଥିଲା । ଏହି ଫଳାଫଳରେ କଂଗ୍ରେସ ହାଇକମାଣ୍ଡ ଦଳର ଲଦାଖ ୟୁନିଟ୍‌କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଦଳର ଏପରି ବିଜୟ ପରେ କଂଗ୍ରେସ ନିକଟରେ ଦଳରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ସମାଲୋଚନା ମଧ୍ୟ କରିଥିଲେ । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି ଯେ, ମୋଦି, ଶାହ ଏବଂ ଆଜାଦଙ୍କ ପାଇଁ ଏହା କିଛି ନୂଆ ଖବର । ଲଦାଖ ହିଲ କାଉନସିଲର ତାମିସଗାମରେ କଂଗ୍ରେସ ଦଳ ସ୍ପଷ୍ଟ ବ୍ୟବଧାନରେ ବିଜେପିକୁ ପରାସ୍ତ କରିଛି । ଲଦାଖର ଜିଲ୍ଲା କଂଗ୍ରେସ କମିଟିକୁ ଅଭିନନ୍ଦନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.